ଗର୍ଭାବସ୍ଥାର ଶେଷ ମାସରେ ଏହା ଖାଇବାକୁ ମନ ବଳାଇଲେ ଅନୁଷ୍କା: ରେଷ୍ଟୁରାଣ୍ଟ ନେଲେ ବିରାଟ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଗର୍ଭାବସ୍ଥାର ଶେଷ ମାସରେ ଏକାକୀ ଛାଡିବାକୁ ଚାହୁଁ ନ ଥିଲେ। ତେଣୁ ସେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌କୁ ଅଧାରୁ ଛାଡି ଭାରତ ଫେରିଆସିଥିଲେ। ଏବେ ବିରାଟ ଅନୁଷ୍କାଙ୍କର ପୁରା ଧ୍ୟାନ ନେଉଛନ୍ତି। ଏହି ସମୟରେ ଅନୁଷ୍କାଙ୍କୁ ପିଜ୍ଜା ଖାଇବାକୁ ମନ ହୋଇଛି। ତେଣୁ ବିରାଟ-ଅନୁଷ୍କାଙ୍କ ପିଜ୍ଜା ଆଉଟଲେଟ ବାହାରେ ଦେଖିବାକୁ ମିଳିଛି। ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅନୁଷ୍କା କଳା ରଙ୍ଗର ଢିଲା ପୋଷାକ ଏବଂ ବିରାଟ କାଜୁଆଲ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି। ଉଭୟ ମୁହଁରେ ମାସ୍କ ମଧ୍ୟ ଲଗାଇଛନ୍ତି। ଏହା ପୂର୍ବରୁ ଉଭୟ କ୍ଲିନିକ୍‌ ଯାଇଥିଲେ। ନିକଟରେ ଅନୁଷ୍କା ଜିମ୍‌ରେ ବ୍ୟାୟାମ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ହେଲମେଟରେ ସ୍ତ୍ରୀଙ୍କୁ ବାଇକ୍‌ରେ ବସାଇ ବୁଲିଲେ ବିବେକ: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁମ୍ବାଇ ପୋଲିସ

ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାଲେଣ୍ଟାଇନସ୍‌ ଡେ ଅବସରର, ଯାହା...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହାର ଇତିହାସ

ମେଲବର୍ନ, ୨୫।୧୨: ୩୨ ବର୍ଷ ପରେ ଅଷ୍ଟ୍ରେଲିଆ ଏବଂ ପଡୋଶୀ ନ୍ୟୁଜିଲାଣ୍ଡ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି।...

ବାରବାଟୀ ଷ୍ଟାଡିୟମ: ସ୍ଥିତି ଅନୁଧ୍ୟାନ କଲେ ଡିସିପି

କଟକ ଅଫିସ,୨୪ା୧୧-  ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ କଟକ ଡିସିପି ଅଖିଳେଶ୍ୱର ସିଂ ଶନିବାର ବାରବାଟୀ ଷ୍ଟାଡିୟମର...

୯ କୋଟି ମୂଲ୍ୟର ଘର କିଣିଲେ ଅଭିନେତା ଆୟୁଷ୍ମାନ ଖୁରାନା

ଚଣ୍ଡିଗଡ଼, ୭।୭- ଲକ୍‌ ଡାଉନ ଉଠିବା ପରେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଗତ ସପ୍ତାହରେ ମୁମ୍ବାଇରୁ ଆସି ନିଜ ଘରୋଇ ସହର ଚଣ୍ଡିଗଡ଼ରେ ପରିବାର...

ପ୍ରଶଂସକଙ୍କ ହୃଦୟ ଜିତିଲେ ଅକ୍ଷୟ

ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ପ୍ରଥମ ଥର ଅକ୍ଷୟଙ୍କୁ ଏକ ଭୟଙ୍କର ଭୂମିକାରେ ଦେଖିବାକୁ...

କ୍ରିକେଟ ଅଷ୍ଟ୍ରେଲିଆ ସିଇଓ କେଭିନଙ୍କ ଇସ୍ତଫା

ମେଲବୋର୍ନ, ୧୬ା୬ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କେଭିନ ରବଟର୍‌ସ ମଙ୍ଗଳବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଆଇସିସି...

ରଚନାଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ଅସୁବିଧାରେ ପଡ଼ିଥିଲେ ବାବୁଲ ସୁପ୍ରିଓ: ବିରୋଧୀ ସତ୍ତ୍ୱେ ଏଭଳି ସହାୟତା କରିଥିଲେ ମମତା

ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର...

ବିହାରୀ ଯୁବକଙ୍କୁ ବିବାହ କରିବାକୁ ଚାହାନ୍ତି କଙ୍ଗନା

ପାଟ୍‌ନା: ଭଲ ବିହାରୀ ପୁଅଟିଏ ମିଳିଲେ ବିବାହ କରିବି। ଏଭଳି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ପଙ୍ଗା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ପାଟ୍‌ନାରେ ଆୟୋଜିତ ଫିଲ୍ମ...

Advertisement
Archives

Model This Week