ରତ୍ନଭଣ୍ଡାର ସଂକ୍ରାନ୍ତ ୪ ମାମଲାର ଶୁଣାଣି

ପୁରୀ, ୨୪ା୬(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ ନ କରି ସ୍ଥିତି ସମ୍ପର୍କରେ ସୂଚନା ଦେବାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ। ତେଣୁ ସାମାଜିକ କର୍ମୀ ଦିଲୀପ କୁମାର ବରାଳ ରତ୍ନଭଣ୍ଡାର ସମ୍ପର୍କିତ ବିଭିନ୍ନ ତଥ୍ୟ ପାଇବାକୁ ନେଇ ପୂର୍ବରୁ ରାଜ୍ୟ ସୂଚନା ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ ୪ଟି ମାମଲା ରୁଜୁ କରିଥିଲେ। ଶୁକ୍ରବାର ରାଜ୍ୟ ସୂଚନା ଆୟୋଗ ଏସ୍‌.କେ. ସ୍ବାଇଁଙ୍କ ଦ୍ୱାରା ଉକ୍ତ ୪ଟି ମାମଲାର ଶୁଣାଣି ହୋଇଛି। ତେବେ ଶ୍ରୀମନ୍ଦିର ଜନସୂଚନା ଅଧିକାରୀ ପୂର୍ବଭଳି ଶୁଣାଣି ସମୟରେ ଅନୁପସ୍ଥିତ ରହିଥିଲେ। ତାଙ୍କ ବଦଳରେ ଜଣେ ଓକିଲ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉପସ୍ଥିତ ଥିଲେ, ଯାହାକୁ ନେଇ ଆବେଦନକାରୀ ବରାଳ ଆପତ୍ତି ଉଠାଇଥିଲେ। ଶୁଣାଣି ସମୟରେ ଜନ ସୂଚନା ଅଧିକାରୀ ଉପସ୍ଥିତ ରହିବା ପାଇଁ ସେ ଦାବି କରିଥିଲେ। ସୂଚନା ଅଧିକାର ଆଇନ-୨୦୦୫ ଅନୁଯାୟୀ, ଜନସୂଚନା ଅଧିକାରୀଙ୍କ ବଦଳରେ ତାଙ୍କର ପ୍ରତିନିଧି ଭାବେ କେହି ଉପସ୍ଥିତ ରହିବା ଆଇନରେ ଉଲ୍ଲେଖ ନ ଥିବା ବରାଳ ଯୁକ୍ତି ବାଢିଥିଲେ। ଫଳରେ ଜୁଲାଇ ୫ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
ସୂଚନା ଅନୁଯାୟୀ, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଷ୍ଟିସ୍‌ ରଘୁବୀର ଦାସ କମିଶନଙ୍କୁ ଯେଉଁସବୁ କାଗଜପତ୍ର ପ୍ରଦାନ କରାଯାଇଥିଲା, ତାହାକୁ ନେଇ ବରାଳ ତଥ୍ୟ ମାଗିଥିଲେ। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନ ଥିଲା। ଫଳରେ ବରାଳ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ତଥା ପ୍ରଥମ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ଉନ୍ନୟନ ପ୍ରଶାସକ ଲିଖିତ ଭାବେ ଜଣାଇଥିଲେ ଯେ, ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସରକାର ସାର୍ବଜନୀନ କରିନାହାନ୍ତି। ତେଣୁ ଏ ନେଇ କୌଣସି ତଥ୍ୟ ପ୍ରଦାନ କରାଯିବ ନାହିଁ। ତେଣୁ ବରାଳ ରାଜ୍ୟ ସୂଚନା ଆୟୋଗଙ୍କ ନିକଟରେ ଦ୍ୱିତୀୟ ଅପିଲ କରିଥିଲେ। ଏ ସଂକ୍ରାନ୍ତରେ ସେ ୪୨୪/୨୨ରେ ମାମଲା ରୁଜୁ କରିବା ସହ ରତ୍ନଭଣ୍ଡାରର ଅନ୍ୟ ପ୍ରସଙ୍ଗକୁ ନେଇ ୩ଟି ପୃଥକ ମାମଲା (ନଂ. ୭୦୨/୨୨, ୭୨୯/୨୨ ଏବଂ ୭୩୦/୨୨) ରୁଜୁ କରିଥିଲେ। ୨୦୧୮ ଏପ୍ରିଲ ୪ରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟି ବୈଠକର ବିବରଣୀ ସୂଚନା ସମ୍ପର୍କରେ କେସ୍‌ ନଂ. ୭୦୨/୨୨ରେ ବରାଳ ମାଗିଥିଲେ। ଶୁକ୍ରବାର ୪୨୪/୨୨ ମାମଲାର ବିଚାର ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ସତ୍ୟପାଠ ଦିଆଯାଇଥିଲା,ତାହା ମିଥ୍ୟା ବୋଲି ବରାଳ ଅଭିଯୋଗ କରିବା ସହ ଏହାର ତଦନ୍ତ କମିଶନଙ୍କ ପକ୍ଷରୁ କରାଯାଉ ବୋଲି ଦାବି କହିଛନ୍ତି। ଅପରପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ୨୦୨୧ ଡିସେମ୍ବର ୨୩ରେ ତାଙ୍କ ଆଦେଶରେ ଉଲ୍ଲେଖ କରିଥିଲେ ଯେ, ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇନାହିଁ। ତେଣୁ ଏହାକୁ ଦିଆଗଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ତେଣୁ ଦେଇହେବ ନାହିଁ। କିନ୍ତୁ ବାସ୍ତବରେ ତଦନ୍ତ ସରି କମିଶନ ୨୦୧୮ ନଭେମ୍ବର ୨୯ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ, ଯାହା ରାଜ୍ୟ ଗୃହ ବିଭାଗ ଅଧୀନରେ ରହିଛି। ସେହିପରି କମିଶନଙ୍କ ଆଗରେ ଜନସୂଚନା ଅଧିକାରୀ କହିଛନ୍ତି ଯେ, ରିପୋର୍ଟ ନାହିଁ। ମାତ୍ର ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଥିଲେ ତଥ୍ୟ ଅଛି, କିନ୍ତୁ ଦେଇହେବନାହିଁ, ଯାହା ଦୁଇଜଣଙ୍କ ତଥ୍ୟରେ ତାଳମେଳ ରହୁନି। ତେଣୁ ଏହାର ତଦନ୍ତ କରାଯାଉ ବୋଲି ବରାଳ କମିଶନଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ଜୁଲାଇ ୫ରେ ଅନ୍ୟ ୩ଟି ମାମଲାର ଶୁଣାଣି ହେବ ବୋଲି ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri