ବାଣୀ ଶୁଣିଲୁ

ଅକ୍ଟୋବର ୨୦ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ପାର୍ବଣ ଆସୁଥିବାରୁ ଲୋକମାନଙ୍କୁ କୋଭିଡ୍‌-୧୯ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗତ ୭ ମାସ ମଧ୍ୟରେ ସପ୍ତମ ଥର ପାଇଁ ଟେଲିଭିଜନ ଜରିଆରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଲାବେଳେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଥିବା ବିଷୟ ଉଲ୍ଲେଖ କରିଛନ୍ତି। ସେହିପରି ନବୀନ ପଟ୍ଟନାୟକ ଲୋକେ ଯେଭଳି ପୂର୍ବରୁ ସହଯୋଗ କରିଆସୁଥିଲେ ତାହାକୁ ବଜାୟ ରଖିବାକୁ ବାର୍ତ୍ତା ଦେଇଛନ୍ତି।
କରୋନା ମହାମାରୀ ପରିପ୍ରେକ୍ଷୀରେ ଦେଶ ଓ ରାଜ୍ୟର ଦୁଇ ନେତାଙ୍କ କଥାକୁ ସମସ୍ତେ ମାନିବା ଦରକାର। ତେବେ ଏଭଳି ବାଣୀ ଗଣମାଧ୍ୟମରୁ ଶୁଣି ଶୁଣି ଲୋକେ ମନେ ରଖିସାରିଲେଣି। ବାସ୍ତବରେ ଏସବୁ କଥା ଶୁଣେଇବା ପରିବର୍ତ୍ତେ ଚିକିତ୍ସା ବ୍ୟବସ୍ଥାକୁ କିଭଳି ଉନ୍ନତ କରାଯାଇଛି ତାହାର ରିପୋର୍ଟ ଦେଇଥିଲେ ଭଲ ହୋଇଥାଆନ୍ତା। ଅଦ୍ୟାବଧି ଏହି ଭୂତାଣୁକୁ ମାରିବା ଲାଗି ଔଷଧ ବାହାରି ନାହିଁ କି ଟିକା ଆସିନାହିଁ। ପ୍ରଧାନମନ୍ତ୍ରୀ କହୁଛନ୍ତି, ଟିକା ତିଆରି ପାଇଁ ଦେଶରେ ବୃହତ୍‌ ବ୍ୟବସ୍ଥା ରହିଛି। ଦେଖିବାକୁ ଗଲେ ସେହି ଟିକା ପ୍ରସ୍ତୁତ ଲାଗି କେଉଁଠାରୁ ଜ୍ଞାନକୌଶଳ ଆସିବ ତାହା କୁହାଯାଉ ନାହିଁ। ବରଂ ରୁଷିଆର ସ୍ଫୁଟନିକ୍‌ ଟିକାକୁ ଭାରତର ଲୋକଙ୍କ ଉପରେ ପ୍ରୟୋଗ କରିବା ଲାଗି ଅନୁମତି ଦିଆଯାଇଛି। ସେହି ଟିକାକୁ ରୁଷିଆ ସରକାର ତା’ ନିଜ ଦେଶବାସୀ ଉପରେ କାହିଁକି ପରୀକ୍ଷା କଲା ନାହିଁ, ତାହାର କୌଣସି ସ୍ପଷ୍ଟୀକରଣ ଆମ ସରକାର ଦେଉନାହିଁ। ବିଶ୍ୱ ପ୍ରେକ୍ଷାପଟରେ ଦେଖିଲେ ଏକଦା ଅନେକ ଔଷଧ ଓ ଟିକା ପରୀକ୍ଷା ଲାଗି ଆଫ୍ରିକୀୟ ମହାଦେଶର ଲୋକଙ୍କୁ ବଛାଯାଉଥିଲା। କିନ୍ତୁ ସେସବୁ ଦେଶରେ କଡ଼ା ଆଇନ ଅଣାଯିବା ପରେ ଭାରତୀୟଙ୍କୁ ଟାର୍ଗେଟ କରାଯାଇଛି। ଏଠାକାର ଅଶିକ୍ଷିତ ଓ ପଛୁଆ ଲୋକେ ଏହି ପ୍ରକ୍ରିୟାରେ ସାମିଲ ହୋଇଗଲେ ସେମାନଙ୍କଠାରେ କିଭଳି ପାର୍ଶ୍ୱ ପ୍ରତିକ୍ରିୟା ହେବ ତାହାକୁ ଜାଣି ନାହାନ୍ତି। ତେବେ ଲୋକେ ଯେତେବେଳେ ଟିକା ପାଇବେ ସେମାନଙ୍କ ଉପରେ ନଜର ରଖି ତାହାର ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯିବ। କିନ୍ତୁ ସେତେବେଳକୁ ସେହି ପ୍ରକ୍ରିୟାରେ ଅନେକ ଜୀବନ ଚାଲିଯାଇଥିବ। ଫଳରେ କିଏ ଅନ୍ଧ ହେବେ ତ କିଏ କାଲା ପାଲଟିବେ କିମ୍ବା ଅନ୍ୟାନ୍ୟ ରୋଗ କାହାକୁ କାବୁ କରିପାରେ। ଏ ବିଷୟକୁ ନେତୃବୃନ୍ଦ ଧ୍ୟାନ ନ ଦେଇ ବାହାଦୁରି ନେବାକୁ ଆଗଭର ହେଉଛନ୍ତି। ସାଧାରଣତଃ କୌଣସି ଟିକା ପ୍ରସ୍ତୁତ କରିବା ସକାଶେ ଦୀର୍ଘବର୍ଷ ଲାଗିଯାଇଥାଏ। ତତ୍‌କ୍ଷଣାତ ଟିକା ବାହାର କରି ଲୋକଙ୍କୁ ଦେବା ଲାଗି ହେଉଥିବା ପ୍ରୟାସ ବିପଦ ଆଣିପାରେ ବୋଲି ଅନେକେ ଭାବୁଛନ୍ତିି। ଆଜି ଭାରତର ସ୍ଥିତିକୁ ଦେଖିଲେ କୋଭିଡ୍‌-୧୯ ନିୟନ୍ତ୍ରଣ ମଧ୍ୟକୁ ଆସିପାରୁ ନାହିଁ। କିନ୍ତୁ ମାର୍ଚ୍ଚରେ ଯେତେବେଳେ କରୋନା ସେତେଟା ବ୍ୟାପି ନ ଥିଲା, କେନ୍ଦ୍ର ସରକାର ଲକ୍‌ଡାଉନ ଓ ପରେ ଶଟ୍‌ଡାଉନ ଘୋଷଣା କରି ଅର୍ଥନୀତିକୁ ବରବାଦ୍‌ କରିଦେଲେ। କେନ୍ଦ୍ରର ପଦାଙ୍କ ଅନୁସରଣ କରି କିଏ କେତେ କଡ଼ା ନିୟମ ଲାଗୁ କରିପାରିବେ ରାଜ୍ୟଗୁଡ଼ିକ ମଧ୍ୟରେ ବାଦ ଲାଗିଲା। ଆଜି ସମଗ୍ର ଦେଶବାସୀ ତାହାର କୁଫଳ ଭୋଗ କରୁଛନ୍ତି। ତେଣୁ କାହାରିଠାରୁ ବାଣୀ ଶୁଣିବାକୁ ଲୋକଙ୍କ ଧୈର୍ଯ୍ୟ ନାହିଁ। ବରଂ କିଭଳି ଚିକିତ୍ସା ବ୍ୟବସ୍ଥା କରାଯାଇ ରୋଗୀଙ୍କୁ ଆରୋଗ୍ୟ କରାଯାଇପାରୁଛି ତାହାର ସମୀକ୍ଷା କରାଯାଇ ଜନସାଧାରଣଙ୍କୁ ତଥ୍ୟ ଦିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri