ସୁସ୍ଥ ଜୀବନଶୈଳୀ ଅନ୍ତରାଳେ…

ସମଗ୍ର ପୃଥିବୀରେ ଯେତେ ପ୍ରଜାତିର ପ୍ରାଣୀ ଅଛନ୍ତି ସମସ୍ତଙ୍କଠାରୁ ମନୁଷ୍ୟ ବୁଦ୍ଧିମାନ ତଥା ହିତାହିତ ଜ୍ଞାନ ରହିଥିବା ପ୍ରାଣୀଭାବେ ବିବେଚିତ। ହେଲେ ନିଜର ହେୟଜ୍ଞାନ,ଖାମଖିଆଲ ମନୋଭାବ ତଥା ଅବହେଳା ହେତୁ କେତେକ ନିଜର ଦୈନନ୍ଦିନ ଜୀବନଶୈଳୀକୁ ଏପରି ଢଙ୍ଗରେ ବିତାଇ ଥାଆନ୍ତି, ଯାହା ପରବର୍ତ୍ତୀ ସମୟରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ସେଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତଚାପ, କ୍ୟାନ୍‌ସର, କିଡ୍‌ନୀ, ଲିଭରଜନିତ ରୋଗ, ଗ୍ୟାଷ୍ଟ୍ରିକ୍‌, ବଦହଜମି ଅନ୍ୟତମ। ଅନେକ ସମୟରେ ଏପରି ରୋଗର ଠିକ୍‌ ଚିକିତ୍ସା ହୋଇ ନ ପାରିଲେ ତାହା ଜଟିଳ ଆକାର ଧାରଣ କରିଥାଏ। କେବଳ ସେତିକି ନୁହେଁ, ଏଥିଯୋଗୁ ଖର୍ଚ୍ଚାନ୍ତ ହେବା ସହ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଛି। ମନୁଷ୍ୟ ଧରାପୃଷ୍ଠରେ ସୁସ୍ଥ, ଆରୋଗ୍ୟ ଜୀବନଯାପନ କରିବା ଲାଗି ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି। ସେଥିପାଇଁ ଆମକୁ ନିଜର ଖାଦ୍ୟପେୟ, ଦୈନନ୍ଦିନ ଜୀବନଶୈଳୀ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପଡିଥାଏ।
ଆଜିକାଲି ଅନେକେ ଆଧୁନିକ ଖାଦ୍ୟ ଶୈଳୀକୁ ଆପଣେଇ ନେଇଛନ୍ତି। ବର୍ଗର, ପିଜ୍ଜା, ଜେଲି, ଜାମ୍‌, କୁର୍‌କୁରେ,ପାଉଁରୁଟି, କେକ୍‌, ଚୌମିନ, ମ୍ୟାଗି, ଗୁପ୍‌ଚୁପ ତଥା ବିଭିନ୍ନ ପ୍ରକାର ଛଣା ଖାଦ୍ୟ ଅନେକଙ୍କର ପସନ୍ଦ ପାଲଟିଛି। ଏପରି ଖାଦ୍ୟ ସବୁବେଳେ ଖାଇଲେ ପେଟରେ ଏସିଡିଟି ସୃଷ୍ଟି ହେବା ସହ ବଦହଜମି, ଉଚ୍ଚରକ୍ତଚାପ, କିଡ୍‌ନୀ, ଲିଭର ଆଦିରେ ନାନାଦି ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଉକ୍ତ ଖାଦ୍ୟ ସାମଗ୍ରୀରେ ଯେତିକି ଅର୍ଥ ବ୍ୟୟ ହୋଇଥାଏ ତାହାର ପ୍ରତିବଦଳରେ ସବୁଜ ପନିପରିବା, ପାଚିଲା ଫଳ, କ୍ଷୀର, ଘିଅ, ମହୁ ଆଦିକୁ ଦୈନନ୍ଦିନ ଖାଦ୍ୟ ରୂପେ ଗ୍ରହଣ କରିପାରିବା। ଏପରି ଖାଦ୍ୟ ଖାଇବା ଦ୍ୱାରା ମନୁଷ୍ୟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ, ଯାହାଦ୍ୱାରା ଆମେ ନିଜକୁ ରୋଗଠାରୁ ଅନେକାଂଶରେ ଦୂରେଇ ରଖିପାରିବ। ଆମ ହାତ ପାହାନ୍ତାରେ ମିଳୁଥିବା କେତେକ ପ୍ରକୃତିଦତ୍ତ ଖାଦ୍ୟ ଖାଇବା ସହ ବ୍ୟାୟାମ, ଯୋଗ, ଆସନ, ପ୍ରଣାୟମ କଲେ ତାହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କେତେକ ନିର୍ଦ୍ଦିଷ୍ଟ ସବୁଜ ପନିପରିବା-କଞ୍ଚା କଦଳୀ, ବିନ୍‌ସ, କ୍ଷୀର, ଗାଈ ଘିଅ, ଖଜରା ଆଦିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ପ୍ରାତଃ କାଳରେ ସୂର୍ଯ୍ୟକିରଣରେ ପ୍ରଚୁର ପରିମାଣରେ ଭିଟାମିନ ‘ଡି’ ରହିଥାଏ, ଯାହାକି ଶରୀର ପାଇଁ ଅମୃତ ତୁଲ୍ୟ ଅଟେ।
ସବୁଜ ପନିପରିବା ମଧ୍ୟରେ କଞ୍ଚା କଦଳୀରେ ଭିଟାମିନ, ମିନେରାଲ, ଫାଇବର ଭରି ରହିଛି। ଏପରି ଖାଦ୍ୟ ଖାଇବା ଦ୍ୱାର କିଡ୍‌ନୀ କ୍ୟାନ୍‌ସର ଆଶଙ୍କା ଅନେକାଂଶରେ କମ୍‌ ଥାଏ। ତା’ ସହ ଶରୀରରେ ରକ୍ତଶର୍କରା ପରିମାଣକୁ କମ୍‌ କରାଇବା ସହ ମେଦ ବହୁଳତାକୁ ହ୍ରାସ କରାଇଥାଏ। ବର୍ତ୍ତମାନ ହୃଦ୍‌ରୋଗ, ମଧୁମେହ, ଉଚ୍ଚ ରକ୍ତଚାପ, କ୍ୟାନ୍‌ସର ଭଳି ବହୁ ଜଟିଳ ରୋଗର ସାମ୍‌ନା କରିବାକୁ ପଡୁଛି। କଞ୍ଚା କଦଳୀରେ ରେଜିଷ୍ଟାନ୍ସ ଷ୍ଟାର୍ଚ୍ଚ ଏବଂ ପେକଟିନ ନାମକ ପୋଷକ ତତ୍ତ୍ୱ ରହିଥିବାରୁ ଶରୀରରେ ରକ୍ତ ଶର୍କରାକୁ ସନ୍ତୁଳିତ କରିଥାଏ। ଶରୀରରେ ଜୀବନୀୟ ଶକ୍ତିକୁ ମଧ୍ୟ ବୃଦ୍ଧି କରାଇଥାଏ।
ବିନ୍ସ ଶୀତଦିନେ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ ‘ବି-୬’ ସହ କ୍ୟାଲସିୟମ, ମ୍ୟାଗନେସିୟମ, ଫଲିକ ଏସିଡ୍‌, ଆଇରନ, ପ୍ରୋଟିନ, ପୋଟାସିୟମ, କପର ଆଦି ଭରପୂର ରହିଛି। ଏପରି ଖାଦ୍ୟ ରକ୍ତରେ ଶର୍କରା ପରିମାଣକୁ ସନ୍ତୁଳିତ ରଖିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ, ଏଭଳି ଖାଦ୍ୟ ଅସ୍ଥିକୁ ମଜଭୁତ ରଖିବର ସହ ହୃଦ୍‌ରୋଗ ଆଶଙ୍କାକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ତା’ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ। ମହିଳାମାନଙ୍କର ଋତୁସ୍ରାବଜନିତ ସମସ୍ୟାକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ। ଡାଳିମ୍ବରେ ପ୍ରଚୁର ଫାଇବର ସହ ଭିଟାମିନ-ଏ, ସି ଏବଂ ଡି ଭରିରହିଛି। ତେଣୁ ଡାଳିମ୍ବ ଖାଇବା ଦ୍ୱାରା ବିଭିନ୍ନ ବାତଜନିତ ସମସ୍ୟା ଦୂର ହେବାସହ ପାଚନ ଶକ୍ତି ବୃଦ୍ଧି ପାଇଥାଏ। ଡାଇରିଆ, ଅଲସର, ପ୍ରୋଷ୍ଟେଟ କ୍ୟାନସର,ସ୍କିନ କ୍ୟାନସର ଆଶଙ୍କାକୁ ହ୍ରାସ କରାଇଥାଏ। ଦୁର୍ବଳ ମାଂସପେଶୀକୁ ସୁଦୃଢ଼ କରି ମାଂସପେଶୀଜନିତ ଗଣ୍ଠି ଯନ୍ତ୍ରଣାକୁ ଦୂର କରେ। ଶରୀରରେ ପ୍ରଜନନ କ୍ଷମତାକୁ କ୍ରିୟାଶୀଳ କରାଇଥାଏ। ତେଣୁ ଡାଳିମ୍ବକୁ ଖାଦ୍ୟରେ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି।
ଆୟୁର୍ବେଦ ଶାସ୍ତ୍ରରେ ଛେଳିକ୍ଷୀର ସ୍ବାସ୍ଥ୍ୟ ଲାଗି ବହୁ ଉପକାରୀ ବୋଲି ବର୍ଣ୍ଣନା କରାଯାଇଛି। ଛେଳି ସାଧାରଣତଃ ପ୍ରତ୍ୟେକ ଗଛର ପତ୍ରକୁ ହିଁ ଖାଇଥାଏ, ତେଣୁ ଏହାର କ୍ଷୀରରେ ପ୍ରଚୁର ପରିମାଣରେ ଜୀବନୀୟ ଶକ୍ତି ରହିବା ସହ କ୍ୟାଲସିୟମ, ଫସଫରସ, ପୋଟାସିୟମ, ଆଇରନ, ମ୍ୟାଗନେସିୟମ, ସୋଡିୟମ, କାର୍ବୋହାଇଡ୍ରେଟେ, ପ୍ରୋଟିନ, ଜିଙ୍କ୍‌ ସହ ଭିଟାମିନ-ଏ, ବି, ସି ଆଦି ମିଳିଥାଏ।
ମହୁକୁ ଆମେ ବିଭିନ୍ନ ପୂଜା ପାର୍ବଣ ଓ ଶୁଭ କାର୍ଯ୍ୟରେ ବ୍ୟବହାର କରିଥାଉ। ମହୁ ସେବନ କରିବା ଦ୍ୱାରା କ୍ୟାନ୍‌ସର, ହୃଦ୍‌ରୋଗ, ଲିଭର କୋଲେଷ୍ଟରଲ, ବ୍ରେଷ୍ଟ କ୍ୟାନ୍‌ସର, ଟ୍ୟୁମର ସୃଷ୍ଟି ଆଶଙ୍କା ହ୍ରାସ ପାଇଥାଏ। ସକାଳେ ମହୁକୁ ଉଷୁମ ପାଣିରେ ପକାଇ ପିଇବା ଦ୍ୱାରା ଥଣ୍ଡାଜନିତ ସମସ୍ୟାରୁ ଅନେକାଂଶରେ ଉପଶମ ମିଳିଥାଏ। ଏହା ମଧ୍ୟ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
ଗାଈ କ୍ଷୀରରେ ପ୍ରଚୁର ପରିମାଣରେ ଜୀବନୀୟ ଶକ୍ତି ଭରି ରହିଛି। ଏଥିରେ କୋଲେଷ୍ଟରଲ ଶୂନ ପ୍ରତିଶତ ଥାଏ। ଗାଈ କ୍ଷୀର ଓ ଗାଈଘିଅକୁ ଦୈନଦିନ ଖାଦ୍ୟ ଭାବରେ କିଛି କିଛି ପରିମାଣ ଗ୍ରହଣ କରିବା ଉଚିତ। ଗାଈଘିଅକୁ ନାକର ଦୁଇ ପୁଡ଼ାରେ ୧ରୁ ୨ ଟୋପା ‘ନସ୍ୟ’ ଭାବେ ଦିନରେ ଥରେ କିମ୍ବା ଦୁଇ ଥର ପକାଇଲେ କଣ୍ଠ ପ୍ରଦେଶରେ ବିଭିନ୍ନ ପ୍ରକାର ଭୂତାଣୁ ଓ ଜୀବାଣୁଜନିତ ସଂକ୍ରମଣ ଆଶଙ୍କା ହ୍ରାସ ପାଇଥାଏ।
ଖଜୁରିରେ ପ୍ରଚୁର ପରିମାଣରେ ଫାଇବର ଭରି ରହିଛି। ଏହାକୁ ଖାଇବା ଦ୍ୱାରା କଫ ଓ ଥଣ୍ଡା ଜନିତ ସମସ୍ୟା ଦୂର ହୁଏ ା ଦୈନନ୍ଦିନ ଜୀବନଶୈଳୀରେ ଆମେ ଉପରୋକ୍ତ ଖାଦ୍ୟଦ୍ରବ୍ୟଗୁଡିକୁ ଗ୍ରହଣ କରିବା ଦ୍ୱାରା ମନୁଷ୍ୟ ପ୍ରାୟତଃ ଦୀର୍ଘାୟୁ ହେବ ବୋଲି ଆମର ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
– ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri