ସୁସ୍ଥ ଶରୀର ଓ ଯୋଗ

ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ରରେ ବିଭିନ୍ନ ଖାଇବା ପ୍ରଣାଳୀ, ଶୋଇବା ସମୟ ଓ ବଞ୍ଚିବାର ବିଭିନ୍ନ ପ୍ରକାର ଜୀବନଶୈଳୀ ଦ୍ୱାରା ମନୁଷ୍ୟ ଦୈନନ୍ଦିନ ଜୀବନ ଅତିବାହିତ କରିଥାନ୍ତି। କିନ୍ତୁ ପୃଥିବୀର ସମସ୍ତ ବର୍ଗର ମନୁଷ୍ୟ ସମାଜର ଜୀବନଶୈଳୀ ଯାହା ଥାଉନା କାହିଁକି ସମସ୍ତଙ୍କର ଗୋଟିଏ ସର୍ବଶ୍ରେଷ୍ଠ ଲକ୍ଷ୍ୟ ହେଲା ବିଭିନ୍ନ ସଂକ୍ରାମକ, ଆଗନ୍ତୁକ ରୋଗ ଓ ଦୈବୀ ଦୁର୍ବିପାକରୁ ନିଜକୁ ରକ୍ଷାକରି ନୀରୋଗୀ ଭାବେ ଦୀର୍ଘାୟୁ ଜୀବନଯାପନ କରିବା। ସୁସ୍ଥ ଶରୀର ପାଇଁ ଆମେ ନିଜର ଦୈନନ୍ଦିନ ଜୀବନଶୈଳୀ, ଖାଦ୍ୟପେୟ ସହ ବ୍ୟାୟାମ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅନ୍ୟପକ୍ଷରେ ଏହି ତାଲିକାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ସାମିଲ କରିବା ନିହାତି ଦରକାର। ତାହା ହେଲା ‘ଯୋଗ’। ନିୟମିତ ଯୋଗ କରିବା ଦ୍ୱାରା ତାହା କେବଳ ଶରୀରକୁ ସୁସ୍ଥ ରଖେ ତା’ ନୁହେଁ, ମାନସିକ ସ୍ତରକୁ ମଧ୍ୟ ସନ୍ତୁଳିତ ରଖିଥାଏ। ଜନସାଧାରଣଙ୍କୁ ଯୋଗର ଉପକାରିତା ବିଷୟରେ ସଚେତନ କରାଇବା ଲାଗି ପ୍ରତିବର୍ଷ ଜୁନ୍‌ ୨୧କୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି ‘ମାନବ ଜାତି ପାଇଁ ଯୋଗ’ (Yoga for Humanity)। ଏକାଗ୍ରତା ଦ୍ୱାରା ଶରୀରକୁ ସୁସ୍ଥ, ନୀରୋଗ ଓ ଦୀର୍ଘାୟୁ ରଖାଯାଇପାରିବ। ଆୟୁର୍ବେଦ ଶାସ୍ତ୍ରରେ ‘ଯୋଗ’କୁ ଚିକିତ୍ସା ଶାସ୍ତ୍ରର ଏକ ଅଙ୍ଗ ଭାବେ ଗ୍ରହଣ କରାଯାଇଛି। ସରଳ ଭାଷାରେ ଏହାର ଅର୍ଥ ହେଲା ଶରୀରକୁ ସନ୍ତୁଳିତ ରଖି ମନକୁ ଏକାଗ୍ରତା ରଖିବା,
ମନର ଆବେଗକୁ, ମନର ଚିନ୍ତା ଓ ବିଚାର ଶକ୍ତିକୁ ସନ୍ତୁଳିତ କରି ରଖିବାକୁ ‘ଯୋଗ’ କୁହାଯାଏ।
ମହାକବି କାଳିଦାସଙ୍କ ମତରେ ‘ଶରୀର ମାଦ୍ୟଂ ଖଳୁ ଧର୍ମ ସଧାନଂ’ ଅର୍ଥାତ ଧର୍ମ ରକ୍ଷା କରିବା ନିମନ୍ତେ ଶରୀର ପ୍ରଥମେ ସୁସ୍ଥ ରହିବା ଆବଶ୍ୟକ। ପ୍ରତ୍ୟେକ ମନୁଷ୍ୟ ଶରୀରରେ କିଛି ନା କିଛି ରୋଗ ରହିଥାଏ। ତେଣୁ ଶରୀରକୁ ‘ବ୍ୟାଧି ମନ୍ଦିର’ ବୋଲି କୁହାଯାଇଥାଏ। ଯୋଗାଭ୍ୟାସ ଦ୍ୱାରା ଶରୀରର ବ୍ୟାଧିକୁ ଦୂର କରିବା ଏକ ପ୍ରକ୍ରିୟା। ଆୟୁର୍ବେଦ ଶାସ୍ତ୍ରରେ ପତଞ୍ଜଳି ନାମକ ଜଣେ ଋଷି ‘ଯୋଗ’ ବିଷୟରେ ବିଶଦ୍‌ ଭାବେ ବର୍ଣ୍ଣନା କରିଛନ୍ତି। ଏହା ‘ପତଞ୍ଜଳି’ ଯୋଗ ଶାସ୍ତ୍ର ଭାବେ ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ଅଛି। ଯୋଗାଭ୍ୟାସ ଦ୍ୱାରା ମନୁଷ୍ୟ ସୁସ୍ଥ, ତେଜସ୍ବୀ ଓ ଦୀର୍ଘଜୀବୀ ହୋଇଥାଏ। ଯୋଗାଭ୍ୟାସ ନିମନ୍ତେ ସର୍ବପ୍ରଥମେ ଆହାର, ବିହାର, ଶୟନ, ଶଯ୍ୟାତ୍ୟାଗ ଆଦି ଦୈନନ୍ଦିନ ନିତ୍ୟକର୍ମ ଠିକ୍‌ ଭାବେ କରିବା ଉଚିତ, ଯଦ୍ଦ୍ବାରା ଯୋଗ କରିବା ନିମନ୍ତେ ପ୍ରତିବନ୍ଧକ ଦୂର ହୋଇଥାଏ। ଯୋଗ ଶରୀରର ଅନେକ ଜଟିଳ ତଥା ଦୁରାରୋଗ୍ୟ ଉପଶମ ନିମନ୍ତେ ଏକ ଉତ୍ତମ ମାଧ୍ୟମ। ଯୋଗ ଦ୍ୱାରା ମାନସିକ ଓ ଶାରୀରିକ ସ୍ତରରେ ଶାନ୍ତି ମିଳେ। ଚେତନା ଶକ୍ତିର ବିକାଶରେ ଏହା ସହାୟକ ହୋଇଥାଏ। ଯୋଗାଭ୍ୟାସ ଦ୍ୱାରା ଶରୀରର ମାଂସପେଶୀଗୁଡ଼ିକ ସଙ୍କୋଚନ, ପ୍ରସାରଣ, ଉତ୍ତମ ରକ୍ତ ସଞ୍ଚାଳନ, ଶ୍ୱାସକ୍ରିୟା ନିୟନ୍ତ୍ରିତ ହେବାସହ ଏକାଗ୍ରତା ରହିବା ସହ ମନକୁ ଶାନ୍ତି ମିଳିଥାଏ।
ଭାରତୀୟ ସଂସ୍କୃତି, ପରମ୍ପରା ଅନୁଯାୟୀ ଯୋଗ ଏକ ବହୁପୁରାତନ ଶାସ୍ତ୍ର। ଭାରତୀୟ ମୌଳିକ ଚିକିତ୍ସା ଶାସ୍ତ୍ର ମତରେ ଯୋଗ ଏକ ଆସନ, ଏକ ବିଜ୍ଞାନ ଏବଂ ଏକ ଚିକିତ୍ସାର ମାର୍ଗ ଅଟେ। ଯୋଗ ଦ୍ୱାରା ଶରୀରର ଗଚ୍ଛିତ ରୋଗକୁ ଚିକିତ୍ସା କରାଯିବା ସହ ଶରୀର ଭିତରକୁ ରୋଗକୁ ପ୍ରତିରୋଧ କରିବାର ଏହା ଏକ ମାଧ୍ୟମ। ଆବାଳ ବୃଦ୍ଧବନିତା ଅର୍ଥାତ ବାଳକ, ବୟସ୍କ, ମହିଳା, ବୃଦ୍ଧଙ୍କ ସମେତ ଯୋଗୀ, ରୋଗୀ ଏବଂ ଭୋଗୀ ସମୂହ ଯୋଗାଭ୍ୟାସ କରିବାର ଆବଶ୍ୟକତା ରହିଛି। ଆବହମାନ କାଳରୁ ଯୋଗୀ, ମୁନିଋଷିମାନେ ଯୋଗାଭ୍ୟାସ କରି ସୁସ୍ଥ, ନୀରୋଗ ରହିବା ଓ କର୍ମଠ ହେବା ସହ ଦୀର୍ଘାୟୁ ହୋଇପାରୁଥିଲେ। ଯୋଗାଭ୍ୟାସ ଦ୍ୱାରା ମନୁଷ୍ୟ ଔଷଧ ବିନା ନୀରୋଗ, ପରିଣତ ବୟସ ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତା ସନ୍ତୁଳିତ ରହିବା ସହ ଶ୍ରବଣ ଶକ୍ତି, ଦୃଷ୍ଟି ଶକ୍ତି, ସ୍ମରଣ ଶକ୍ତି ଠିକ୍‌ ଭାବେ କାର୍ଯ୍ୟ କରିଥାଏ। ଏହାସହ ଦୀର୍ଘଜୀବୀ ହୋଇପାରିବାର ସୁଯୋଗ ସୃଷ୍ଟି ହୋଇଥାଏ। ଯୋଗାଭ୍ୟାସ ଶାସ୍ତ୍ର ଅନୁମୋଦିତ ଏବଂ ଯେକୌଣସି ଅଭିଜ୍ଞ ଗୁରୁଙ୍କଠାରୁ ଜଣେ ଯୋଗ ଶିକ୍ଷା ଲାଭ କରିପାରିବେ। ମହିଳାମାନେ ଯୋଗାଭ୍ୟାସ କରିବା ଦ୍ୱାରା ବହୁ ସୁଫଳ ମିଳିଥାଏ। ସେଗୁଡ଼ିକ ହେଲା ଗର୍ଭାବସ୍ଥା ସମୟର କଷ୍ଟର ଲାଘବ, ମାସିକ ଋତୁସ୍ରାବ ଠିକ୍‌ ଭାବେ ହେବା, ବ୍ରେଷ୍ଟ କ୍ୟାନସରକୁ ପ୍ରତିରୋଧ କରିବା, ଯୌନ କ୍ଷମତା, ହଜମ କ୍ରିୟା ସନ୍ତୁଳିତ ରହିବା, ଶରୀରର ମୋଟାପଣ କମେଇବା, ଉଚ୍ଚ ରକ୍ତଚାପ ଓ ମଧୁମେହଜନିତ ସମସ୍ୟାକୁ ସନ୍ତୁଳିତ ରଖିବା ସହ ମାନସିକ ଅବସାଦ ଅନେକାଂଶରେ ଦୂର ହୋଇଥାଏ। ମନରେ ଏକାଗ୍ରତା ସୃଷ୍ଟି ହେବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ, ଯଦ୍ଦ୍ବାରା ଶରୀର ନୀରୋଗ ରହିଥାଏ।
ଭାରତର ବିଭିନ୍ନ ବଡ଼ବଡ଼ ଶିକ୍ଷାନୁଷ୍ଠାନ ମାନଙ୍କରେ ‘ଯୋଗ’କୁ ଏକ ପାଠ୍ୟକ୍ରମ ଭାବେ ଗ୍ରହଣ କରାଯାଇଛି। ଏହାଦ୍ୱାରା ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ ଯୋଗର ବହୁଳ ପ୍ରଚାର, ପ୍ରସାର ହେବାସହ ଏହା ସ୍ବାସ୍ଥ୍ୟ ରକ୍ଷାରେ ସହାୟକ ହୋଇପାରିବ। ସାମ୍ପ୍ରତିକ ପରିସ୍ଥିତିରେ ମଣିଷ ସମାଜ ସୁସ୍ଥ, ନୀରୋଗ ଓ ଦୀର୍ଘାୟୁ ନିମନ୍ତେ ଯୋଗାଭ୍ୟାସର ନିତାନ୍ତ ଆବଶ୍ୟକତା ରହିଛି, ଯଦ୍ଦ୍ବାରା ମନୁଷ୍ୟ ସର୍ବଦା ସତେଜ, କ୍ରିୟାଶୀଳ, ଚଳଚଞ୍ଚଳ, ନୀରୋଗ ହେବାସହ ଦୀର୍ଘଦିନ ବଞ୍ଚତ୍ ରହିପାରିବାର ମାର୍ଗ ସୃଷ୍ଟି ହୋଇପାରିବ l ଆମ ଭାରତୀୟ ମୌଳିକ ଚିକିତ୍ସା ଶାସ୍ତ୍ରକୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ, ଏକ ସ୍ବତନ୍ତ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ‘ଆୟୁଷ’ (AYUSH) ନାମକ ଏକ ବିଭାଗ ଗଠନ କରାଯାଇଛି। ସେହିପରି ଦେଶର ସବୁ ରାଜ୍ୟର ସ୍ବାସ୍ଥ୍ୟ ବିଭାଗରେ ସ୍ବତନ୍ତ୍ର ‘ଆୟୁଷ’ ବିଭାଗ ଖୋଲାଯାଇଛି। ‘A’ର ଅର୍ଥ ‘ଆୟୁର୍ବେଦ’, ‘Y’ର ଅର୍ଥ ‘ଯୋଗ’, ‘U’ର ଅର୍ଥ ‘ୟୁନାନୀ’, ‘S’ର ଅର୍ଥ ‘ସିଦ୍ଧ’, ଏବଂ ‘H’ର ଅର୍ଥ ‘ହୋମିଓପ୍ୟାଥି’। ଅନ୍ୟପକ୍ଷରେ ଯୋଗକୁ ଚିକିତ୍ସା ବିଜ୍ଞାନ ଭାବେ ଗ୍ରହଣ କରାଯାଇ ଏହାକୁ ଏକ ଚିକିତ୍ସା ଶାସ୍ତ୍ରର ମାନ୍ୟତା ମଧ୍ୟ ଦିଆଯାଇଛି। ଭାରତ ସରକାର ସର୍ବପ୍ରଥମେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ଯୋଗ ଶାସ୍ତ୍ରକୁ ପ୍ରାଧାନ୍ୟ ଦେଇ ଯୋଗର ଉପଯୋଗିତା, ଆବଶ୍ୟକତା, ଶରୀର ସୁସ୍ଥତାକୁ ପ୍ରାଧାନ୍ୟ ଦିଆଯାଇଥିଲା। ତା’ ସହ ଏହାର ପ୍ରଚାର, ପ୍ରସାର ଓ ଲୋକପ୍ରିୟତା ନିମନ୍ତେ ବିଶ୍ୱ ସ୍ତରରେ ‘ଯୋଗ’ର ଉପଲବ୍ଧତା ପହଞ୍ଚାଇବା ନିମନ୍ତେ ଏକ ଚିଠା ପ୍ରସ୍ତାବ ନିର୍ଦ୍ଧାରିତ କରି ଏହାକୁ ବିଶ୍ୱସ୍ତରରେ ଉପସ୍ଥାପନା କରାଯାଇଥିଲା। ତାହା ବିଶ୍ୱର ରାଷ୍ଟ୍ର ସମୂହଙ୍କ ଦ୍ୱାରା ଅନୁମୋଦିତ ହୋଇ ଜୁନ୍‌ ୨୧କୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରାଯିବା ପାଇଁ ସରକାରୀ ସ୍ତରରେ ଘୋଷଣା କରାଯାଇଥିଲା। ଆମ ଦେଶର ପ୍ରତି ରାଜ୍ୟ ତଥା ସବୁ ସରକାରୀ ଓ ବେସରକାରୀ ସ୍ତରରେ ଏହି ଦିବସକୁ ଯୋଗ ଦିବସ ରୂପେ ୨୦୧୫ଠାରୁ ପାଳନ କରାଯାଇଆସୁଅଛି। ଏହି ଦିବସକୁ ଠିକ୍‌ ଭାବରେ ପାଳନ କରିବା ନିମନ୍ତେ ଯୁବପିଢ଼ି ତଥା ସବୁ ବର୍ଗର ବ୍ୟକ୍ତିବିଶେଷ ହାତକୁ ହାତ ମିଶାଇବା ଦରକାର। ତେବେ ଏହି ଦିବସ ପାଳନ ଉଦ୍ଦେଶ୍ୟ ପୂରଣ ହୋଇପାରିବ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର, ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri