
ବୟସ ୪୦ ଟପୁଟପୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଡାଇବେଟିସ, ବ୍ଲଡପ୍ରେସର ତ ଏବେ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଗଲାଣି। ଏହାବ୍ୟତୀତ କାଶ, ଥଣ୍ଡା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ଅଧିକଂଶ ଦେଖାଯାଉଛି। ଏନେକ ସମୟରେ ଏହାବି ଦେଖିବାକୁ ମିଳେ ସାମାନ୍ୟ ଥଣ୍ଡା ଟିକେ ହେଲେ ଆମେ ଘରେ ଥିବା ମେଡିସିନ ଖାଇଦେଉ ମାତ୍ର ଏହାର ଏକ୍ସପାଏରୀ ଦେଖି ନ ଥାଉ ତେଣୁ ଜାଣନ୍ତୁ ସ୍ବାସ୍ଥ୍ୟଜନିତ କିଛି ଟିପ୍ସ, ଯାହା ଜାଣିବା ଅତ୍ୟନ୍ତ ଆବଶ୍ୟକ।
ମହୁ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ବିଶେଷ କରି ଏହା ଥଣ୍ଡାରୁ ଆମକୁ ଉପଶମ ଦେଇଥାଏ। ଏହାକୁ ପ୍ରତିଦିନ ସକାଳୁ ଉଷୁମ ପାଣି ସହ ମିଶାଇ ପିଇବା ସ୍ବାସ୍ଥ୍ୟପାଇଁ ଭଲ।
ଅଣ୍ଟାଜନିତ କିଛି ସମସ୍ୟା ଥିଲେ ବସିବା ଉଠିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ସ୍ଥାନରେ ବସିଥିଲେ ହଠାତ୍ ଉଠନ୍ତୁ ନାହିଁ। କୌଣସି ଜିନିଷ ନେବା ଆଣିବା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ଯଦି ଆପଣଙ୍କର କିଛି ସ୍ବାସ୍ଥ୍ୟଜନିତ ସମସ୍ୟା ରହିଛି, ତେବେ ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ଦୃଷ୍ଟି ଦିଅନ୍ତୁ। ଅଭିଜ୍ଞ ଡାକ୍ତରଙ୍କ ସହ ମଧ୍ୟ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।
ନିଜ ଓଜନକୁ ସବୁବେଳେ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରତିଦିନ ସକାଳୁ ଅତିକମ୍ରେ ଅଧ ଘଣ୍ଟାଏ ଚାଲନ୍ତୁ ଏବଂ ଓଜନ କମିବା ଭଳି ବ୍ୟାୟାମ କରନ୍ତୁ।ଘରେ ଯଦି କୌଣସି ଔଷଧ ରଖିଛନ୍ତି ତେବେ ତାହାର ଏକ୍ସପାଏରି ତାରିଖ ପ୍ରତି ସଚେତନ ରୁହନ୍ତୁ।
ବୟସ ୪୦ ଟପିଲେ କେତେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ଏହି ସମୟରେ ଡାଇବେଟିସ୍, ବ୍ଲଡପ୍ରେସର ବ୍ୟତୀତ ବର୍ଷକୁ ଅତିକମ୍ରେ ଥରେ ସମ୍ପୂର୍ଣ୍ଣ ଶରୀର ପରୀକ୍ଷା କରାଇ ନିଅନ୍ତୁ।