ସମସ୍ୟାରେ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ରସୁଲପୁର,୧୩।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି) ଅଧୀନରେ ପରିଚାଳିତ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି)ରେ ନାନା ସମସ୍ୟା ଲାଗିରହିଛି। ହେଲେ ପ୍ରଶାସନିକ ଦୃଷ୍ଟି ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏଦିଗରେ ସୁଧାର ଆଣିବା ପାଇଁ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ଜିଲା ପରିଷଦ ସଭ୍ୟ ଚତୁର୍ଭୁଜ ଦ୍ୱିବେଦୀ ପ୍ରଶାସନ ନିକଟରେ ଦାବି ଉପସ୍ଥାପନା କରିଛନ୍ତି।
ଏହି ଡାକ୍ତରଖାନା ଉପରେ ବନ୍ଧଡ଼ିହ, ବ୍ରହ୍ମବରଦା, ମହେଶ୍ୱରପୁର, ଝାଲପଡ଼ା, ମଙ୍ଗଳରାଜପୁର ଆଦି ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକ ନିର୍ଭର କରିଥାନ୍ତି। ପ୍ରତ୍ୟହ ପ୍ରାୟ ୨୦୦ ରୋଗୀ ଏହି ଡାକ୍ତରଖାନାକୁ ଆସିଥାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ଅଭାବ ଯୋଗୁ ବହିର୍ବିଭାଗ ରୋଗୀ ଚିକିତ୍ସା ପ୍ରକୋଷ୍ଠଟି ଏବେ ବି ଆଜବେଷ୍ଟସ୍‌ ତଳେ ଚାଲିଛି। ବିଭିନ୍ନ ସ୍ଥାନରେ ଆଜବେଷ୍ଟସ ଦୁର୍ବଳ ହୋଇପଡିଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଡାକ୍ତରଖାନା ପରିସରରେ ଥିବା ଶୌଚାଳୟ ଓ ଅଳିଆ ଆବର୍ଜନା କୁଣ୍ଡକୁ ଠିକ୍‌ ଭାବରେ ପରିଚାଳନା କରାଯାଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟିକରୁଛି। ଡାକ୍ତରଖାନା ପରିସରରେ ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଦୁଇଟି କୋଠା ନିର୍ମାଣ କାର୍ଯ୍ୟ ସରିଛି। ମାତ୍ର ଉକ୍ତ ଗୃହକୁ ଡାକ୍ତରଖାନାକୁ ହସ୍ତାନ୍ତର କରାଯାଇ ନାହିଁ। ଡାକ୍ତରଖାନାର ସୀମାକୁ ନେଇ ବିବାଦ ରହିଥିବାରୁ ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ ହୋଇ ପାରୁନାହିଁ। ଡାକ୍ତର ନିୟମିତ ଆସୁ ନ ଥିବାରୁ ରୋଗୀ ସେବାରେ ବ୍ୟାଘାତ ଘଟୁଛି। ରୋଗୀଙ୍କ ପାଇଁ ଆସୁଥିବା ସରକାରୀ ଔଷଧର ସୁଷମ ବଣ୍ଟନ କରାଯାଉ ନାହିଁ। ଡାକ୍ତରଖାନା ସମସ୍ୟା ସମାଧାନ ପାଇଁ ରୋଗୀ କଲ୍ୟାଣ ସମିତି ଗଠନ କରାଯାଇଛି। ମାତ୍ର ୩ବର୍ଷ ହେଲାଣି ଥରୁଟିଏ ଏହି ସମିତି ବୈଠକ ବସିନାହିଁ। ଏହାର ସଦସ୍ୟ ଥିବା ରସୁଲପୁର ବିଡିଓ, ବିଭାଗୀୟ ଯନ୍ତ୍ରୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁ ଏହା କାର୍ଯ୍ୟକାରୀ ହେଉନାହିଁ ବୋଲି କୁହାଯାଉଛି। ନାନା ସମସ୍ୟା ଭିତରେ ଛନ୍ଦି ହୋଇପଡିଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧାର ଆଣିବା ସକାଶେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା.ବିଶ୍ୱରଞ୍ଜନ କର ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ସେମାନଙ୍କୁ ନେଇ ଏକ ପ୍ରତିନିଧି ଦଳ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖି ଫେରିଛନ୍ତି। ଆଗାମୀ ଦିନରେ ରୋଗୀକଲ୍ୟାଣ ସମିତି ବୈଠକ ନିୟମିତ ବସିବା, ଉନ୍ନୟନ କାର୍ଯ୍ୟର ଠିକ୍‌ ପରିଚାଳନା, ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା, ଡାକ୍ତରଖାନାର ସୀମା ନିର୍ଦ୍ଧାରଣ, ନୂତନ ଗୃହ ହସ୍ତାନ୍ତରୀକରଣ ଆଦି କାର୍ଯ୍ୟ ତୁରନ୍ତ କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ମତପ୍ରକାଶ କରିଛନ୍ତି। ତେବେ ଏହା କେବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri