ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟର ଯତ୍ନ

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଜୀବଜନ୍ତୁ, କୀଟପତଙ୍ଗ, ବୃକ୍ଷଲତା ଆଦି ସମଗ୍ର ଜୀବଜଗତ ନିମନ୍ତେ ସୂର୍ଯ୍ୟରଶ୍ମିର ନିହାତି ଆବଶ୍ୟକତା ରହିଛି। ଗ୍ରୀଷ୍ମଋତୁରେ ହିଁ ସୌରରଶ୍ମିର ପ୍ରଖରତା ହେତୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଦ୍ୱାରା ଜୀବଜଗତ ପାଇଁ ଏହା ବେଳେବେଳେ କ୍ଷତି ପହଞ୍ଚାଇଥାଏ। ଜଳବାୟୁ ପରିବର୍ତ୍ତନ ହେତୁ ଧରାପୃଷ୍ଠରେ ୬ଟି ଋତୁ ପ୍ରତୀୟମାନ ହୋଇଥାଏ। ଆମ ଭାରତ ବର୍ଷରେ ପ୍ରତିବର୍ଷ ଜାନୁୟାରୀ ୧୪(ମକର ସଂକ୍ରାନ୍ତି)ଠାରୁ ଜୁନ୍‌ ୨୧ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତରାୟଣ ହୋଇଥା’ନ୍ତି। ଗ୍ରୀଷ୍ମଋତୁରେ ଦିନ ବଡ଼ ହୋଇ ରାତି ଛୋଟ ହୋଇଥାଏ। ପ୍ରାୟତଃ ଦିନ ୧୧ଟାରୁ ୩ଟା ଯାଏଁ ପ୍ରବଳ ଗରମ ଅନୁଭୂତ ହୁଏ। ତେଣୁ ଏହି ସମୟରେ ପଦାକୁ ବାହାରିବା ଅନୁଚିତ। ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ହ୍ରାସ ପାଉଥିବାରୁ ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥାଏ। ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ତେଣୁ ଗ୍ରୀଷ୍ମଋତୁରେ ଆମେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହେବା ଦରକାର। ଏହି ସମୟରେ ଅଂଶୁଘାତର ଆଶଙ୍କା ରହିଛି।
ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ଏକ ପ୍ରକ୍ରିୟା। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟକୃତ କେତେକ କୃତ୍ରିମ କାରଣ ହେତୁ ଗ୍ରୀଷ୍ମଦିନେ ଜଳବାୟୁରେ ତାପମାତ୍ରା ପ୍ରବଳରୁ ଅତିପ୍ରବଳ ବୃଦ୍ଧି ପାଉଛି। ଏଥିଯୋଗୁ ବୃକ୍ଷଲତା, ଜୀବଜଗତ ଓ ମନୁଷ୍ୟମାନଙ୍କ ପାଇଁ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି ହେଉଛି।
ସୂର୍ଯ୍ୟକିରଣ ବ୍ୟତୀତ ଜଙ୍ଗଲରେ ଅଗ୍ନିକାଣ୍ଡ, ବହୁଳ ପରିମାଣରେ ଇଟାଭାଟିରେ ଅଗ୍ନି ସଂଯୋଗ, ବିଭିନ୍ନ କଳକାରଖାନାରୁ ନିର୍ଗତ ଗରମ ବାଷ୍ପ, ଜଙ୍ଗଲକୁ କାଟି ସଫା କରିବା, ବହୁଳ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ, ସିମେଣ୍ଟ ଦ୍ୱାରା ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ, ବୃକ୍ଷର ପରିମାଣ ଦିନକୁ ଦିନ ହ୍ରାସ ପାଇବା ଆଦି କାରଣ ଯୋଗୁ ବାୟୁମଣ୍ଡଳ ତାପମାତ୍ରା ପ୍ରାୟ ଏବେ ଦ୍ୱିଗୁଣିତ ହୋଇଯାଉଛି। ବାୟୁମଣ୍ଡଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହେଲେ ଏହି ଉତ୍ତାପ ହ୍ରାସ ପାଇବାରେ ବିଳମ୍ବ ହୋଇଥାଏ।
ପ୍ରାକୃତିକ ଉପାୟରେ ଗ୍ରୀଷ୍ମତାପର ପ୍ରତିରୋଧ: ଭାରତୀୟ ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ଗ୍ରୀଷ୍ମଋତୁରେ ପ୍ରବଳ ତାପମାତ୍ରାକୁ ପ୍ରତିରୋଧ ନିମନ୍ତେ କେତେକ ପ୍ରାକୃତିକ ପଦ୍ଧତି ବର୍ଣ୍ଣନା କରାଯାଇଅଛି। ଖରାଦିନେ ପ୍ରବଳ ଉତ୍ତାପ ଅନୁଭୂତ ହେଉଥିବା ସମୟରେ ଯାତାୟାତ ନ କରିବା, ବୃକ୍ଷର ଛାଇରେ ବିଶ୍ରାମ ନେବା ବ୍ୟତୀତ ଜରୁରୀ କିମ୍ବା ନିହାତି ଦରକାର ପଡ଼ିଲେ ହିଁ ପଦାକୁ ବାହାରନ୍ତୁ। ଏହି ସମୟରେ ସୂତାରେ ତିଆରି ପୋଷାକ, ଧଳା ଟୋପି ସହ କଳା ଚଷମା ପିନ୍ଧନ୍ତୁ ଏବଂ ଛତା ଧରି ଯାତାୟାତ କରିବା ଉଚିତ।
ବାସଗୃହରେ ଝରକା ଓ ଦୁଆରବନ୍ଧରେ ସୂତାନିର୍ମିତ ବହଳିଆ କପଡ଼ା କିମ୍ବା ବେଣା ଘାସର ଚେରରେ ତିଆରି ପଟି ଟାଙ୍ଗିବା ଦ୍ୱାରା ଶୀତଳ ପବନ ମିଳିଥାଏ। ଏହାସହ ଗ୍ରୀଷ୍ମଋତୁରେ ମାଟିପାତ୍ରରେ ପାଣି ରଖି ପାନୀୟ ରୂପେ ବ୍ୟବହାର କରନ୍ତୁ। ପଇଡ଼ ପାଣି, ଆଖୁରସ ଆଦି ପିଅନ୍ତୁ। ପଖାଳ ଭାତ, ଦହି, ଲେମ୍ବୁପାଣି ବ୍ୟତୀତ ନିରାମିଷ ଖାଦ୍ୟ ଖାଆନ୍ତୁ। ଅଧିକ ମାତ୍ରାରେ ଜଳୀୟଅଂଶ ଥିବା ରଙ୍ଗ ତରଭୁଜ, କାକୁଡ଼ି, ଲସି, ଅଙ୍ଗୁର, କମଳା ଆଦି ଜୁସ୍‌କୁ ପାନୀୟ ରୂପେ ସେବନ କରନ୍ତୁ। ଏହା ପେଟକୁ ଥଣ୍ଡା ରଖିବା ସହ ଶାନ୍ତିଦାୟକ ଓ ସ୍ବାସ୍ଥ୍ୟ ହିତକାରୀ ହୋଇଥାଏ।
ଅଂଶୁଘାତ: ଆମ ଶରୀର ବର୍ଷା, ଖରା ଓ ଶୀତର ପ୍ରଭାବକୁ ଖାପ ଖୁଆଇ ଚଳିବା ସହ ଆମ ଶରୀରରେ ତାପମାତ୍ରା ହ୍ରାସ ଓ ବୃଦ୍ଧି ପାଇବାକୁ ସନ୍ତୁଳିତ ରଖିବା ପାଇଁ ଆମ ଶରୀରର ମସ୍ତିଷ୍କରେ ‘ହାଇପୋଥାଲାମସ’ ନାମକ ଏକ ଗ୍ରନ୍ଥି ରହିଛି। ଶରୀରରେ ଯେତେବେଳେ ଉକ୍ତ ସନ୍ତୁଳିତ ପ୍ରକ୍ରିୟା ହୋଇପାରି ନ ଥାଏ ବା ନିୟନ୍ତ୍ରଣ ପ୍ରକ୍ରିୟା ଶରୀରରେ ଠିକ୍‌ ଭାବେ ହୋଇପାରି ନ ଥାଏ ସେତେବେଳେ ମନୁଷ୍ୟ ସୌରତାପ ସହ୍ୟ କରି ନ ପାରି ‘ଅଂଶୁଘାତ’ର ଶିକାର ହୋଇଥାଏ। ଜଳବାୟୁରେ ତାପମାତ୍ରା ଅଧିକ ଥିବା ସମୟରେ ମନୁଷ୍ୟ ଯାତାୟାତ କରିବା ଦ୍ୱାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ସହ ଶାରୀରିକ ଓ ମାନସିକ ସ୍ତରରେ ଅସନ୍ତୁଳିତ ଅବସ୍ଥା ସୃଷ୍ଟି ହୋଇଥାଏ। ବେଳେବେଳେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବା ଦ୍ୱାରା ମନୁଷ୍ୟ ଚେତାଶୂନ୍ୟ ହେବା ସହ ଶରୀରରେ ବାତ ମାରିବା ପରି ଲକ୍ଷଣ ଦେଖାଯାଏ। ଶରୀରର ବାହ୍ୟଚର୍ମ ଉତ୍ତାପଯୁକ୍ତ ଓ ଶୁଷ୍କ ହେବାସହ ଶରୀରରୁ ବେଳେ ବେଳେ ଝାଳ ନିର୍ଗତ ହୁଏ। ଦୁର୍ବଳ ଲାଗିବା, ବାନ୍ତି ଲାଗିବା, ମୁଣ୍ଡ ଘୂରାଇବା ଆଦି ଲକ୍ଷଣ ଦେଖାଯାଏ। ଏହି ସମୟରେ ରୋଗୀଙ୍କୁ ତତ୍‌କ୍ଷଣାତ୍‌ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ଉଚିତ ନଚେତ ରୋଗୀ ମୁତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ। ଚିକିତ୍ସା ଶାସ୍ତ୍ର ମତାନୁସାରେ ଛୋଟ ପିଲାମାନଙ୍କ ଶରୀରରେ ହାରାହାରି ତାପମାତ୍ରା ୯୭.୯ ଡିଗ୍ରୀ ଫାରେନହାଇଟରୁ ୯୯ ଡିଗ୍ରୀ ଫାରେନହାଇଟ(୩୭.୨ଡିଗ୍ରୀ ସେଲ୍‌ସିୟସ) ଏବଂ ପ୍ରାପ୍ତବୟସ୍କ (୬୫ ବର୍ଷରୁ ଅଧିକ) ଲୋକଙ୍କଠାରେ ହାରାହାରି ତାପମାତ୍ରା ୯୮.୭ ଡିଗ୍ରୀ ଫାରେନାଇଟ ରହିବା ଉଚିତ। ଜଳବାୟୁର ପରିବର୍ତ୍ତନ ହେତୁ ତାପମାତ୍ରା ବୃଦ୍ଧି ପାଇବା ସହ ଶରୀରରେ ସ୍ବାଭାବିକ ସ୍ଥିତି ବିଗିଡ଼ି ଯାଇଥାଏ। ଏଥିଯୋଗୁ ନିମ୍ନ ରକ୍ତଚାପ, ଶ୍ୱାସକ୍ରିୟାରେ ପ୍ରଖରତା, ନାଡ଼ିର ଗତି ବୃଦ୍ଧି ପାଇବା, ପରିସ୍ରାର ପରିମାଣ କମି ହଳଦିଆ ବର୍ଣ୍ଣ ହୋଇଥାଏ। ଏହାବ୍ୟତୀତ ମାଂସପେଶୀ ଅକୁଞ୍ଚନ ହେବା ସହ ଯନ୍ତ୍ରଣା ଅନୁଭବ ହେବା, ମୁଣ୍ଡ ବିନ୍ଧିବା ସହ ଦୁର୍ବଳ ଲାଗିଥାଏ। ଏହି ସମୟରେ ରୋଗୀକୁ ତୁରନ୍ତ ନିକଟସ୍ଥ ଚିକିତ୍ସାକେନ୍ଦ୍ରକୁ ନେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଦରକାର।
ସାଧାରଣତଃ ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି, ମଧୁମେହ, ଯକ୍ଷ୍ମାରେ ସଂକ୍ରମିତ ରୋଗୀ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା ବୃଦ୍ଧାବୃଦ୍ଧ, ଗର୍ଭବତୀ, ଖରାରେ ଅଧିକ ସମୟ ରହି କାର୍ଯ୍ୟ କରୁଥିବା ବ୍ୟକ୍ତି, ଅଧିକ ମୋଟା ବ୍ୟକ୍ତି, ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଗ୍ରୀଷ୍ମଋତୁରେ ଅଧିକ ସତର୍କତା ଅଲମ୍ବନ କରିବା ନିହାତି ଜରୁରୀ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?