ଆଣ୍ଠୁ ଗଣ୍ଠି ଦରଜ ଦୂର କରେ ଲେମ୍ବୁ

ଅନେକ ଘରୋଇ ଉପଚାର ମାଧ୍ୟମରେ ବେଳେ ବେଳେ କିଛି ଜଟିଳ ସମସ୍ୟାରୁ ମୁକ୍ତି ମିଳିଥାଏ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରାୟ ପ୍ରତିଦିନ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡ଼ିତ ହୋଇଥାଆନ୍ତି । ହେଲେ ଲେମ୍ବୁ ଚୋପାର ତେଲ ବ୍ୟବହାର କରି ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରିବ । ଲେମ୍ବୁ ଏକ ଖଟା ଫଳ ହୋଇଥିବା ବେଳେ ଏଥିରେ ପ୍ରଚୁର ପରିମାଣରେ ରହିଛି ଭିଟାମିନ୍ ସି । ଏହାସହ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍‌ସ୍ ବି ରହିଛି । ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯେମିତିକି ଫ୍ଲୁ, ସର୍ଦ୍ଦି, କାଶ ଓ ବ୍ୟାକ୍ଟେରିଆ ଇନଫେକ୍ସନରୁ ଏହା ଆମକୁ ସୁରକ୍ଷା ଦେଇଥାଏ । ଏହାସହ ଆଣ୍ଠୁଗଣ୍ଠି ସମସ୍ୟା ବା ଜଏଣ୍ଟ ପେନ୍‌ରୁ ବି ଏହା ମୁକ୍ତି ଦେଇଥାଏ । ତେବେ ଏହାର ପ୍ର୍‌ସ୍ତୁତି ପାଇଁ ଏକ କପ୍ ଅଲିଭ ଅଏଲ, ୨ଟା ବଡ ଲେମ୍ବୁ, ୫ ୟୁକାଲିପଟାସ୍ ପତ୍ର, ୨ ସଫା କପଡା ପଟି, କିଛି ପ୍ଲାଷ୍ଟିକ ସୂତା ଏଥିପାଇଁ ଆବଶ୍ୟକ ହୋଇଥାଏ । ପ୍ରଥମେ ଲେମ୍ବୁର ଚୋପାକୁ ଛଡାଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟିଦେବା । ଏହାପରେ ଏହାକୁ ଏକ ସଫା ଜାର୍‌ରେ ପକାଇ ଏଥିରେ ଅଲିଭ ଅଏଲ ଢାଳିବା ଯେମିତି ଲେମ୍ବୁର ଚୋପା ତେଲରେ ବୁଡିଯିବ । ଏଥିରେ ୟୁକାଲିପଟାସ ପତ୍ରକୁ ଛୋଟ ଛୋଟ କରି କାଟି ପକାଇ ଦେବା । ଜାର୍‌କୁ ବନ୍ଦ କରିନେବା । ଏହାପରେ ଏହାକୁ ଘରର ଏକ ଥଣ୍ଡା ଓ ଅନ୍ଧାରିଆ ସ୍ଥାନରେ ୨ ସପ୍ତାହ ପର୍ଯ୍ୟନ୍ତ ରଖିଦେବା । ୨ ସପ୍ତାହ ପରେ ଜାର୍‌କୁ ବାହାର କରି ଦୁଇଟି ସଫା କପଡା ପଟିକୁ ଏହି ତେଲରେ ବୁଡାଇ ଦରଜ ହେଉଥିବା ସ୍ଥାନରେ ବାନ୍ଧିଲେ ଆରାମ ମିଳିଥାଏ । ଏମିତି ସପ୍ତାହକୁ ୩ଥର କଲେ ଲାଭ ମିଳିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ପାଟି ଭିତରେ ଏପରି ଲାଲ୍‌ ଚିହ୍ନ ଅଛି କି, ହୋଇପାରେ କରୋନାର ଲକ୍ଷଣ

ପାଟି ଭିତରେ ଲାଲରଙ୍ଗର ଏକ ଚିହ୍ନ ଦେଖାଯାଉଥିଲେ ତାହା ମଧ୍ୟ କରୋନା ଭୂତାଣୁର ଲକ୍ଷଣ ହୋଇପାରେ ବୋଲି ସ୍ପେନ୍‌ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହାକୁ…

ଶୀତଦିନେ ମଟର ମିଳିଥାଏ। କଞ୍ଚା ମଟର ଖାଇଲେ ଶରୀରର ବହୁ ସମସ୍ୟା ଦୂରହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ତନ୍ତୁଜ, ପୋଟାସିୟମ୍‌,...

କାର୍ଯ୍ୟଦକ୍ଷତା ବଢ଼ାଏ ସୁସ୍ଥ ଜୀବନଶୈଳୀ

ସୁସ୍ଥ ଜୀବନଶୈଳୀକୁ ଆଗେଇବା ଏତେ ସହଜ ନୁହେଁ। କାରଣ ଏଥିପାଇଁ ଆମକୁ ଅନେକ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡିଥାଏ। ଆଜିକାଲିର ବ୍ୟସ୍ତମୟ ଜୀବନରେ...

ଏହିସବୁ ସାମାନ୍ୟ ଅଭ୍ୟାସ କରିଦିଏ ଦରିଦ୍ର

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି...

ଏହିସବୁ ତେଲ ଶିଶୁଙ୍କୁ କରିଥାଏ ଶକ୍ତ

  ଶିଶୁ ଜନ୍ମ ନେବା ପରେ ତାର ଲାଳନପାଳନ କ୍ଷେତ୍ରରେ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଜନ୍ମ ହେବା ପରେ ସେମାନଙ୍କୁ କ’ଣ ଖାଇବାକୁ...

କାହିଁକି ପ୍ରେମ ସମ୍ପର୍କରେ ଆସିଥାଏ ତିକ୍ତତା

ପ୍ରେମରେ ମନମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ଲାଗି ରହିଥାଏ। ଏହି ସମ୍ପର୍କରେ ଆଗକୁ ବଢ଼ିବା ଯେତିକି ସହଜ ହୋଇଥାଏ ସମ୍ପର୍କକୁ ବାନ୍ଧିରଖିବା କଷ୍ଟକର ହେଇଯାଏ।...

ଲୋହିତ ଗ୍ରହରେ ଜୀବନର ସନ୍ଧାନ

‘ମଙ୍ଗଳ ପୃଷ୍ଠରେ ଅବତରଣ କରିବା ଏକ କଷ୍ଟକର ଏବଂ ଜଟିଳ ପ୍ରଯୁକ୍ତିଗତ ପ୍ରକ୍ରିୟା।  ଏଥିପାଇଁ ଏପର୍ଯ୍ୟନ୍ତ ଗ୍ରହକୁ ପ୍ରେରଣ କରାଯାଇଥିବା ମାତ୍ର ୪୦ ପ୍ରତିଶତ ଅଭିଯାନ...

ମଟର କବାବ

ଆବଶ୍ୟକ ସାମଗ୍ରୀ: କଟା ପାଳଙ୍ଗ ଶାଗ- ୫୦୦ ଗ୍ରାମ, ସିଝା ମଟର- ୫୦୦ ଗ୍ରାମ, କଟା କଞ୍ଚାଲଙ୍କା-୨ଟା, ଅଦା ପେଷ୍ଟ-୧ଚାମଚ, ଗୋଲମରିଚ ଗୁଣ୍ଡ-୧/୪ଚାମଚ, ପାଉଁରୁଟି-୨ଟା ସ୍ଲାଇସ୍‌,...

Advertisement
Archives

Model This Week