ସ୍ବାସ୍ଥ୍ୟ ଓ ବର୍ଜ୍ୟବସ୍ତୁ ପରିଚାଳନା

”ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ ଉପଯୋଗୀ ହେଉଥିଲେ ସୁଦ୍ଧା ଏହା ବିଘଟନ ହୋଇପାରି ନ ଥାଏ । ଏହାର ବର୍ଜ୍ୟବସ୍ତୁ ମଣିଷ ସମାଜ ପାଇଁ ଯଥେଷ୍ଟ କ୍ଷତିକାରକ ସାଜିଛି। ୧୮୬୨ ମସିହାରେ ଆଲେକଜାଣ୍ଡର ପାର୍କସ ସର୍ବପ୍ରଥମେ ପ୍ଲାଷ୍ଟିକ ବିଷୟ ନେଇ ଲଣ୍ଡନଠାରେ ଅନ୍ତର୍ଜାତୀୟସ୍ତରୀୟ ପ୍ରଦର୍ଶନୀରେ ସୂଚନା ଦେଇଥିଲେ । ପ୍ଲାଷ୍ଟିକ ସାମଗ୍ରୀ ମଣିଷ ସମାଜ ପାଇଁ ବ୍ୟବହାର ଉପଯୋଗୀ ହୋଇଥିଲେ ସୁଦ୍ଧା ବହୁମାତ୍ରାରେ ମନୁଷ୍ୟ ପାଇଁ ଏହା କ୍ଷତିକାରକ ।“

ସାରା ବିଶ୍ୱରେ ମଣିଷ ସମାଜ ସୁସ୍ଥ ଓ ଦୀର୍ଘାୟୁ ଭାବେ ବଞ୍ଚତ୍ରହିବା ପାଇଁ କେଉଁ ଆବହମାନ କାଳରୁ ପ୍ରକୃତି ଆମ ପାଇଁ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରିଛି। ପୃଥିବୀର ଜୀବଜଗତ ମଧ୍ୟରେ ମନୁଷ୍ୟ ସବୁଠୁ ଚତୁର ଓ ବୁଦ୍ଧିମାନ ବୋଲି ବିବେଚନା କରାଯାଏ। ହେଲେ ‘ପଣ୍ଡିତ ପୁଅ ମୂର୍ଖ’ ନ୍ୟାୟରେ ମନୁଷ୍ୟ ନିଜ ପାଇଁ ଏପରି କେତେକ କାର୍ଯ୍ୟ କରିଚାଲିଛି ଯଦ୍ଦ୍ବାରା ମନୁଷ୍ୟ ଦୀର୍ଘାୟୁ ହୋଇ ବଞ୍ଚତ୍ରହିବା ପରିବର୍ତ୍ତେ ଅଳ୍ପାୟୁ ନିମନ୍ତେ ପରିସ୍ଥିତି ସୃଷ୍ଟି କରିଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଦୈନନ୍ଦିନ ଜଙ୍ଗଲ ସମ୍ପଦ ଧ୍ବଂସ କରିବାଠାରୁ ଆରମ୍ଭ କରି ପ୍ରାଣୀସମ୍ପଦ ନଷ୍ଟ କରିବା, ପକ୍ଷୀମାନଙ୍କୁ ମାରି ମାଂସ ଭକ୍ଷଣ କରିବା ମନୁଷ୍ୟର ଅଭ୍ୟାସଗତ ହୋଇଯାଇଛି। ମନୁଷ୍ୟ ଏପରି କାର୍ଯ୍ୟ କରିଚାଲିଛି, ଯାହାକି ପ୍ରକୃତି ଓ ପରିବେଶ ପାଇଁ ଘାତକ ସଦୃଶ ହୋଇଛି। ହେଲେ ମନୁଷ୍ୟ ବୁଝିପାରୁନି ଯେ ନିଜର ଜୀବନ ସୁରକ୍ଷା ଓ ଆଗାମୀ ପିଢ଼ିଙ୍କ ପାଇଁ ନିଜେ କିପରି କ୍ଷତି ସାଧନ କରିଚାଲିଛି ନିଜେ ହିଁ ଜାଣିପାରୁନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟ ସୁସ୍ଥ, ନିରାମୟ ଓ ଦୀର୍ଘଦିନ ବଞ୍ଚତ୍ରହିବାରେ ନିଜ ପାଇଁ ନିଜେ ପ୍ରତିବନ୍ଧକ ସାଜିଛି।
ମନୁଷ୍ୟ ଦୈନନ୍ଦିନ ନିଜର ବ୍ୟବହାର କରୁଥିବା ସାମଗ୍ରୀ ଭିତରେ ଅତି ଆଦର ଓ ନିକଟତମ ବ୍ୟବହାର ଉପକରଣ ମଧ୍ୟରେ ପ୍ଲାଷ୍ଟିକ ସାମଗ୍ରୀ ଓ ପଲିଥିନକୁ ଅତି ଆପଣାର କରିଛି। ପ୍ଲାଷ୍ଟିକଜାତ ଦ୍ରବ୍ୟ ଭିତରେ ପ୍ଲାଷ୍ଟିକ ଚେୟାର, ଟେବୁଲ, ପିଲାମାନଙ୍କ ପ୍ଲାଷ୍ଟିକ ଖେଳନା ସାମଗ୍ରୀ, କୁର୍‌କୁରେ, ଅଟା, ଚା’ପତ୍ର, ବିସ୍କୁଟ ଆଦି ବିଭିନ୍ନ ଖାଦ୍ୟ ଦ୍ରବ୍ୟ ରଖାଯାଇଥିବା ପ୍ୟାକେଟ, ପଲିଥିନ ବ୍ୟାଗ, ପାଣିବୋତଲ ସମେତ ସାଇକେଲ, ହେଲ୍‌ମେଟ, ଏୟାର ବ୍ୟାଗ, ମୋବାଇଲ ଆଦି ବହୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ବ୍ୟବହାର ସରିବା ପରେ ଉକ୍ତ ପ୍ଲାଷ୍ଟିକ ଓ ପଲିଥିନକୁ ଆମେ ଏଣେତେଣେ ଫୋପାଡ଼ି ଦେଇଥାଉ। ସେଗୁଡ଼ିକ ଗ୍ରାମ, ସହରଗୁଡ଼ିକରେ ଏକତ୍ରୀକରଣ ହୋଇ କୁଢ଼ କୁଢ଼ ଆବର୍ଜନା ଭାବେ ଗଦା ହୋଇଥାଏ। କେବଳ ସେତିକି ନୁହେଁ, ଏପରି ଆବର୍ଜନା ଡ୍ରେନ୍‌ଗୁଡ଼ିକରେ ଜମା ହୋଇ ଜଳ ନିଷ୍କାସନରେ ପ୍ରତିବନ୍ଧକ ହୋଇଥାଏ। ନଦୀ, ପୁଷ୍କରିଣୀ ଏବଂ ସମୁଦ୍ରରେ ମଧ୍ୟ ହଜାର ହଜାର ଟନ୍‌ ପ୍ଲାଷ୍ଟିକ ସାମଗ୍ରୀ ଜମାହୋଇ ରହିଥିବାର ଦେଖାଯାଏ। ଏହି ପ୍ଲାଷ୍ଟିକ ସାମଗ୍ରୀ ସହଜରେ ମାଟି, ଜଳ କିମ୍ବା ଜଳବାୟୁରେ ସହଜରେ ଶହଶହ ବର୍ଷ ଧରି ବିଘଟନ ହୋଇ ପାରି ନ ଥାଏ। ଜଳଜୀବ ପ୍ରାଣୀମାନେ ଉକ୍ତ ପ୍ଲାଷ୍ଟିକକୁ ଭକ୍ଷଣ କରି ମୃତ୍ୟୁମୁଖରେ ପଡ଼ିଥାଆନ୍ତି। ଅନ୍ୟପକ୍ଷରେ ଉକ୍ତ ଜଳଚର ପ୍ରାଣୀମାନଙ୍କ ମୃତ ଶରୀର ପଚି ଜଳକୁ ଦୂଷିତ କରିଥାଏ। ଆମେ ଖାଦ୍ୟ ଖାଇ ଫୋପାଡ଼ି ଥିବା ପଲିଥିନ ଓ ପ୍ଲାଷ୍ଟିକକୁ ଗାଈ, ଗୋରୁ, ମଇଁଷି, କୁକୁର ଆଦି ଖାଇବା ଆଶାରେ ଭକ୍ଷଣ କରି ବିଭିନ୍ନ ପେଟଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ। ସାଧାରଣତଃ ଆମେ ଦୈନନ୍ଦିନ ପ୍ଲାଷ୍ଟିକ ବୋତଲରେ ପାଣି ରଖି ପିଇଥାଉ। ପ୍ଲାଷ୍ଟିକ ବୋତଲରେ ବହୁ ସମୟ ଧରି ପାଣି ରହିବା ଦ୍ୱାରା ରାସାୟନିକ ପ୍ରକ୍ରିୟା ଘଟି ପ୍ଲାଷ୍ଟିକର କିଛି ପରିମାଣ ଜଳ ସହିତ ମିଶିଯାଏ। ତାହା ଶରୀରକୁ ପ୍ରବେଶ କରିବା ଦ୍ୱାରା ପେଟଜନିତ ସମସ୍ୟା, ଲିଭର, କିଡ୍‌ନୀ ଏବଂ ରକ୍ତ କଣିକାରେ ମିଶି କର୍କଟ ରୋଗ, ଶାରୀରିକ ଅକ୍ଷମତା, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇବା ସହ ବିଭିନ୍ନ ମାରାତ୍ମକ ରୋଗ ଶରୀରରେ ସୃଷ୍ଟି କରିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଉକ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁଗୁଡ଼ିକ ମାଟି ତଳେ ପୋତି ହୋଇ ରହିବା ଦ୍ୱାରା ଭୂପୃଷ୍ଠର ଜଳସ୍ତର ସନ୍ତୁଳନରେ ପ୍ରତିବନ୍ଧକ ସାଜିଥାଏ। ଯଦ୍ଦ୍ବାରା ବିଭିନ୍ନ ଫସଲ ଓ ବୃକ୍ଷ ବୃଦ୍ଧି ପାଇବାରେ ପ୍ରତିବନ୍ଧକ ହୋଇଥାଏ। ପ୍ଲାଷ୍ଟିକ ସାମଗ୍ରୀର ଏସବୁ ଖରାପ ପ୍ରଭାବ ଆମ ପୃଥିବୀର ପ୍ରକୃତି ଓ ପରିବେଶ ସୁରକ୍ଷାରେ ସମସ୍ୟା ସୃଷ୍ଟି କରିଥାଏ। ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ ଉପଯୋଗୀ ହେଉଥିଲେ ସୁଦ୍ଧା ଏହା ବିଘଟନ ହୋଇପାରି ନ ଥାଏ। ଏହାର ବର୍ଜ୍ୟବସ୍ତୁ ମଣିଷ ସମାଜ ପାଇଁ ଯଥେଷ୍ଟ କ୍ଷତିକାରକ ସାଜିଛି। ୧୮୬୨ ମସିହାରେ ଆଲେକଜାଣ୍ଡର ପାର୍କସ ସର୍ବପ୍ରଥମେ ପ୍ଲାଷ୍ଟିକ ବିଷୟ ନେଇ ଲଣ୍ଡନଠାରେ ଅନ୍ତର୍ଜାତୀୟସ୍ତରୀୟ ପ୍ରଦର୍ଶନୀରେ ସୂଚନା ଦେଇଥିଲେ। ପ୍ଲାଷ୍ଟିକ ସାମଗ୍ରୀ ମଣିଷ ସମାଜ ପାଇଁ ବ୍ୟବହାର ଉପଯୋଗୀ ହୋଇଥିଲେ ସୁଦ୍ଧା ବହୁମାତ୍ରାରେ ମନୁଷ୍ୟ ପାଇଁ ଏହା କ୍ଷତିକାରକ। ପ୍ଲାଷ୍ଟିକରେ ଲିଡ, କେଡମିୟମ, ପାରଦର ମାତ୍ରା ରହିଛି। ଏହା ମନୁଷ୍ୟର ବହୁ ମାତ୍ରା ସଂସ୍ପର୍ଶରେ ଆସିବା ଦ୍ୱାରା ବହୁ କ୍ଷତି ସାଧନ କରିଥାଏ। ଦୋକାନ ଓ ବଜାରକୁ ଆମେ ସଉଦା ପାଇଁ ଗଲାବେଳେ ଘରୁ ବ୍ୟାଗ ଧରି ଯିବା। ତା’ ସହ ପ୍ଲାଷ୍ଟିକ ଖେଳନାଠାରୁ ପିଲାମାନଙ୍କୁ ଦୂରେଇ ରଖିବା ଉଚିତ। ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ପରେ ବର୍ଜ୍ୟବସ୍ତୁକୁ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ପୋତିଦେବା ଉଚିତ। ପ୍ଲାଷ୍ଟିକ ଓ ପଲିଥିନକୁ ନିଆଁରେ ପୋଡ଼ିବା ଆଦୌ ଉଚିତ ନୁହେଁ। କାରଣ ସେଥିରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ପ୍ରକୃତି, ପରିବେଶ, ମନୁଷ୍ୟ ଓ ପ୍ରାଣୀ ସମ୍ପଦ ନିମନ୍ତେ ବହୁତ କ୍ଷତିକାରକ ହୋଇଥାଏ। ଉକ୍ତ ଗ୍ୟାସ୍‌ ମନୁଷ୍ୟ ସଂସ୍ପର୍ଶରେ ଆସିବା ଦ୍ୱାରା ଫୁସ୍‌ଫୁସ୍‌ ଓ ଶ୍ୱାସନଳୀ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆମେ ଯଥା ସମ୍ଭବ ପ୍ଲାଷ୍ଟିକଠାରୁ ଦୂରେଇ ରହି ପ୍ଲାଷ୍ଟିକମୁକ୍ତ ଅଞ୍ଚଳ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଯଦ୍ଦ୍ବାରା ପ୍ରକୃତି, ପରିବେଶ ସନ୍ତୁଳିତ ହେବାସହ ଆମେ ବିଭିନ୍ନ ମାରାତ୍ମକ ରୋଗରୁ ଦୂରେଇ ରହିପାରିବା ଏବଂ ସୁସ୍ଥ ଜୀବନଯାପନ କରିପାରିବା। ଏହା ଆଗାମୀ ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ସୁରକ୍ଷାର ବାର୍ତ୍ତା ହୋଇପାରିବ। ସର୍ବପ୍ରଥମେ ଆମ ଓଡ଼ିଶା ସରକାର ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀକୁ ରାଜ୍ୟରେ ନିଷେଧ କରିଥିଲେ, ଯାହାକି ସ୍ବାଗତଯୋଗ୍ୟ ପଦକ୍ଷେପ। ଏହି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରଠାରୁ ଯଥାସମ୍ଭବ ଦୂରେଇ ରହିବା ପାଇଁ ସରକାରୀ, ବେସରକାରୀ ତଥା ବ୍ୟକ୍ତିଗତସ୍ତରରେ ଉଦ୍ୟମ ଜାରି ରହିବା ଉଚିତ, ଯାହା ମନୁଷ୍ୟ ସମାଜ ପାଇଁ ହିତ ସାଧନ ହୋଇପାରିବ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?