ସ୍ବାସ୍ଥ୍ୟ ଓ ଆର୍ଥିକ ବିକାଶ ଉତ୍ସ

ଡା. ଲିପିସ୍ମିତା ସାମଲ

ଚଳିତ ବର୍ଷ ଅକ୍ଟୋବର ୧୪ରେ ୨୭ତମ ‘ବିଶ୍ୱ ଅଣ୍ଡା ଦିବସ’ ପାଳିତ ହେଉଛି। ଚଳିତ ବର୍ଷ ‘ବିଶ୍ୱ ଅଣ୍ଡା ଦିବସ’ର ଅଭିବ୍ୟକ୍ତି ହେଉଛି ଉତ୍ତମ ଜୀବନ ପାଇଁ ଅଣ୍ଡା। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା ଦେଶ ତଥା ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି ଏବଂ ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ ଅଣ୍ଡାର ଉପାଦେୟତା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା। ଗର୍ଭବତୀ ମହିଳା ତଥା ଶିଶୁମାନଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ରୋଗଣା ଲୋକମାନଙ୍କ ପାଇଁ ଅଣ୍ଡାର ଆବଶ୍ୟକତା ଅଧିକ ରହିଛି। ଅଣ୍ଡା ମନୁଷ୍ୟର ଶାରୀରିକ ତଥା ମାନସିକ ବିକାଶରେ ସାହାଯ୍ୟ କରି ସମାଜରୁ ଅପପୁଷ୍ଟି ଦୂର କରିଥାଏ।
ଗୋଟିଏ କୁକୁଡ଼ା ଅଣ୍ଡାରେ ୭୮ କିଲୋକ୍ୟାଲୋରି ବା ୩୨୪ କିଲୋଜୁଲ ଶକ୍ତି, ୬.୫ ଗ୍ରାମ୍‌ ପୁଷ୍ଟିସାର, ୫.୮ ଗ୍ରାମ୍‌ ସ୍ନେହସାର, ୧ ଗ୍ରାମ୍‌ ଶ୍ୱେତସାର, ୨୧୨ ମିଲିଗ୍ରାମ୍‌ କୋଲେଷ୍ଟରଲ ଉପଲବ୍ଧ ଅଛି। ଏହାବ୍ୟତୀତ ଅଣ୍ଡାରେ ଭିଟାମିନ୍‌-ଏ, ଭିଟାମିନ୍‌-ଡି, ଭିଟାମିନ୍‌-ସି, ଭିଟାମିନ୍‌-ଇ, ଭିଟାମିନ୍‌-ବି୧, ୨, ୫, ୬, ୧୨, ଫୋଲିକ୍‌ ଏସିଡ୍‌, ସେଲେନିୟମ, ସୋଡିୟମ, ପୋଟାସିୟମ, ଆୟୋଡିନ୍‌, ଜିଙ୍କ୍‌, ଲୌହ ଓ ମାଗ୍ନେସିୟମ ମଧ୍ୟ ଥାଏ। ଅଣ୍ଡାର ଧଳା ଅଂଶରେ ମୁଖ୍ୟତଃ ପୁଷ୍ଟିସାର, ଭିଟାମିନ୍‌-ବି ଓ ଖଣିଜ ପଦାର୍ଥ ଥାଏ ଏବଂ କେଶରରେ କୋଲେଷ୍ଟରଲ, ଭିଟାମିନ୍‌-ଏ, ଡି, ଇ, କେ ଓ ଲେସିଥିନ ଥାଏ। ଅଣ୍ଡାରେ ଶରୀର ପାଇଁ ଆବଶ୍ୟକ ହେଉଥିବା ୯ଟି ଅତ୍ୟାବଶ୍ୟକ ଆମିନୋ ଏସିଡ୍‌ ଥାଏ, ଯାହାକି ସୁସ୍ଥ କେଶ ଓ ନଖ ବୃଦ୍ଧିରେ ସହାୟକ ହୋଇଥାଏ। ଜୈବିକ ମୂଲ୍ୟ ଦୃଷ୍ଟିକୋଣରୁ ବିଚାର କଲେ ଗୋଟିଏ ଅଣ୍ଡାରେ ଜୈବିକ ମୂଲ୍ୟ ୯୪ ଥିବାବେଳେ କ୍ଷୀରରେ ୮୫, ମାଛରେ ୭୬ ଓ ମାଂସରେ ୭୪ ଭାଗ ରହିଥାଏ ।
ଅର୍ଥନୈତିକ ସର୍ଭେ ଅନୁଯାୟୀ, ୨୦୦୮-୦୯ରେ ଓଡ଼ିଶାରେ ଅଣ୍ଡା ଉତ୍ପାଦନ ୧୯,୯୩୨.୬ ଲକ୍ଷ ହୋଇଥିବା ବେଳେ ମୁଣ୍ଡପିଛା ଉପଲବ୍ଧ ଅଣ୍ଡା ଥିଲା ୫୧ଟି, ଯାହା ଜାତୀୟ ହାର (୪୮)ଠାରୁ ଅଧିକ ଥିଲା। କିନ୍ତୁ ୨୦୧୪-୧୫ରେ ଓଡ଼ିଶାରେ କମ୍‌ ଅଣ୍ଡା ଉତ୍ପାଦନ ହୋଇଥିଲା (୧୯,୨୪୫ ଲକ୍ଷ) ଏବଂ ମୁଣ୍ଡପିଛା ଉପଲବ୍ଧ ଅଣ୍ଡା ଥିଲା ମାତ୍ର ୪୩। ସରକାର ବିଭିନ୍ନ ଯୋଜନା ହାତକୁ ନେବା ଫଳରେ ୨୦୨୦-୨୧ରେ ଓଡ଼ିଶାରେ ଅଣ୍ଡା ଉତ୍ପାଦନ ୨୮,୬୧୬ ଲକ୍ଷକୁ ବୃଦ୍ଧି ହୋଇଥିବା ବେଳେ ମୁଣ୍ଡପିଛା ଉପଲବ୍ଧ ଅଣ୍ଡା ମଧ୍ୟ ୫୪କୁ ବୃଦ୍ଧି ପାଇଛି। ଓଡ଼ିଶାର ମୁଣ୍ଡପିଛା ଉପଲବ୍ଧ ଅଣ୍ଡାର ହାର ଆନ୍ଧ୍ରପ୍ରଦେଶ (୩୭୨), ତାମିଲନାଡୁ (୨୬୫), ହରିୟାଣା (୨୨୪), ପଞ୍ଜାବ (୧୯୧), କର୍ନାଟକ (୯୫) ଏବଂ ପଶ୍ଚିମବଙ୍ଗ (୮୮) ଠାରୁ ବହୁତ କମ୍‌। ଅଣ୍ଡା ଉତ୍ପାଦନରେ ଓଡ଼ିଶା ଦେଶରେ ୧୦ମ ସ୍ଥାନରେ ଅଛି।
ଲୋକମାନଙ୍କୁ କୁକୁଡ଼ା ପାଳନ ପାଇଁ ପ୍ରୋତ୍ସାହିତ କରିବା ଲାଗି ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି।
ରାଜ୍ୟ ସରକାର ନୂତନ ବ୍ୟବସାୟିକ ଓ ଅର୍ଦ୍ଧ ବ୍ୟବସାୟିକ କୁକୁଡ଼ା ଫାର୍ମ ପାଇଁ ରିହାତି ଯୋଗାଇ ଦେଉଛନ୍ତି। ରାଜ୍ୟ କୃଷିନୀତି-୨୦୧୩ ଅନୁଯାୟୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ଅନ୍‌ଲାଇନ ପ୍ରକ୍ରିୟାରେ ଅନୂ୍ୟନ ୧୦ ହଜାର କ୍ଷମତାବିଶିଷ୍ଟ ଅଣ୍ଡାଦିଆ କୁକୁଡ଼ା ଫାର୍ମ, ଦୈନିକ ୩୦ ମେଟ୍ରିକ୍‌ ଟନ୍‌ ଦକ୍ଷତାବିଶିଷ୍ଟ କୁକୁଡ଼ା ଖାଦ୍ୟ ପ୍ଲାଣ୍ଟ ଆଦି ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶା କୁକ୍କୁଟ ନୀତି-୨୦୧୫ ମଧ୍ୟ ପ୍ରଣୟନ କରାଯାଇଛି। ଏଥିରେ କୁକୁଡ଼ା ପାଳନକୁ କୃଷିର ମାନ୍ୟତା ଦିଆଯାଇଛି। ରାଜ୍ୟରେ ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ଉଦ୍ୟୋଗ ପ୍ରତିଷ୍ଠା ପାଇଁ ନାବାର୍ଡ ଋଣ ପ୍ରଦାନ କରୁଛି। ରାଜ୍ୟରେ ମୁଣ୍ଡପିଛା ଅଣ୍ଡାର ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ୨୦୧୮-୧୯ ରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଡିପ୍‌ ଲିଟର ପଦ୍ଧତିରେ ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ସାବଲମ୍ବନଶୀଳ କରିବାକୁ ହେଲେ ଭଲ ପ୍ରଜାତିର କୁକୁଡ଼ା ଚୟନ ସହିତ ସମୂହ ପରିପାଳନର ମହତ୍ତ୍ୱ ରହିଛି। ଓଡ଼ିଶା ଅଣ୍ଡା ଉତ୍ପାଦନରେ ସ୍ବାବଲମ୍ବନଶୀଳ ହେଲେ ଲୋକମାନଙ୍କର ସାମାଜିକ ତଥା ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିପାରିବ।
ସହକାରୀ ପ୍ରଫେସର, ଓୟୁଏଟି, ଭୁବନେଶ୍ୱର, ମୋ:୮୮୪୭୮୬୦୬୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri