୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ମୃତକ ଶିକ୍ଷକ ହେଉଛନ୍ତି ନବରଙ୍ଗପୁର ଜିଲା ଉମରକୋଟ ସହର ନିକଟସ୍ଥ ବଡ଼ଭରଣ୍ଡି ଗ୍ରାମର ଅଲେଖ ଚରଣ ଭକ୍ତ (୩୬)। ଅଲେଖ ଝରିଗାଁ ବ୍ଲକ ଅନ୍ତର୍ଗତ ରତାଖଣ୍ଡିଗୁଡ଼ା ଗ୍ରାମସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଚଳିତ ବର୍ଷ ଦଶମ ପରୀକ୍ଷା ପାଇଁ ଝରିଗାଁ ବ୍ଲକ ଅନ୍ତର୍ଗତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେବେ ପ୍ରଧାନଶିକ୍ଷକ ନିଜ ଦାୟିତ୍ୱ ସମ୍ପନ୍ନ କରି ଗତ ଶନିବାର ଅପରାହ୍ନରେ କଲେଗାଁ ସ୍କୁଲରୁ ବାହାରିଥିଲେ। ତେବେ ପ୍ରାୟ ୪ଟା ପରେ ମଧ୍ୟ ସେ ନିଜ ଘର ବଡ଼ଭରଣ୍ଡି ଗ୍ରାମରେ ପହଞ୍ଚି ନ ଥିଲେ। ଏନେଇ ପରିବାର ଲୋକେ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଝରିଗାଁ ଥାନାରେ କେସ୍‌ ନମ୍ବର ୭ରେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି।

ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ପ୍ରଧାନଶିକ୍ଷକଙ୍କୁ ଖୋଜିବା ଆରମ୍ଭ କରିଥିଲେ ସୁଦ୍ଧା କୌଣସି ଖବର ମିଳି ପାରି ନ ଥିଲା। ବୁଧବାର ସକାଳୁ ଛତିଶଗଡ଼ ମେଇନପୁର ପୋଲିସ ଉମରକୋଟ ଥାନାକୁ ସୂଚନା ଦେଇଥିଲେ ଯେ, ଜଣେ ଯୁବକଙ୍କ ଝୁଲନ୍ତା ମୃତ ଶରୀର ପୋଲିସ ଠାବ କରିଥିବାବେଳେ ତାଙ୍କ ନିକଟରୁ ଏକ ବାଇକ୍‌(ଓଡି ୨୪ ଜେ ୮୪୨୪) ଏବଂ ଆଧାର କାର୍ଡ ଏବଂ ଭୋଟର କାର୍ଡ, ଦୁଇଟି ମୋବାଇଲ ଏବଂ କିଛି ଟଙ୍କା ମିଳିଛି। ଏହି ଖବର ପାଇବା ମାତ୍ରେ ଉମରକୋଟ ପୋଲିସ ଝରିଗାଁ ପୋଲିସଙ୍କୁ ସୂଚନା ଦେଇଥିଲେ। ଏହାପରେ ପରିବାର ଲୋକଙ୍କ ସହ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଛତିଶଗଡ଼ ପୋଲିସ, ସାଇଣ୍ଟିଫିକ୍‌ ଟିମ, ସନ୍ଧାନୀକୁକୁର ରହି ତଦନ୍ତ ଚଳାଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଛି।
ମୃତ ଶିକ୍ଷକ ଜଣଙ୍କ ମାନସିକ ଚାପରେ ରହୁଥିଲେ। ହେଲେ ତାଙ୍କୁ କିଏ ମାନସିକ ଚାପ ଦେଇଥିଲେ, ଯାହା କି ଶେଷରେ ଅଲେଖ ଚରଣ ଭକ୍ତ ମୃତ୍ୟୁକୁ ଆପଣାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତି ରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri