ଗୁଗଲ୍‌ ମ୍ୟାପ୍‌ରେ ମୁଣ୍ଡବିହୀନ ମଣିଷ

ନ୍ୟୁୟର୍କ,୧୬।୪: ଗୁଗଲ୍‌ ମ୍ୟାପ୍‌ ହେଉଛି ଏପରି ଏକ ସ୍ଥାନ, ଯେଉଁଠି ଆକସ୍ମିକ (କିମ୍ବା ଉଦ୍ଦେଶ୍ୟବିହୀନ) ଭାବେ ବିସ୍ମିତ କରିଦେବା ଭଳି ଅନେକ ଆବିଷ୍କାର ହୋଇଥାଏ। ଆମେରିକାର ନ୍ୟୁୟର୍କ ସିଟି ରାସ୍ତାରେ ଜଣେ ମୁଣ୍ଡବିହୀନ ମଣିଷ ବୁଲୁଥିବା ଗୁଗଲ୍‌ ମ୍ୟାପ୍‌ରେ ଠାବ ହେବା ପରେ ଇଣ୍ଟରନେଟ୍‌ରେ ଏହି ବିଷୟ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଭିଡିଓଟି ହେଉଛି ବ୍ୟସ୍ତବହୁଳ ନ୍ୟୁୟର୍କସ୍ଥିତ ବ୍ରୁକ୍‌ଲିନ୍‌ ନେଭି ୟାର୍ଡର। ଏଥିରେ ଥିବା ବ୍ୟକ୍ତିଙ୍କ ମୁଣ୍ଡ କି ହାତଗୋଡ଼ ନାହିଁ। ସେ ଧଳାରଙ୍ଗର ପିପିଇ କିଟ୍‌ ଭଳି ଏକ ବଡିଶୁଟ୍‌ ପିନ୍ଧି ଏଠିସେଠି ବିଚରଣ କରୁଛନ୍ତି। ସେ କେମିତି ଚାଲିପାରୁଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମୁଣ୍ଡବିହୀନ ମଣିଷ ଏକ ଗଛରେ ଭରାଦେଇ ଭାସମାନ ଅବସ୍ଥାରେ ଛିଡ଼ା ହୋଇଛନ୍ତି। ତାଙ୍କର ଅଲୌକିକତା ଏତିକିରେ ସୀମିତ ହୋଇରହିନାହିଁ। କ୍ୟାମେରା ନୌସେନା ଅଧୀନ ହାଇ ସିକ୍ୟୁରିଟି ଜୋନ୍‌ ଉପରେ ଜୁମ୍‌ କରି ଫୋକସ୍‌ କରିବା ମାତ୍ରେ ବଡିଶୁଟ୍‌ ଏକ ସାମୁଦ୍ରିକ ପକ୍ଷୀର ରୂପ ନେଇ କ୍ରମଶଃ ଉଭାନ ହୋଇଯାଇଥିଲା। ଏହା ହେଉଛି ୨୦୨୧ ମେ’ରେ କରୋନା ମହାମାରୀ ସମୟର ଭିଡିଓ। ଲକ୍‌ଡାଉନ୍‌ ଜାରି ହୋଇଥିବାରୁ ରାସ୍ତା ଜନଶୂନ୍ୟ ରହିଛି। ରେଡିଟ୍‌ରେ ଏହାକୁ ଜଣେ ୟୁଜର୍ସ ‘ହଲୋ ମ୍ୟାନ୍‌’ ଆଖ୍ୟା ଦେଇ ଶେୟାର କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଭୀତ କରାଇବା-ନିଜର ଆନନ୍ଦ ପାଇଁ ପୁଟିନ କରୁଛନ୍ତି ଆକ୍ରମଣ: ଜେଲେନସ୍କି…

କିଭ୍‌,୨୫।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୧୦ମାସ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପୁଣି ଥରେ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଶନିବାର...

ରୁଷିଆକୁ କାଉଣ୍ଟର କଲା ୟୁକେନ୍‌

କ୍ୱିଭ୍‌,୧୮।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଲଗାତର ୨୩ ଦିନ ହେବ ଜାରି ରହିଛି। ଉଭୟ ଦେଶ ପରସ୍ପରକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ଶୁକ୍ରବାର...

ଉପରାଷ୍ଟ୍ରପତିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

କାବୁଲ, ୯।୯: ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଉପରେ ବୁଧବାର ସକାଳ ୭ଟା ୩୦ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଅମରୁଲ୍ଲା ରାଜଧାନୀ କାବୁଲରେ ସୁରକ୍ଷାକର୍ମୀଙ୍କ ସହିତ...

କେରଳ-କର୍ନାଟକରେ ଲୁଚି ବସିଛନ୍ତି ଆଇଏସ୍‌ ଆତଙ୍କବାଦୀ: ଜାତିସଂଘ

ଜେନେଭା/ନୂଆଦିଲ୍ଲୀ, ୨୫।୭: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଏନେଇ ଆଇଏସ୍‌ ଆତଙ୍କବାଦୀ କେରଳ ଏବଂ କର୍ନାଟକରେ ଲୁଚି ବସିଛନ୍ତି। ଏସମ୍ପର୍କରେ...

୧୯ ଦେଶରେ ୧୩୧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଜେନେଭା,୨୫।୫: ଚିନ୍ତା ବଢାଉଛି ମଙ୍କିପକ୍ସ ଭୂତାଣୁ। ଏବେ ୧୯ ଦେଶରେ ମୋଟ ୧୩୧ ମାମଲା ଚିହ୍ନଟ ହୋଇଛି। ଏ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ...

ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ମୃତ

ଦାମସକସ,୨୩ ।୧୦: ସେଣ୍ଟ୍ରାଲ କମାଣ୍ଡର ପ୍ରବକ୍ତା ମେଜର ଜନ ରିଗସବି ଶୁକ୍ରବାର କହିଥିଲେ କି ଉତ୍ତର ପଶ୍ଚିମ ସିରିଆରେ ଆମେରିକା ସେନା ଦ୍ୱାରା କରାଯାଇଥିବା ଏୟାର...

କରୋନା ମହାମାରୀ ଯୋଗୁ ସନ୍ତାନ ଚାହୁଁ ନାହାନ୍ତି ଚାଇନା ଦମ୍ପତି, ଜନସଂଖ୍ୟା ହ୍ରାସ ନେଇ ଚିନ୍ତାରେ ସରକାର…

ବେଜିଂ, ୬।୬ : ଚାଇନାର ଜନସଂଖ୍ୟା ହ୍ରାସ ପାଇବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ନିକଟରେ ଚାଇନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ବେଜିଂ...

ପାଶ୍ଚାତ୍ୟ ଦେଶ କରୁଛନ୍ତି ସାଇବର ଆକ୍ରମଣ…

ମସ୍କୋ, ୨୧।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କ ଦେଶ ପାଶ୍ଚାତ୍ୟ ଦେଶରୁ ସାଇବର...

Advertisement
Archives

Model This Week