ଆନ୍ଦୋଳନରେ ଆଗୁଆ, ମତଦାନରେ ପଛୁଆ

ବରଗଡ଼ ଅଫିସ୍‌,୭।୧୨:  ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଏଥର ରେକର୍ଡ଼ ସଂଖ୍ୟକ ମତଦାନ ହୋଇଛି। ବିଗତ ନିର୍ବାଚନକୁ ଦେଖିଲେ ଏଥର ୮୧.୨୯ ପ୍ରତିଶତ ମତଦାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ସେତିକି ନୁହେଁ, ମତଦାନରେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ଭୋଟରମାନେ ଅଧିକ ସଚେତନ ଥିବା ପରିଲକ୍ଷିତ ହୋଇଛି।
ଏହି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ଭୋଟର ରହିଛନ୍ତି। ମତଦାନ ହାରରେ ପଦ୍ମପୁର ଏନ୍‌ଏସି ସବାପଛରେ ପଡ଼ିଥିବାବେଳେ ୩ ବ୍ଲକ ଅଧୀନରେ ଥିବା ଗ୍ରାମାଞ୍ଚଳ ଭୋଟର ରେକର୍ଡ଼ ପରିମାଣରେ ମତଦାନ କରିଛନ୍ତି। ଝାରବନ୍ଧ ବ୍ଲକରେ ସର୍ବାଧିକ ୮୩.୮୧, ପାଇକମାଳ ୮୧.୪୨, ରାଜବୋଡ଼ାସମ୍ବର ୮୧.୩୧ ଏବଂ ପଦ୍ମପୁର ଏନ୍‌ଏସିରେ ସର୍ବନିମ୍ନ ୬୯.୧୪ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ ସମୟରେ ଜିଲା ଗଠନ, ଇନ୍‌ପୁଟ ସବସିଡ଼ି, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ବୀମା କ୍ଷତିପୂରଣ ସହାୟତା ଦାବି ନେଇ ପଦ୍ମପୁର ସହରରେ ଆନ୍ଦୋଳନ ଚାଲିଥିଲା। ପଦ୍ମପୁର ସହର ଲୋକେ ଏହି ଆନ୍ଦୋଳନରେ ନେତୃତ୍ୱ ନେବା ସହିତ ଅଧିକ ସକ୍ରିୟ ଥିଲେ। କିନ୍ତୁ ମତଦାନ ହାରରେ ପଦ୍ମପୁର ଏନ୍‌ଏସି ଗ୍ରାମାଞ୍ଚଳଠାରୁ ପଛରେ ପଡ଼ିଯିବା ଚର୍ଚ୍ଚାର ବିଷୟ ହୋଇଛି।
ଏହି ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକରେ ୬୦ହଜାର ୫୬୬ ଭୋଟରଙ୍କ ମଧ୍ୟରୁ ୫୦ହଜାର ୭୬୨ ଜଣ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ମତଦାତାଙ୍କ ହାର ୮୩.୪୬ ପ୍ରତିଶତ ରହିଥିବାବେଳେ ୮୪.୧୮ ପୁରୁଷ ମତଦାତା ମତଦାନ କରିଛନ୍ତି। ସେହିପରି ପାଇକମାଳ ବ୍ଲକରେ ୮୯ହଜାର ୨୯୮ଭୋଟରଙ୍କ ମଧ୍ୟରୁ ୭୨ହଜାର ୭୧୦ଜଣ ମତଦାନ କରିଛନ୍ତି। ଏଠାରେ ୮୧.୦୮ ମହିଳା ଏବଂ ୮୧.୭୭ ପ୍ରତିଶତ ପୁରୁଷ ମତଦାନ କରିଛନ୍ତି । ଅନୁରୂପ ଭାବେ ରାଜବୋଡ଼ାସମ୍ବର ବ୍ଲକରେ ୯୩ହଜାର ୯୩୬ ଭୋଟରଙ୍କ ମଧ୍ୟରୁ ୭୬ହଜାର ୩୮୩ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ବ୍ଲକରେ ମତଦାନ କରିଥିବା ମତଦାତାଙ୍କ ମଧ୍ୟରେ ୮୦.୫୧ ପ୍ରତିଶତ ମହିଳା ଏବଂ ୮୨.୧୦ ପ୍ରତିଶତ ପୁରୁଷ ଭୋଟର ରହିଛନ୍ତି । କିନ୍ତୁ ପଦ୍ମପୁର ଏନ୍‌ଏସିରେ ୧୩ହଜାର ୬୭୪ ଭୋଟରଙ୍କ ମଧ୍ୟରୁ ୯୪୫୪ ଭୋଟର ମତଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ୬୬.୭୫ ପ୍ରତିଶତ ମହିଳା ଏବଂ ୭୧.୬୧ ପ୍ରତିଶତ ପୁରୁଷ ମତଦାତା ରହିଛନ୍ତି ।
ଏହି ମତଦାନ ହାର ପରେ ୩ ପ୍ରମୁଖ ଦଳ ବିଜୟୀ ଆଶାବାଦୀ ଥିଲେ ହେଁ ପାରିପାର୍ଶ୍ୱିକ ଆଲୋଚନା, ପର୍ଯ୍ୟାଲୋଚନାକୁ ଦେଖିଲେ ମୁଖ୍ୟତଃ ବିଜେଡି ଏବଂ ଭାଜପା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ଚାଲୁଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ନିକଟ ଅତୀତରେ ଶେଷ ହୋଇଥିବା ପଞ୍ଚାୟତ ଭୋଟ୍‌ ଫଳାଫଳରେ ମଧ୍ୟ ଏହି ୨ଦଳ ମଧ୍ୟରେ ଟକ୍କର ଚାଲିଥିଲା। ଉକ୍ତ ନିର୍ବାଚନ ମଣ୍ଡଳୀର ୮ ଜିଲା ପରିଷଦ ଆସନରୁ ଉଭୟ ବିଜେଡି ଏବଂ ଭାଜପା ୪ଟି ଲେଖାଏ ଦଖଲ କରି ବରାବର ସ୍ଥିତିରେ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପୌରଭୋଟ୍‌ରେ ପଦ୍ମପୁର ଏନ୍‌ଏସିକୁ ବିଜେଡ଼ି ଦଖଲ କରିଥିଲା । ଅନୁରୂପ ଭାବେ ପଦ୍ମପୁର ଉପନିର୍ବାଚନ ପ୍ରାରମ୍ଭିକ ସ୍ଥିତିରେ ୨ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ଚାଲିଥିବା ପରିଲକ୍ଷିତ ହୋଇଥଲେ ସୁଦ୍ଧା କଂଗ୍ରେସ ଅତୀତ ଫଳାଫଳକୁ ନେଇ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ଆଶା ବାନ୍ଧିଛି । କିନ୍ତୁ ମତଦାନ ସରିବା ପରେ ବିଜେଡି-ଭାଜପା ମଧ୍ୟରେ କଡ଼ା ମୁକାବିଲା ଚାଲିଥିବା ନେଇ ଚା’ ଖଟିରୁ ଆରମ୍ଭ କରି ସବୁଆଡ଼େ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନ ମଣ୍ଡଳୀର ମତଦାନ ହାରକୁ ଅନୁଧ୍ୟାନ କଲେ ଶାସକ ଦଳ ଏଥିରୁ ଫାଇଦା ଉଠାଇଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତପ୍ରକାଶ କରିଛନ୍ତି। ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳର ମତଦାନ ହାର ସହରାଞ୍ଚଳଠାରୁ ଅଧିକ ରହିଥିଲା। ଅନ୍ୟପଟେ ଶାସନ ବିରୋଧରେ ଯେଉଁସବୁ ଆନ୍ଦୋଳନ ଚାଲିଥିଲା, ତାହା କେବଳ ପଦ୍ମପୁର ସହରରେ ସୀମିତ ଥିଲା। କିନ୍ତୁ ସହରାଞ୍ଚଳରେ ମତଦାନ ହାର ଯଥେଷ୍ଟ କମ୍‌ ଥିବାରୁ ତାହା ଶାସକ ବିଜେଡିକୁ ବେଶୀ ଅଡ଼ୁଆରେ ପକାଇବ ନାହିଁ। ଅପରପକ୍ଷେ ଗ୍ରାମାଞ୍ଚଳରେ ଆଶାତୀତ ମତଦାନ ହୋଇଥିବାରୁ ଏହା ଶାସକ ବିଜେଡିର ବିଜୟ ପାଇଁ ଟର୍ନିଂ ପଏଣ୍ଟ ହେବ ବୋଲି ଆଲୋଚନା ହେଉଛି। ହେଲେ ବିରୋଧୀ ଭାଜପା ଏବଂ କଂଗ୍ରେସ ଅଧିକ ମତଦାନ ତାଙ୍କ ଦଳକୁ ସୁହାଇବ ବୋଲି ଆଶା ବାନ୍ଧିଛନ୍ତି ।
ଏ ସମ୍ପର୍କରେ ବରଗଡ଼ର ବିଜେଡି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟଙ୍କୁ ପଚାରିବାରୁ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀଙ୍କ ବିଜୟ ପାଇଁ ଦଳ ସମ୍ପୂର୍ଣ୍ଣ ଆଶାବାଦୀ ରହିଛି ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଧାରା ଜାରି ରହିବ ବୋଲି କହିଥିଲେ। ବରଗଡ଼ ଜିଲା ଭାଜପା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, ଭାଜପା ସପକ୍ଷରେ ଜନମତ ରହିଛି। ବିଜେଡି ଭୋଟରଙ୍କୁ ପ୍ରଭାବିତ କରିବାକୁ ଯେଭଳି ଟଙ୍କା ବାଣ୍ଟିଲା, ତାହା ଫେଲ୍‌ ମାରିବ ଏବଂ ଆମେ ନିଶ୍ଚୟ ବିଜୟ ଲାଭ କରିବୁ। ସେହିପରି କଂଗ୍ରେସ ଜିଲା ସଭାପତି ନିହାର ରଞ୍ଜନ ମହାନନ୍ଦ କହିଛନ୍ତି, ବିଜୟୀ ହେବା ପାଇଁ କଂଗ୍ରେସ ଲଢ଼ୁଥିଲା। କଂଗ୍ରେସ ସବୁବେଳେ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଆସିଛି ଏବଂ ଦଳର ଏହି ଧାରା ସବୁଦିନ ଅବ୍ୟାହତ ରହିବ। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଭାଜପା, ବିଜେଡିର ଟଙ୍କା ବଣ୍ଟା ନୀତିକୁ କଂଗ୍ରେସ ଆଦରି ନାହିଁ କିମ୍ବା ଗଣତନ୍ତ୍ରକୁ ହତ୍ୟା ପାଇଁ କେବେ ଏଭଳି ହୀନ ପ୍ରୟାସ କରିନାହିଁ ।

 

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri