ଅଷ୍ଟପ୍ରହର ଚାନ୍ଦା ପାଇଁ ଯୁବକଙ୍କୁ ହତ୍ୟା

ରସୁଲପୁର,୧୬।୩(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଶରିଫାବାଦ ଗ୍ରାମର ଦଳେଇସାହିରେ ଅଷ୍ଟପ୍ରହର ନାମଯଜ୍ଞ ଚାନ୍ଦା ଆଦାୟକୁ କେନ୍ଦ୍ରକରି ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ମହେଶ୍ୱର ଦଳେଇଙ୍କ ସାନପୁଅ ନୀଳମଣି ଦଳେଇ ଓରଫ୍‌ ଟିଟୁଆ(୨୫)ଙ୍କୁ ସେହି ଗ୍ରାମର ୧୦/୧୨ଜଣ ବ୍ୟକ୍ତି ଠେଙ୍ଗାରେ ପିଟି ହତ୍ୟା କରିଥିବା ତାଙ୍କ ମା’ ଖୁଲଣା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଇପିସି ଦଫା ୧୪୭, ୧୪୮, ୧୪୯, ୩୦୨, ୩୪ରେ ମାମଲା (ନଂ.୯୪/୨୧) ରୁଜୁ କରି ଗ୍ରାମର ୬ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଟିଟୁଆଙ୍କ କାନମୁଣ୍ଡା, ମୁଣ୍ଡ ଓ ପିଠିରେ ଆଘାତ ଲାଗିଥିବା ଥାନା ଅଧିକାରୀ ମନୋଜ ସ୍ବାଇଁ ସୂଚନା ଦେଇଛନ୍ତି।
ପୋଲିସ କହିବା ଅନୁସାରେ, ଶନିବାର ଅଷ୍ଟପ୍ରହର ନାମଯଜ୍ଞ ପାଇଁ ଗ୍ରାମରେ ଚାନ୍ଦା ମଗା ହୋଇଥିଲା। ଏହି ବାବଦକୁ ଖୁଲଣା ୨୦୦୦ ଟଙ୍କା ଦେଇଥିଲେ। ମାତ୍ର ଉକ୍ତ ଚାନ୍ଦାକୁ ନେଇ ସାହିର କେତେଜଣ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ସାହି ଲୋକେ ଖୁଲଣାଙ୍କ ପୁଅ ଟିଟୁଆଙ୍କୁ ମାଡ଼ମାରିବାକୁ ଉଦ୍ୟମ କରିଥିଲେ। ଏଥିସହିତ ତାଙ୍କ ମା’ ଦେଇଥିବା ଚାନ୍ଦା ଫେରାଇ ନେବାକୁ କହିଥିଲେ। ଏପରି କି ଗ୍ରାମ କମିଟି ଲୋକେ ଟଙ୍କା ଫେରାଇ ଦେବା ସହ ଗାଳିଗୁଲଜ କରିଥିଲେ। ଏହାକୁ ଟିଟୁଆ ବିରୋଧ କରିଥିଲେ। ଫଳରେ ଗ୍ରାମର ୧୦/୧୨ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ଟିଟୁଆଙ୍କୁ ଆକ୍ରମଣ କରିଥିଲେ। ଆକ୍ରାମଣକାରୀଙ୍କ ଠେଙ୍ଗା ମାଡ଼ରେ ଟିଟୁଆଙ୍କ ମୁଣ୍ଡ ଓ କାନମୁଣ୍ଡାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ତାଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ମାତ୍ର ରବିବାର ରାତିରେ ଟିଟୁଆଙ୍କ ଦେହ ଅଧିକ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଡାକ୍ତରଖାନା ନେଇଥିଲେ। ସେଠାରେ ଚିକିତ୍ସା କରାଯାଇ ଘରକୁ ଅଣାଯିବା ବାଟରେ ଟିଟୁଆଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତବେଳେ ପୋଲିସ ଗ୍ରାମର ଏକାଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି। ଆକ୍ରମଣରେ ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିବା ସହ ଅଟକ ଅଭିଯୁକ୍ତଙ୍କୁ ପଚରାଉଚରା କରିଛି। ଟିଟୁଆଙ୍କ ବଡ଼ ଭାଇ ଓ ବାପା ମାନସିକ ରୋଗରେ ପୀଡ଼ିତ ଥିବାରୁ ଟିଟୁଆ ଗାଡ଼ି ଚଲାଇ ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ସହ ମେଣ୍ଟ କରି କ୍ଷତିର ସମ୍ମୁଖୀନ ସିପିଆଇ

ବ୍ରହ୍ମପୁର ଅଫିସ,୨୮ା୫-୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ଗଞ୍ଜାମ ଜିଲାରେ କ୍ଷତିର ସମ୍ମୁଖୀନ ହୋଇଛି ବାମପନ୍ଥୀ ସିପିଆଇ। ଆସିକା ଲୋକ ସଭା ଏବଂ...

ଜାତୀୟ ସେରୋ ସର୍ଭେରେ ରାୟଗଡ଼ାରୁ ୫୦୦ ନମୁନା ସଂଗ୍ରହ

ରାୟଗଡ଼ା ଅଫିସ/ଗୁଣପୁର,୧୯ା୬: ଗଞ୍ଜାମ, କୋରାପୁଟ ସମେତ ରାୟଗଡ଼ା ଜିଲାରେ ୧୭ ତାରିଖରୁ ୪ର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ଆରମ୍ଭ ହୋଇଥିଲା। ରାୟଗଡ଼ା ଜିଲାରେ ଶନିବାର...

ପ୍ରବାସୀଙ୍କୁ ରଜପାନ

ଖଇରା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ବିଜେଡିର ସାଧାରଣ ସମ୍ପାଦକ ତଥା ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ପ୍ରହଲ୍ଲାଦ ପତି ମଙ୍ଗଳବାର ନନ୍ଦୁର ସଙ୍ଗରୋଧ କେନ୍ଦ୍ରରେ ଥିବା ୫୦...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାଟଣାଗଡ଼,୨୪।୯(ଡି.ଏନ୍‌.ଏ.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ...

ପେଟ୍ରୋଲପମ୍ପରେ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା: କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

ବାଲେଶ୍ୱର ଅଫିସ, ୨୫।୮: ବାଲେଶ୍ବର ଜିଲା ଚାନ୍ଦିପୁର ରାସ୍ତାରେ ଥିବା ଏକ ପେଟ୍ରୋଲପମ୍ପରେ ସୋମବାର ରାତିରେ ୩ ଦୁର୍ବୃତ୍ତ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରିଛନ୍ତି। ଏହା...

ଆକୃଷ୍ଟ କରୁଛି ଡିଜିଟାଲ ଫଟୋଗ୍ରାଫି

ନୟାଗଡ଼ ଅଫିସ,୧୯ା୮ (ରଞ୍ଜନ କୁମାର ପ୍ରଧାନ): ଦୁଇ ଦଶନ୍ଧି ପୂର୍ବରୁ ପରିବାର ସହିତ ଷ୍ଟୁଡ଼ିଓରେ ଯାଇ ଫଟୋ ଉଠାଇବା କିମ୍ବା ଘରକୁ କ୍ୟାମେରାମ୍ୟାନ୍‌ ଆସି ଫଟୋ...

ଠେଙ୍ଗାରେ ବନ କର୍ମଚାରୀଙ୍କୁ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ଜଣେ ବନ କର୍ମଚାରୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ...

ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟକୁ ନେଇ ଅନିଶ୍ଚିତତା

ବଲାଙ୍ଗୀର ଅଫିସ, ୧୫ା୧୦ କେବିକେ ଅଞ୍ଚଳରେ ପ୍ରସ୍ତାବିତ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ସମ୍ପ୍ରତି ଶୀତଳ ଭଣ୍ଡାରରେ ରହିଛି ା ଏ ନେଇ...

Advertisement
Archives

Model This Week