ଅଷ୍ଟପ୍ରହର ଚାନ୍ଦା ପାଇଁ ଯୁବକଙ୍କୁ ହତ୍ୟା

ରସୁଲପୁର,୧୬।୩(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଶରିଫାବାଦ ଗ୍ରାମର ଦଳେଇସାହିରେ ଅଷ୍ଟପ୍ରହର ନାମଯଜ୍ଞ ଚାନ୍ଦା ଆଦାୟକୁ କେନ୍ଦ୍ରକରି ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ମହେଶ୍ୱର ଦଳେଇଙ୍କ ସାନପୁଅ ନୀଳମଣି ଦଳେଇ ଓରଫ୍‌ ଟିଟୁଆ(୨୫)ଙ୍କୁ ସେହି ଗ୍ରାମର ୧୦/୧୨ଜଣ ବ୍ୟକ୍ତି ଠେଙ୍ଗାରେ ପିଟି ହତ୍ୟା କରିଥିବା ତାଙ୍କ ମା’ ଖୁଲଣା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଇପିସି ଦଫା ୧୪୭, ୧୪୮, ୧୪୯, ୩୦୨, ୩୪ରେ ମାମଲା (ନଂ.୯୪/୨୧) ରୁଜୁ କରି ଗ୍ରାମର ୬ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଟିଟୁଆଙ୍କ କାନମୁଣ୍ଡା, ମୁଣ୍ଡ ଓ ପିଠିରେ ଆଘାତ ଲାଗିଥିବା ଥାନା ଅଧିକାରୀ ମନୋଜ ସ୍ବାଇଁ ସୂଚନା ଦେଇଛନ୍ତି।
ପୋଲିସ କହିବା ଅନୁସାରେ, ଶନିବାର ଅଷ୍ଟପ୍ରହର ନାମଯଜ୍ଞ ପାଇଁ ଗ୍ରାମରେ ଚାନ୍ଦା ମଗା ହୋଇଥିଲା। ଏହି ବାବଦକୁ ଖୁଲଣା ୨୦୦୦ ଟଙ୍କା ଦେଇଥିଲେ। ମାତ୍ର ଉକ୍ତ ଚାନ୍ଦାକୁ ନେଇ ସାହିର କେତେଜଣ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ସାହି ଲୋକେ ଖୁଲଣାଙ୍କ ପୁଅ ଟିଟୁଆଙ୍କୁ ମାଡ଼ମାରିବାକୁ ଉଦ୍ୟମ କରିଥିଲେ। ଏଥିସହିତ ତାଙ୍କ ମା’ ଦେଇଥିବା ଚାନ୍ଦା ଫେରାଇ ନେବାକୁ କହିଥିଲେ। ଏପରି କି ଗ୍ରାମ କମିଟି ଲୋକେ ଟଙ୍କା ଫେରାଇ ଦେବା ସହ ଗାଳିଗୁଲଜ କରିଥିଲେ। ଏହାକୁ ଟିଟୁଆ ବିରୋଧ କରିଥିଲେ। ଫଳରେ ଗ୍ରାମର ୧୦/୧୨ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ଟିଟୁଆଙ୍କୁ ଆକ୍ରମଣ କରିଥିଲେ। ଆକ୍ରାମଣକାରୀଙ୍କ ଠେଙ୍ଗା ମାଡ଼ରେ ଟିଟୁଆଙ୍କ ମୁଣ୍ଡ ଓ କାନମୁଣ୍ଡାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ତାଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ମାତ୍ର ରବିବାର ରାତିରେ ଟିଟୁଆଙ୍କ ଦେହ ଅଧିକ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଡାକ୍ତରଖାନା ନେଇଥିଲେ। ସେଠାରେ ଚିକିତ୍ସା କରାଯାଇ ଘରକୁ ଅଣାଯିବା ବାଟରେ ଟିଟୁଆଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତବେଳେ ପୋଲିସ ଗ୍ରାମର ଏକାଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି। ଆକ୍ରମଣରେ ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିବା ସହ ଅଟକ ଅଭିଯୁକ୍ତଙ୍କୁ ପଚରାଉଚରା କରିଛି। ଟିଟୁଆଙ୍କ ବଡ଼ ଭାଇ ଓ ବାପା ମାନସିକ ରୋଗରେ ପୀଡ଼ିତ ଥିବାରୁ ଟିଟୁଆ ଗାଡ଼ି ଚଲାଇ ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri