ଅଷ୍ଟପ୍ରହର ଚାନ୍ଦା ପାଇଁ ଯୁବକଙ୍କୁ ହତ୍ୟା

ରସୁଲପୁର,୧୬।୩(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଶରିଫାବାଦ ଗ୍ରାମର ଦଳେଇସାହିରେ ଅଷ୍ଟପ୍ରହର ନାମଯଜ୍ଞ ଚାନ୍ଦା ଆଦାୟକୁ କେନ୍ଦ୍ରକରି ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ମହେଶ୍ୱର ଦଳେଇଙ୍କ ସାନପୁଅ ନୀଳମଣି ଦଳେଇ ଓରଫ୍‌ ଟିଟୁଆ(୨୫)ଙ୍କୁ ସେହି ଗ୍ରାମର ୧୦/୧୨ଜଣ ବ୍ୟକ୍ତି ଠେଙ୍ଗାରେ ପିଟି ହତ୍ୟା କରିଥିବା ତାଙ୍କ ମା’ ଖୁଲଣା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଇପିସି ଦଫା ୧୪୭, ୧୪୮, ୧୪୯, ୩୦୨, ୩୪ରେ ମାମଲା (ନଂ.୯୪/୨୧) ରୁଜୁ କରି ଗ୍ରାମର ୬ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଟିଟୁଆଙ୍କ କାନମୁଣ୍ଡା, ମୁଣ୍ଡ ଓ ପିଠିରେ ଆଘାତ ଲାଗିଥିବା ଥାନା ଅଧିକାରୀ ମନୋଜ ସ୍ବାଇଁ ସୂଚନା ଦେଇଛନ୍ତି।
ପୋଲିସ କହିବା ଅନୁସାରେ, ଶନିବାର ଅଷ୍ଟପ୍ରହର ନାମଯଜ୍ଞ ପାଇଁ ଗ୍ରାମରେ ଚାନ୍ଦା ମଗା ହୋଇଥିଲା। ଏହି ବାବଦକୁ ଖୁଲଣା ୨୦୦୦ ଟଙ୍କା ଦେଇଥିଲେ। ମାତ୍ର ଉକ୍ତ ଚାନ୍ଦାକୁ ନେଇ ସାହିର କେତେଜଣ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ସାହି ଲୋକେ ଖୁଲଣାଙ୍କ ପୁଅ ଟିଟୁଆଙ୍କୁ ମାଡ଼ମାରିବାକୁ ଉଦ୍ୟମ କରିଥିଲେ। ଏଥିସହିତ ତାଙ୍କ ମା’ ଦେଇଥିବା ଚାନ୍ଦା ଫେରାଇ ନେବାକୁ କହିଥିଲେ। ଏପରି କି ଗ୍ରାମ କମିଟି ଲୋକେ ଟଙ୍କା ଫେରାଇ ଦେବା ସହ ଗାଳିଗୁଲଜ କରିଥିଲେ। ଏହାକୁ ଟିଟୁଆ ବିରୋଧ କରିଥିଲେ। ଫଳରେ ଗ୍ରାମର ୧୦/୧୨ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ଟିଟୁଆଙ୍କୁ ଆକ୍ରମଣ କରିଥିଲେ। ଆକ୍ରାମଣକାରୀଙ୍କ ଠେଙ୍ଗା ମାଡ଼ରେ ଟିଟୁଆଙ୍କ ମୁଣ୍ଡ ଓ କାନମୁଣ୍ଡାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ତାଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ମାତ୍ର ରବିବାର ରାତିରେ ଟିଟୁଆଙ୍କ ଦେହ ଅଧିକ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଡାକ୍ତରଖାନା ନେଇଥିଲେ। ସେଠାରେ ଚିକିତ୍ସା କରାଯାଇ ଘରକୁ ଅଣାଯିବା ବାଟରେ ଟିଟୁଆଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତବେଳେ ପୋଲିସ ଗ୍ରାମର ଏକାଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି। ଆକ୍ରମଣରେ ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିବା ସହ ଅଟକ ଅଭିଯୁକ୍ତଙ୍କୁ ପଚରାଉଚରା କରିଛି। ଟିଟୁଆଙ୍କ ବଡ଼ ଭାଇ ଓ ବାପା ମାନସିକ ରୋଗରେ ପୀଡ଼ିତ ଥିବାରୁ ଟିଟୁଆ ଗାଡ଼ି ଚଲାଇ ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri