Posted inଖେଳ

ଲଜ୍ଜାଜନକ ପରାଜୟ ପରେ ବିରାଟ କୋହଲି କହିଲେ…

ୟୁଏଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ର ୩୧ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏକପାଖିଆ ଢଙ୍ଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। କୋଲକାତାର ଉତ୍କୃଷ୍ଟ ବୋଲିଂ ବେଙ୍ଗାଲୁରୁର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାଙ୍କେୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। କୋହଲି ମାତ୍ର ୫ ରନ ସ୍କୋର କରିଥିଲେ। ମ୍ୟାକ୍ସୱେଲ ୪ ରନ ସ୍କୋର କରିଥିଲେ, ଡି ଭିଲିୟର୍ସ ଏବଂ ହାସରାଙ୍ଗା ପ୍ରଥମ ବଲରେ ଆଉଟ ହୋଇଥିଲେ। ଏହା ପରେ ଆରସିବି ବୋଲରମାନେ ଶୁଭମନ ଗିଲ ଏବଂ ଡେବ୍ୟୁାଣ୍ଟ ଭେଙ୍କଟେଶ ଆୟରଙ୍କୁ ଚାପରେ ପକାଇ ପାରି ନ ଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍‌ ଟୁର୍ନାମେଣ୍ଟରେ ଦଳକୁ ତୃତୀୟ ବିଜୟ ପ୍ରଦାନ କରିଥିଲେ। ଏହି ପରାଜୟ ପରେ ଆରସିବି ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, ତାଙ୍କ ଦଳର ଆଖି ଖୋଲିଛି ଏବଂ ଏଥି ସହିତ ସେ ପରାଜୟର କାରଣ ମଧ୍ୟ ବର୍ଣ୍ଣନା କରିଛନ୍ତି। କେବଳ ଏତିକି ନୁହେଁ ବିରାଟ କୋହଲି ମଧ୍ୟ ମ୍ୟାନ ଅଫ ଦି ମ୍ୟାଚ ଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ପ୍ରଶଂସା କରିଥିଲେ। ମ୍ୟାଚ ପରେ ବିରାଟ କୋହଲି କହିଛନ୍ତି, ଏହି ପରାଜୟ ଆମ ପାଇଁ ଆଖି ଖୋଲିବା ଭଳି। ଏହି ପିଚରେ ଭଲ ଭାଗିଦାରୀ ଆବଶ୍ୟକ ଥିଲା। ସତ କହିବାକୁ ଗଲେ, ଆମର କୌଣସି ଧାରଣା ନ ଥିଲା ଯେ ମ୍ୟାଚ ସମୟରେ କାକର ଏତେ ଶୀଘ୍ର ପଡିବା ଆରମ୍ଭ କରିବ। ଏହି ପିଚ ବ୍ୟାଟିଂ ପାଇଁ ଭଲ ଦେଖାଯାଉଥିଲା। ଗୋଟିଏ ସମୟରେ ଆମର ସ୍କୋର ୪୨ ରନରେ ଗୋଟିଏ ଉଇକେଟ ଥିଲା କିନ୍ତୁ ଏହା ପରେ ଆମେ ୨୦ ରନ ମଧ୍ୟରେ ୫ ଉଇକେଟ ହରାଇଥିଲୁ। ଏହା ପରେ ଫେରିବା ସହଜ ନ ଥିଲା। ଏହି ମ୍ୟାଚ ଏକ ଆଖି ଖୋଲିଲା ଏବଂ ବର୍ତ୍ତମାନ ଆମେ ଜାଣୁ କେଉଁ ଫ୍ରଣ୍ଟରେ କାମ କରିବାକୁ ପଡିବ। ବିରାଟ କୋହଲି ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂକୁ ପ୍ରଶଂସା କରିଥିଲେ। କେବଳ ଏତିକି ନୁହେଁ, କ୍ୟାପଟେନ କୋହଲି ବରୁଣ ଚକ୍ରବର୍ତ୍ତୀଙ୍କୁ ଟିମ ଇଣ୍ଡିଆର ଭବିଷ୍ୟତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?