ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବୁଡ଼ିଗଲେ

ବ୍ର୍ରହ୍ମବରଦା,୨୨।୮(ଯଯାତି କେଶରୀ ବେହେରା):ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ୩ ଯୁବକ ବୁଧବାର ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଜଣେ ନିଖୋଜ ହୋଇ ଯାଇଛନ୍ତି। ସେ ହେଲେ ଗ୍ରାମର ସେକ୍‌ ମୁକ୍ତାର ମହମ୍ମଦଙ୍କ ପୁଅ ସେକ୍‌ ଜଲାଲ ମହମ୍ମଦ। ସାଙ୍ଗଙ୍କୁ ବଞ୍ଚାଇବକୁ ଯାଇ ସେ ନିଜେ ବୁଡ଼ି ଯାଇଛନ୍ତି। ଗ୍ରାମର ସେକ୍‌ ଜଲାଲ ମହମ୍ମଦଙ୍କ ସମେତ ସେକ୍‌ ତଫଜୁଲଙ୍କ ପୁଅ ସେକ୍‌ ରଫିକ୍‌ ଓ ସେକ୍‌ ପପୁଙ୍କ ପୁଅ ସେକ୍‌ ସାଦ୍‌ ବ୍ରହ୍ମବରଦା ମହାବିଦ୍ୟାଳୟରୁ ଫେରି ମଧ୍ୟାହ୍ନ ୧୨ଟା୩୦ରେ ବ୍ରହ୍ମଣୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଜଳସ୍ତର ଅଧିକ ଥିବାରୁ ସେକ୍‌ ରଫିକ୍‌ ପାଣିରେ ବୁଡ଼ି ଯାଇଥିଲେ। ଏହାଦେଖି ସେକ୍‌ ଜଲାଲ ମହମ୍ମଦ ତାଙ୍କୁ ଉଦ୍ଧାର କରିବା ପରେ ନିଜେ ନିଖୋଜ ହୋଇଯାଇଥିଲେ। ସେକ୍‌ ସାଦ ନିରୁପାୟ ହୋଇ ବଞ୍ଚାଅ ବଞ୍ଚାଅ ବୋଲି ପାଟି କରି ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ ସେକ୍‌ ଜଲାଲଙ୍କୁ ପାଇ ନ ଥିଲେ। ରସୁଲପୁର ଅଗ୍ନିଶମ ହାବିଲଦାର ଖିଲାରାମ ମାରାଣ୍ଡିଙ୍କ ନେତୃତ୍ୱରେ ୫ଜଣିଆ ପହଞ୍ଚି ବହୁ ଖୋଜା ଖୋଜି ପରେ ଯୁବକଙ୍କୁ ଠାବ ନ କରିପାରି ନିରାଶ ହୋଇ ଫେରି ଯାଇଥିଲେ।
ସ୍ଥାନରେ ବେଆଇନ ବାଲିଘାଟ ଚାଲିଛି। ଫଳରେ ବ୍ରାହ୍ମଣୀ ନଦୀ ପଠାରେ କୃତିମ ଗଣ୍ଡମାନ ସୃଷ୍ଟି ହୋଇଛି। ଏହିପରି ପ୍ରତି ବର୍ଷ ନଦୀରେ ଜଳସ୍ତର ବୃଦ୍ଧି ହେବା ଫଳରେ କୃତ୍ରିମ ଗଣ୍ଡରେ ଜୀବନ ହାନୀ ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଖବର ପାଇ ବ୍ରହ୍ମବରଦା ଥାନା ଅଧିକାରୀ ଅଂଶୁମାଳା ଦାସ ପହଞ୍ଚି ତଦନ୍ତ କରି ବାଲି କାମରେ ଲାଗିଥିବା ୨ ପ୍ରୋକ୍ଲିନ୍‌କୁ ଜବତ କରିଛନ୍ତି। ରସୁଲପୁର ଅତିରିକ୍ତ ତହସିଲଦାର ରାଜୀବ ବଲ୍ଲଭ ଓ ବ୍ରହ୍ମବରଦା ରାଜସ୍ବ ନିରକ୍ଷୀକ ଅସିତ୍‌ କୁମାର ସ୍ବାଇଁ ପହଞ୍ଚି ବେଆଇନ ବାଲି କାରବାର ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?