ଶାଳିଜଙ୍ଗା ପଞ୍ଚାୟତରେ ଜଳ ସମସ୍ୟା ଉତ୍କଟ

କଳିଙ୍ଗନଗର,୨୨ା୪(ଡି.ଏନ.ଏ.): ଦାନଗଦି ବ୍ଲକ ଅଧୀନ ଶାଳିଜଙ୍ଗା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପଞ୍ଚାୟତର କୁଲାପିଟା, ନହୁରାଣୀପଶି, ବାଲିଆପାଳ ମହାନ୍ତ ସାହି, ଗହ୍ମାରୀପାଟିଆ ଓ ବାଘୁଆପାଳ ଆଦି ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ରହିଥିବା ସମସ୍ତ ସରକାରୀ ସେବା ଅଚଳ ହୋଇପଡ଼ିଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ୨ ବର୍ଷ ତଳୁ ନିର୍ମାଣ ସରିଥିବା ପଞ୍ଚାୟତର ବୃହତ୍‌ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ।
ବିଶେଷକରି ବାଲିଆପାଳ ମହାନ୍ତ ସାହିରେ ଲୋକେ ମନୁଷ୍ୟକୃତ ଜଳ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅନୁଗୋଳ-ବାଘୁଆପାଳ ରେଳପଥ ନିର୍ମାଣ ହେବା ପରେ ରେଳ ଟ୍ରାକ୍‌ ନିର୍ମାଣ ପାଇଁ ମାତ୍ରାଧିକ ଗଭୀର ଭୂ-ଖନନ କରାଯାଇଛି। ଏଥିଯୋଗୁ ଏଠାରେ ୨ବର୍ଷ ହେଲା ଭୂତଳ ଜଳସ୍ତର ନିମ୍ନଗାମୀ ହୋଇପଡ଼ିଛି। ରେଳପଥର ଉଭୟ ପାର୍ଶ୍ୱରେ ଥିବା ଗ୍ରାମ ଗୁଡ଼ିକରେ ସମସ୍ତ ସରକାରୀ ଏବଂ ବେସରକାରୀ ପାନୀୟ ଜଳ ଉତ୍ସ ଅଚଳ ହୋଇପଡ଼ିଛି। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଏକାଧିକ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ। ପରେ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ଏହି ସମସ୍ୟା ଦୂର ପାଇଁ ରେଳ ପଥ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ପ୍ରତିଶ୍ରୁତିବଦ୍ଧ ହୋଇଥିଲା। ମାତ୍ର ଲୋକେ ପାନୀୟଜଳ ପାଇଁ ବର୍ଷ ତମାମ ହଇରାଣ ହେଉଥିଲେ ମଧ୍ୟ ଉକ୍ତ ଠିକାସଂସ୍ଥା ଅଦ୍ୟାବଧି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସକ୍ଷମ ହୋଇନାହିଁ। କେବଳ ଗ୍ରାମରେ ଏକ ବୋରିଂ କରି ଠିକାସଂସ୍ଥା ନିଜର କର୍ତ୍ତବ୍ୟ ଶେଷ କରିଛି।
ସେହିପରି ଶାଳିଜଙ୍ଗାର ଆଦିବାସୀ ଗ୍ରାମ ବେଲଦାରେ ପ୍ରତିବର୍ଷ ଖରାଦିନେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବାବେଳେ ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ନଳକୂପରୁ ପାନୀୟ ଉପଯୋଗୀ ଜଳ ବାହାରୁ ନ ଥିବାରୁ ଗ୍ରାମ ବାହାରେ ଥିବା ଏକ ମାତ୍ର ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଉପରେ ଲୋକେ ନିର୍ଭର କରୁଥିଲେ। ତେବେ ତାହା ଏବେ ଅଚଳ ହୋଇଯାଇ ଥିବାରୁ ଗ୍ରାମବାସୀ ଚୁଆ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି। ନୀଳକଣ୍ଠପୁରଠାରେ ସରକାରୀ ପାଣ୍ଠି ବିନିଯୋଗରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ୩ ବର୍ଷ ହେଲା ତାହା କାର୍ଯ୍ୟକ୍ଷମ କରାଯାଇନାହିଁ। ଏଠାରେ ବୋରିଂ ହେବା ସହିତ ପାଣି ମଟର ଚଲାଇବା ପାଇଁ ଏକ ଘର ମଧ୍ୟ ନିର୍ମାଣ ହୋଇଛି। ମାତ୍ର ନିର୍ମାଣ ପରଠାରୁ ଘରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରକଳ୍ପରୁ ଗୋଟିଏ ଦିନ ବି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇନାହିଁ। ସେହିପରି ଗହ୍ମାରୀପାଟିଆର ଗଣ୍ଡାସାହିରେ ଲୋକେ ବର୍ଷ ବର୍ଷ ଧରି ଜଳଯାତନାରେ ସନ୍ତୁଳି ହେଉଛନ୍ତି। ଆଦିବାସୀ ସମ୍ପ୍ରଦାୟର ୨୦୦ ପାଖାପାଖି ଲୋକ ରହୁଥିବା ଏହି ଗ୍ରାମବାସୀଙ୍କ ପାଇଁ ଅଦ୍ୟାବଧି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇନାହିଁ। ଲୋକେ ଏକ ଚୁଆର ଦୂଷିତ ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି। ତେବେ ବାଘୁଆପାଳ ଏବଂ ଗହ୍ମାରୀପାଟିଆଠାରେ ଥିବା ୨ଟି ସୌର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ଦିନ ତଳୁ ଅଚଳ ହୋଇପଡ଼ିଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ସଚଳ କରିବାକୁ ଆଗ୍ରହ ପ୍ରକାଶ କରୁନାହିଁ। ବେଣାପାଟିଆର ୨ ସାହି ମଧ୍ୟରୁ ଗୋଟିଏ ସାହିରେ ସୌର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଥିବା ବେଳେ ଅନ୍ୟ ଟିରେ ଥିବା ନଳକୂପ ଗୁଡିକ ପାନୀୟ ଉପଯୋଗୀ ଜଳବାହାରୁ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଲୋକେ ଏତେ ସମସ୍ୟାରେ ଥିଲେ ମଧ୍ୟ ଜଳ ଯୋଗାଣ ବିଭାଗ, ଦାନଗଦି ବ୍ଲକ କର୍ତ୍ତୃପକ୍ଷ ଓ ଶାଳିଜଙ୍ଗା ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେଣୁ ପଞ୍ଚାୟତରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଏଠାରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri