ଶାଳିଜଙ୍ଗା ପଞ୍ଚାୟତରେ ଜଳ ସମସ୍ୟା ଉତ୍କଟ

କଳିଙ୍ଗନଗର,୨୨ା୪(ଡି.ଏନ.ଏ.): ଦାନଗଦି ବ୍ଲକ ଅଧୀନ ଶାଳିଜଙ୍ଗା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପଞ୍ଚାୟତର କୁଲାପିଟା, ନହୁରାଣୀପଶି, ବାଲିଆପାଳ ମହାନ୍ତ ସାହି, ଗହ୍ମାରୀପାଟିଆ ଓ ବାଘୁଆପାଳ ଆଦି ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ରହିଥିବା ସମସ୍ତ ସରକାରୀ ସେବା ଅଚଳ ହୋଇପଡ଼ିଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ୨ ବର୍ଷ ତଳୁ ନିର୍ମାଣ ସରିଥିବା ପଞ୍ଚାୟତର ବୃହତ୍‌ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ।
ବିଶେଷକରି ବାଲିଆପାଳ ମହାନ୍ତ ସାହିରେ ଲୋକେ ମନୁଷ୍ୟକୃତ ଜଳ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅନୁଗୋଳ-ବାଘୁଆପାଳ ରେଳପଥ ନିର୍ମାଣ ହେବା ପରେ ରେଳ ଟ୍ରାକ୍‌ ନିର୍ମାଣ ପାଇଁ ମାତ୍ରାଧିକ ଗଭୀର ଭୂ-ଖନନ କରାଯାଇଛି। ଏଥିଯୋଗୁ ଏଠାରେ ୨ବର୍ଷ ହେଲା ଭୂତଳ ଜଳସ୍ତର ନିମ୍ନଗାମୀ ହୋଇପଡ଼ିଛି। ରେଳପଥର ଉଭୟ ପାର୍ଶ୍ୱରେ ଥିବା ଗ୍ରାମ ଗୁଡ଼ିକରେ ସମସ୍ତ ସରକାରୀ ଏବଂ ବେସରକାରୀ ପାନୀୟ ଜଳ ଉତ୍ସ ଅଚଳ ହୋଇପଡ଼ିଛି। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଏକାଧିକ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ। ପରେ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ଏହି ସମସ୍ୟା ଦୂର ପାଇଁ ରେଳ ପଥ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ପ୍ରତିଶ୍ରୁତିବଦ୍ଧ ହୋଇଥିଲା। ମାତ୍ର ଲୋକେ ପାନୀୟଜଳ ପାଇଁ ବର୍ଷ ତମାମ ହଇରାଣ ହେଉଥିଲେ ମଧ୍ୟ ଉକ୍ତ ଠିକାସଂସ୍ଥା ଅଦ୍ୟାବଧି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସକ୍ଷମ ହୋଇନାହିଁ। କେବଳ ଗ୍ରାମରେ ଏକ ବୋରିଂ କରି ଠିକାସଂସ୍ଥା ନିଜର କର୍ତ୍ତବ୍ୟ ଶେଷ କରିଛି।
ସେହିପରି ଶାଳିଜଙ୍ଗାର ଆଦିବାସୀ ଗ୍ରାମ ବେଲଦାରେ ପ୍ରତିବର୍ଷ ଖରାଦିନେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବାବେଳେ ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ନଳକୂପରୁ ପାନୀୟ ଉପଯୋଗୀ ଜଳ ବାହାରୁ ନ ଥିବାରୁ ଗ୍ରାମ ବାହାରେ ଥିବା ଏକ ମାତ୍ର ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଉପରେ ଲୋକେ ନିର୍ଭର କରୁଥିଲେ। ତେବେ ତାହା ଏବେ ଅଚଳ ହୋଇଯାଇ ଥିବାରୁ ଗ୍ରାମବାସୀ ଚୁଆ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି। ନୀଳକଣ୍ଠପୁରଠାରେ ସରକାରୀ ପାଣ୍ଠି ବିନିଯୋଗରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ୩ ବର୍ଷ ହେଲା ତାହା କାର୍ଯ୍ୟକ୍ଷମ କରାଯାଇନାହିଁ। ଏଠାରେ ବୋରିଂ ହେବା ସହିତ ପାଣି ମଟର ଚଲାଇବା ପାଇଁ ଏକ ଘର ମଧ୍ୟ ନିର୍ମାଣ ହୋଇଛି। ମାତ୍ର ନିର୍ମାଣ ପରଠାରୁ ଘରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରକଳ୍ପରୁ ଗୋଟିଏ ଦିନ ବି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇନାହିଁ। ସେହିପରି ଗହ୍ମାରୀପାଟିଆର ଗଣ୍ଡାସାହିରେ ଲୋକେ ବର୍ଷ ବର୍ଷ ଧରି ଜଳଯାତନାରେ ସନ୍ତୁଳି ହେଉଛନ୍ତି। ଆଦିବାସୀ ସମ୍ପ୍ରଦାୟର ୨୦୦ ପାଖାପାଖି ଲୋକ ରହୁଥିବା ଏହି ଗ୍ରାମବାସୀଙ୍କ ପାଇଁ ଅଦ୍ୟାବଧି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇନାହିଁ। ଲୋକେ ଏକ ଚୁଆର ଦୂଷିତ ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି। ତେବେ ବାଘୁଆପାଳ ଏବଂ ଗହ୍ମାରୀପାଟିଆଠାରେ ଥିବା ୨ଟି ସୌର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ଦିନ ତଳୁ ଅଚଳ ହୋଇପଡ଼ିଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ସଚଳ କରିବାକୁ ଆଗ୍ରହ ପ୍ରକାଶ କରୁନାହିଁ। ବେଣାପାଟିଆର ୨ ସାହି ମଧ୍ୟରୁ ଗୋଟିଏ ସାହିରେ ସୌର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଥିବା ବେଳେ ଅନ୍ୟ ଟିରେ ଥିବା ନଳକୂପ ଗୁଡିକ ପାନୀୟ ଉପଯୋଗୀ ଜଳବାହାରୁ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଲୋକେ ଏତେ ସମସ୍ୟାରେ ଥିଲେ ମଧ୍ୟ ଜଳ ଯୋଗାଣ ବିଭାଗ, ଦାନଗଦି ବ୍ଲକ କର୍ତ୍ତୃପକ୍ଷ ଓ ଶାଳିଜଙ୍ଗା ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେଣୁ ପଞ୍ଚାୟତରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଏଠାରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ତୁରନ୍ତ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri