୫୦ ଲକ୍ଷ ଟଙ୍କା ନ ଦେବାରୁ କରିଥିଲେ ଗୁଳି

ଜୟପୁର, ୧୨।୩ (ନି.ପ୍ର.): କୋରପୁଟ ଜିଲା ଜୟପୁର ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାର ଶନିବାର ପର୍ଦ୍ଦାଫାଶ କରିଛି ଟାଉନ ଥାନା ପୋଲିସ। ଏଥିରେ ସମ୍ପୃକ୍ତ ୫ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖ୍ରୀଷ୍ଟିଆନପେଟାର ଅଭିଜିତ ମହୁରିଆ ଆଲିୟାସ ଜିହିତ (୨୪), ଯମୁନାଗୁଡାର ଫିରୋଜ ନାଗ (୨୨) ଓ ହାନାଗୁଡାର ସଚିନ ନାୟକ (୨୩) ା ୨ ଫେରାର ଅଭିଯୁକ୍ତ ହେଲେ ଜୟନଗରର ଇମରାନ ଖାନ ଓ ବ୍ଲକ କଲୋନିର ଟୁଲୁ ଖୋସ୍‌ଲା। ସମ୍ପୃକ୍ତ ବ୍ୟବସାୟୀଙ୍କୁ ଅଭିଯୁକ୍ତମାନେ ୫୦ ଲକ୍ଷ ଟଙ୍କା ମାଗିଥିଲେ। ସେ ନ ଦେବାରୁ ଗୁଳି କରି ଜୀବନରେ ମାରିଦେବାକୁ ଯୋଜନା କରିଥିଲେ ବୋଲି ପଚରାଉଚରା ବେଳେ ସ୍ବୀକାର କରିଥିବା ଟାଉନ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଭିନବ ସୋନକାର କହିଛନ୍ତି।
ଖବରରୁ ଜଣାପଡିଛି, ଗତ ୪ ତାରିଖରେ ୫ଜଣ ଦୁର୍ବୃତ୍ତ ଜୟପୁରର ବ୍ୟବସାୟୀ ପବନ ଅଗ୍ରଓାଲଙ୍କ ପୁଅ ଆଦର୍ଶ (୨୩)ଙ୍କ ଉପରକୁ ଲକ୍ଷ୍ମୀ ପଣ୍ଡା ଛକ ଡେଙ୍ଗାତୋଟା ମଶାଣି ନିକଟରେ ୨ରାଉଣ୍ଡ ଗୁଳିମାଡ଼ କରିଥିଲେ। ଗୁଳି ଆଦର୍ଶଙ୍କ କାର୍‌ରେ ବାଜି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ଫଳରେ ତାଙ୍କର କୌଣସି କ୍ଷତି ହୋଇ ନ ଥିଲା। ଖବରପାଇ ପୋଲିସ ପହଞ୍ଚତ୍ ଘଟଣାସ୍ଥଳରୁ ୨ଟି ୯ଏମ୍‌ଏମ୍‌ ଖୋକା ଜବତ କରିଥିଲା। ସାଇଣ୍ଟିଫିକ ଟିମ୍‌ ମଧ୍ୟ ଏହାର ତଦନ୍ତ କରି ଛାନ୍‌ଭିନ୍‌ ଚଳାଇଥିଲା। ଏନେଇ ଏକ ଟିମ୍‌ ଗଠନ ହୋଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ୍‌ ଥିଲେ ଅଭିଯୁକ୍ତ ସଚିନ। ସେ ଆଦର୍ଶଙ୍କ କାର୍‌ ଶୋ’ରୁମ୍‌ରେ କାମ କରୁଥିଲେ। ମାଲିକଙ୍କ ସମସ୍ତ ତଥ୍ୟ ଅପରାଧୀମାନଙ୍କୁ ଦେଉଥିଲେ। ଘଟଣା ଘଟାଇବା ପୂର୍ବରୁ ସେମାନେ ଫୋନ କରି ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ସେ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୪ରେ ଆଦର୍ଶ ତାଙ୍କ ଶୋ’ରୁମ୍‌ରୁ ବାହାରିବା ସମ୍ପର୍କରେ ସବୁ ଖବର ସଚିନ ସେମାନଙ୍କୁ ଦେଇଥିଲେ। ଏହାକୁ ଆଧାର କରି ଅଭିଯୁକ୍ତମାନେ ଡେଙ୍ଗାତୋଟା ମଶାଣି ନିକଟରେ ଆଦର୍ଶଙ୍କ ଉପରକୁ ଗୁଳି ଚଳାଇଥିଲେ। ଗିରଫ ଅଭିଯୁକ୍ତଠାରୁ ପିସ୍ତଲ, ମୁଖା, ୪ଟି ସିମ୍‌ ଜବତ ହୋଇଛି। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ପି ସୋନକାର କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଜୟପୁର ଏସ୍‌ଡିପିଓ ହରିଶ ବିଶି, କୋରାପୁଟ ଏସ୍‌ଡିପିଓ ମନୋଜ ପୂଜାରୀ, ଟାଉନ ଥାନା ଅଧିକାରୀ ସମ୍ବିତ ବେହେରା, ସଦର ଥାନା ଅଧିକାରୀ ଈଶ୍ୱର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ପୁଣି ଜଣେ ଖବରଦାତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି,୧୨ା୭(ସ୍ବ.ପ୍ର.)-ଗଜପତି ଜିଲାର ଜଣେ କୋଭିଡ୍‌ ଯୋଦ୍ଧା ତଥା ବରିଷ୍ଠ ଖବରଦାତା କେ. ସିଏଚ. ରତନମ୍‌ଙ୍କ ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲରେ ରବିବାର ପରଲୋକ ହୋଇଯାଇଛି। ସେ ଦୈନିକ...

୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପିତ

ବ୍ରହ୍ମପୁର ଅଫିସ, ୧୭।୧: ଗଞ୍ଜାମ ଜିଲା ବ୍ରହ୍ମପୁର ଟ୍ରାଫିକ୍‌ ପୋଲିସ ଓ ଜିଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ୩୧ ତମ ଜାତୀୟ ସଡ଼କ ସୁରକ୍ଷା...

ଦମ୍ପତି ନିଖୋଜ, ହତ୍ୟା ସନ୍ଦେହ

କପ୍ତିପଦା, ୭।୧୦ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ମଝିଗଡ଼ିଆ ପଞ୍ଚାୟତ ଛାଞ୍ଚୁଣିଆ ଗ୍ରାମର ଏକ ଦମ୍ପତି ରବିବାର ସନ୍ଧ୍ୟାଠାରୁ ନିଖୋଜ ଅଛନ୍ତି।...

ଗୋପବନ୍ଧୁ ନଗର ବ୍ଲକରେ ୨୦ ପଜିଟିଭ୍‌ ଚିହ୍ନଟ

କୁଆମରା,୨୧।୮(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପ୍ରଶାସନ ପାଇଁ ଏହା ମୁଣ୍ଡବ୍ୟଥାର କାରଣ...

ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବ ଦ୍ୱିତୀୟ ଦିବସ: କୁଚିପୁଡି, ଢାପ, ଗୋଟିପୁଅ ନୃତ୍ୟ ଆକର୍ଷଣ ସାଜିଲା

ଦେବଗଡ଼, ୧୮।୧(ଡି.ଏନ୍‌.ଏ.)- ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଜିଲାସ୍ତରୀୟ ନୂପୁର...

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକରି ପୋଡ଼ିଦେଲେ

ପଦ୍ମପୁର,୨୭ା୨: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ପାଜିଲିବନ୍ଧ ଗାଁ...

ବଲାଙ୍ଗୀର ଷ୍ଟେଶନରେ ଟ୍ରେନ୍‌ରେ ଫେରୁଥିବା ପ୍ରବାସୀ ମହିଳାଙ୍କ ମୃତ୍ୟୁ

ବଲାଙ୍ଗୀର ଅଫିସ, ୨୪ା୫- ବିଶାଖାପାଟଣାରୁ ବଲାଙ୍ଗୀର ପହଞ୍ଚିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଆସୁଥିବା ଜଣେ ପ୍ରବାସୀ ମହିଳାଙ୍କ ରବିବାର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା...

ଫୁଲଝରଠାରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଶାଖା ଡାକଘର

ଲହୁଣୀପଡା, ୩।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଳକ ଅନ୍ତର୍ଗତ ଫୁଲଝରଠାରେ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ପ୍ରଥମ ଥର ପାଇଁ ଏକ ମହିଳା ଶାଖା...

Advertisement
Archives

Model This Week