୫୦ ଲକ୍ଷ ଟଙ୍କା ନ ଦେବାରୁ କରିଥିଲେ ଗୁଳି

ଜୟପୁର, ୧୨।୩ (ନି.ପ୍ର.): କୋରପୁଟ ଜିଲା ଜୟପୁର ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାର ଶନିବାର ପର୍ଦ୍ଦାଫାଶ କରିଛି ଟାଉନ ଥାନା ପୋଲିସ। ଏଥିରେ ସମ୍ପୃକ୍ତ ୫ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖ୍ରୀଷ୍ଟିଆନପେଟାର ଅଭିଜିତ ମହୁରିଆ ଆଲିୟାସ ଜିହିତ (୨୪), ଯମୁନାଗୁଡାର ଫିରୋଜ ନାଗ (୨୨) ଓ ହାନାଗୁଡାର ସଚିନ ନାୟକ (୨୩) ା ୨ ଫେରାର ଅଭିଯୁକ୍ତ ହେଲେ ଜୟନଗରର ଇମରାନ ଖାନ ଓ ବ୍ଲକ କଲୋନିର ଟୁଲୁ ଖୋସ୍‌ଲା। ସମ୍ପୃକ୍ତ ବ୍ୟବସାୟୀଙ୍କୁ ଅଭିଯୁକ୍ତମାନେ ୫୦ ଲକ୍ଷ ଟଙ୍କା ମାଗିଥିଲେ। ସେ ନ ଦେବାରୁ ଗୁଳି କରି ଜୀବନରେ ମାରିଦେବାକୁ ଯୋଜନା କରିଥିଲେ ବୋଲି ପଚରାଉଚରା ବେଳେ ସ୍ବୀକାର କରିଥିବା ଟାଉନ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଭିନବ ସୋନକାର କହିଛନ୍ତି।
ଖବରରୁ ଜଣାପଡିଛି, ଗତ ୪ ତାରିଖରେ ୫ଜଣ ଦୁର୍ବୃତ୍ତ ଜୟପୁରର ବ୍ୟବସାୟୀ ପବନ ଅଗ୍ରଓାଲଙ୍କ ପୁଅ ଆଦର୍ଶ (୨୩)ଙ୍କ ଉପରକୁ ଲକ୍ଷ୍ମୀ ପଣ୍ଡା ଛକ ଡେଙ୍ଗାତୋଟା ମଶାଣି ନିକଟରେ ୨ରାଉଣ୍ଡ ଗୁଳିମାଡ଼ କରିଥିଲେ। ଗୁଳି ଆଦର୍ଶଙ୍କ କାର୍‌ରେ ବାଜି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ଫଳରେ ତାଙ୍କର କୌଣସି କ୍ଷତି ହୋଇ ନ ଥିଲା। ଖବରପାଇ ପୋଲିସ ପହଞ୍ଚତ୍ ଘଟଣାସ୍ଥଳରୁ ୨ଟି ୯ଏମ୍‌ଏମ୍‌ ଖୋକା ଜବତ କରିଥିଲା। ସାଇଣ୍ଟିଫିକ ଟିମ୍‌ ମଧ୍ୟ ଏହାର ତଦନ୍ତ କରି ଛାନ୍‌ଭିନ୍‌ ଚଳାଇଥିଲା। ଏନେଇ ଏକ ଟିମ୍‌ ଗଠନ ହୋଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ୍‌ ଥିଲେ ଅଭିଯୁକ୍ତ ସଚିନ। ସେ ଆଦର୍ଶଙ୍କ କାର୍‌ ଶୋ’ରୁମ୍‌ରେ କାମ କରୁଥିଲେ। ମାଲିକଙ୍କ ସମସ୍ତ ତଥ୍ୟ ଅପରାଧୀମାନଙ୍କୁ ଦେଉଥିଲେ। ଘଟଣା ଘଟାଇବା ପୂର୍ବରୁ ସେମାନେ ଫୋନ କରି ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ସେ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୪ରେ ଆଦର୍ଶ ତାଙ୍କ ଶୋ’ରୁମ୍‌ରୁ ବାହାରିବା ସମ୍ପର୍କରେ ସବୁ ଖବର ସଚିନ ସେମାନଙ୍କୁ ଦେଇଥିଲେ। ଏହାକୁ ଆଧାର କରି ଅଭିଯୁକ୍ତମାନେ ଡେଙ୍ଗାତୋଟା ମଶାଣି ନିକଟରେ ଆଦର୍ଶଙ୍କ ଉପରକୁ ଗୁଳି ଚଳାଇଥିଲେ। ଗିରଫ ଅଭିଯୁକ୍ତଠାରୁ ପିସ୍ତଲ, ମୁଖା, ୪ଟି ସିମ୍‌ ଜବତ ହୋଇଛି। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ପି ସୋନକାର କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଜୟପୁର ଏସ୍‌ଡିପିଓ ହରିଶ ବିଶି, କୋରାପୁଟ ଏସ୍‌ଡିପିଓ ମନୋଜ ପୂଜାରୀ, ଟାଉନ ଥାନା ଅଧିକାରୀ ସମ୍ବିତ ବେହେରା, ସଦର ଥାନା ଅଧିକାରୀ ଈଶ୍ୱର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri