୫୦ ଲକ୍ଷ ଟଙ୍କା ନ ଦେବାରୁ କରିଥିଲେ ଗୁଳି

ଜୟପୁର, ୧୨।୩ (ନି.ପ୍ର.): କୋରପୁଟ ଜିଲା ଜୟପୁର ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାର ଶନିବାର ପର୍ଦ୍ଦାଫାଶ କରିଛି ଟାଉନ ଥାନା ପୋଲିସ। ଏଥିରେ ସମ୍ପୃକ୍ତ ୫ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖ୍ରୀଷ୍ଟିଆନପେଟାର ଅଭିଜିତ ମହୁରିଆ ଆଲିୟାସ ଜିହିତ (୨୪), ଯମୁନାଗୁଡାର ଫିରୋଜ ନାଗ (୨୨) ଓ ହାନାଗୁଡାର ସଚିନ ନାୟକ (୨୩) ା ୨ ଫେରାର ଅଭିଯୁକ୍ତ ହେଲେ ଜୟନଗରର ଇମରାନ ଖାନ ଓ ବ୍ଲକ କଲୋନିର ଟୁଲୁ ଖୋସ୍‌ଲା। ସମ୍ପୃକ୍ତ ବ୍ୟବସାୟୀଙ୍କୁ ଅଭିଯୁକ୍ତମାନେ ୫୦ ଲକ୍ଷ ଟଙ୍କା ମାଗିଥିଲେ। ସେ ନ ଦେବାରୁ ଗୁଳି କରି ଜୀବନରେ ମାରିଦେବାକୁ ଯୋଜନା କରିଥିଲେ ବୋଲି ପଚରାଉଚରା ବେଳେ ସ୍ବୀକାର କରିଥିବା ଟାଉନ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଭିନବ ସୋନକାର କହିଛନ୍ତି।
ଖବରରୁ ଜଣାପଡିଛି, ଗତ ୪ ତାରିଖରେ ୫ଜଣ ଦୁର୍ବୃତ୍ତ ଜୟପୁରର ବ୍ୟବସାୟୀ ପବନ ଅଗ୍ରଓାଲଙ୍କ ପୁଅ ଆଦର୍ଶ (୨୩)ଙ୍କ ଉପରକୁ ଲକ୍ଷ୍ମୀ ପଣ୍ଡା ଛକ ଡେଙ୍ଗାତୋଟା ମଶାଣି ନିକଟରେ ୨ରାଉଣ୍ଡ ଗୁଳିମାଡ଼ କରିଥିଲେ। ଗୁଳି ଆଦର୍ଶଙ୍କ କାର୍‌ରେ ବାଜି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ଫଳରେ ତାଙ୍କର କୌଣସି କ୍ଷତି ହୋଇ ନ ଥିଲା। ଖବରପାଇ ପୋଲିସ ପହଞ୍ଚତ୍ ଘଟଣାସ୍ଥଳରୁ ୨ଟି ୯ଏମ୍‌ଏମ୍‌ ଖୋକା ଜବତ କରିଥିଲା। ସାଇଣ୍ଟିଫିକ ଟିମ୍‌ ମଧ୍ୟ ଏହାର ତଦନ୍ତ କରି ଛାନ୍‌ଭିନ୍‌ ଚଳାଇଥିଲା। ଏନେଇ ଏକ ଟିମ୍‌ ଗଠନ ହୋଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ୍‌ ଥିଲେ ଅଭିଯୁକ୍ତ ସଚିନ। ସେ ଆଦର୍ଶଙ୍କ କାର୍‌ ଶୋ’ରୁମ୍‌ରେ କାମ କରୁଥିଲେ। ମାଲିକଙ୍କ ସମସ୍ତ ତଥ୍ୟ ଅପରାଧୀମାନଙ୍କୁ ଦେଉଥିଲେ। ଘଟଣା ଘଟାଇବା ପୂର୍ବରୁ ସେମାନେ ଫୋନ କରି ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ସେ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୪ରେ ଆଦର୍ଶ ତାଙ୍କ ଶୋ’ରୁମ୍‌ରୁ ବାହାରିବା ସମ୍ପର୍କରେ ସବୁ ଖବର ସଚିନ ସେମାନଙ୍କୁ ଦେଇଥିଲେ। ଏହାକୁ ଆଧାର କରି ଅଭିଯୁକ୍ତମାନେ ଡେଙ୍ଗାତୋଟା ମଶାଣି ନିକଟରେ ଆଦର୍ଶଙ୍କ ଉପରକୁ ଗୁଳି ଚଳାଇଥିଲେ। ଗିରଫ ଅଭିଯୁକ୍ତଠାରୁ ପିସ୍ତଲ, ମୁଖା, ୪ଟି ସିମ୍‌ ଜବତ ହୋଇଛି। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ପି ସୋନକାର କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଜୟପୁର ଏସ୍‌ଡିପିଓ ହରିଶ ବିଶି, କୋରାପୁଟ ଏସ୍‌ଡିପିଓ ମନୋଜ ପୂଜାରୀ, ଟାଉନ ଥାନା ଅଧିକାରୀ ସମ୍ବିତ ବେହେରା, ସଦର ଥାନା ଅଧିକାରୀ ଈଶ୍ୱର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri