ନିଜକୁ ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ ଉଠାଉଥିଲେ ଋଣ, ବନ୍ଧାହେଲେ ଯୁବକ

କଟକ,୨୦ା୧(କାର୍ତ୍ତିକ ସାହୁ): ନକଲି କାଗଜପତ୍ର ଦ୍ୱାରା ବ୍ୟାଙ୍କରୁ ଋଣ ଉଠାଇ ଅର୍ଥ ଆତ୍ମସାତ୍‌ କରୁଥିବା ଜଣେ ଯୁବକଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ବ୍ୟାଙ୍କ ଅଧିକାରୀଙ୍କ ନିକଟତର ହୋଇଥିଲେ। ଆଉ ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଇବାରେ ସକ୍ଷମ ହେଉଥିଲେ। ଏହି ଅଭିଯୁକ୍ତ ଜଣକ ହେଲେ ଗୋପାଳପୁର ପାଇକସାହିର ଶ୍ରୀଧର ରାଉତ(୨୯)। ଅଭିଯୁକ୍ତଙ୍କ ନିକଟରୁ ବହୁ ସାମଗ୍ରୀ ପୋଲିସ ଜବତ କରିଛି। ତନ୍ମଧ୍ୟରେ ନକଲି ଆଧାର କାର୍ଡ, ପାନ କାର୍ଡ, ବିଭିନ୍ନ ହସ୍‌ପିଟାଲର ରବର ଷ୍ଟାମ୍ପ, ପାସ୍‌ ବୁକ୍‌, ଚେକ, ଷ୍ଟେଥୋ, ସାଲାରି ସ୍ଲିପ୍‌, ମୋଟର ସାଇକେଲ ଓ ମୋବାଇଲ୍‌ ଫୋନ୍‌ ଆଦି ଜବତ ହୋଇଛି। ଏନେଇ ସଦର ଥାନାରେ କେସ୍‌ ନଂ ୫୦/୨୦୨୪ ରୁଜୁ ହୋଇଛି।
ସୂଚନାନୁସାରେ, ୟୁକୋ ବ୍ୟାଙ୍କ ଫୁଲନଖରା ଶାଖାରୁ ଋଣ ଉଠାଇବା ନିମନ୍ତେ ଅଭିଯୁକ୍ତ ଜଣକ ଉଦ୍ୟମ କରିଥିଲେ। ସେ ନିଜକୁ ସନ୍ଦୀପ ନାମରେ ପରିଚୟ ଦେଇ ସମ୍ପୃକ୍ତ ବ୍ୟାଙ୍କ ଶାଖାକୁ ବହୁବାର ଆସିଥିଲେ। ନିଜର ଏକ ଓଜନଦାର ଭାବମୂର୍ତ୍ତି ସୃଷ୍ଟି କରିବା ପାଇଁ ନିଜକୁ ଡାକ୍ତର ଭାବେ ପରିଚୟ ଦେବା ସହ ବ୍ୟାଙ୍କରେ ସୁସମ୍ପର୍କ ସ୍ଥାପନ କରିପାରିଥିଲେ। ସେ ଏକ ବ୍ୟକ୍ତିଗତ ଋଣ ନେବା ନିମନ୍ତେ ଆବଶ୍ୟକ କାଗଜପତ୍ର ଦାଖଲ କରି ଶାଖାରେ ଆବେଦନ କରିଥିଲେ। ମାତ୍ର କାଗଜପତ୍ରଗୁଡ଼ିକୁ ଯାଞ୍ଚ କରିବା ସେଗୁଡ଼ିକ ନକଲି ବୋଲି ଜଣାପଡ଼ିଥିଲା। ବ୍ୟାଙ୍କ ଶାଖା ପରିଚାଳକ ଅବିନାଶ ସେଠୀ ଏନେଇ ଗତ ୧୯ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ପରେ ସଂପୃକ୍ତ ଯୁବକ ସନ୍ଦୀପ ନୁହେଁ ଶ୍ରୀଧର ରାଉତ ବୋଲି ପୋଲିସ ଜାଣିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର: ଏତିକି ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ବଢ଼ିଯିବ ଦରମା

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଓ ପେନନସନଭୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଜୁଲାଇ ୨୦୨୬ରୁ ସେମାନଙ୍କ ମହଙ୍ଗା ଭତ୍ତା (DA)…

ନୀଳାଚଳଙ୍କ ନିବେଦନ ପରେ ସରପଞ୍ଚଙ୍କ ତତ୍ପରତା, ଖୁବଶୀଘ୍ର ମିଳିବ…

ଗଞ୍ଜାମ,୬ା୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ୍ ମଲାଡ ପଞ୍ଚାୟତ ଅନ୍ତର୍ଗତ ଲୁଙ୍ଗୁରୀ ଗ୍ରାମର ନୀଳାଞ୍ଚଳ ରାସ୍ତା କଡ଼ରେ ଗୋଟିଏ ନଡ଼ିଆ ବାହୁଙ୍ଗା ଓ ଜରି ପାଲ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri