ଆଖି ବୁଜିଲେ ଦୁଇମୁଣ୍ଡିଆ ଶିଶୁକନ୍ୟା

କଟକ ଅଫିସ,୨୦।୪: କଟକ ଶିଶୁଭବନର ପେଡିଆଟ୍ରିକ୍‌ ନ୍ୟୁବର୍ନ ୱାର୍ଡ ଆଇସିୟୁ କ୍ୟାବିନ୍‌ରେ ରହି ୮ ଦିନ ଧରି ଚିକିତ୍ସିତ ହେଉଥିବା କେନ୍ଦ୍ରାପଡାର ଦୁଇମୁଣ୍ଡିଆ ଶିଶୁକନ୍ୟାଙ୍କ ରବିବାର ମୃତ୍ୟୁ ଘଟିଛି। ଶିଶୁକନ୍ୟାର ଦୁଇଟି ହୃତ୍‌ପିଣ୍ଡ, ଗୋଟିଏ ରକ୍ତନଳୀ, ଦୁଇଟି ଫୁସ୍‌ଫୁସ୍‌, ଦୁଇଟି କିଡ୍‌ନୀ, ଦୁଇଟି ଗୋଡ, ତିନୋଟି ହାତ, ଗୋଟିଏ ବ୍ଲାଡର, ଗୋଟିଏ ପରିସ୍ରା ଦ୍ୱାର ରହିଥିଲା। ତେଣୁ ଏଭଳି ଶିଶୁମାନଙ୍କର ବଞ୍ଚିବା ଆଶା ବହୁତ କମ୍‌। ଶିଶୁକନ୍ୟାକୁ ନିଃଶ୍ୱାସ ନେବାରେ ଅସୁବିଧା ହେବା ସହ ଦୁଇଟି ହୃତ୍‌ପିଣ୍ଡ ଠିକ୍‌ ଭାବରେ କାମ କରୁ ନ ଥିଲା। ଏଥିସହ ଶରୀରରେ ଅନେକ ସମସ୍ୟା ରହିଥିବାରୁ ତାହାର ମୃତ୍ୟୁ ଘଟିଛି ବୋଲି ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନେନ୍ଦ୍ର ବେହେରା କହିଛନ୍ତି। ଅପରପକ୍ଷେ ଶିଶୁକନ୍ୟାଙ୍କ ବାପା ଉମାକାନ୍ତ ପରିଡା କହିଛନ୍ତି, ମେଡିକାଲ କର୍ତ୍ତୃପକ୍ଷ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି ବୋଲି କହୁଥିଲେ। କିନ୍ତୁ ଝିଅକୁ ଉନ୍ନତ ଚିକିତ୍ସା ସେବା ଯୋଗାଇଲେ ନାହିଁ। ଶିଶୁଭବନର ଚିକିତ୍ସା ବ୍ୟବସ୍ଥା ଠିକ୍‌ ନ ଲାଗିବାରୁ ଝିଅକୁ ଅନ୍ୟତ୍ର ଚିକିତ୍ସା କରିବା ପାଇଁ ଚାହୁଁଥିଲି। ହେଲେ ସେମାନେ ମତେ ଏଠାରୁ ଯିବାକୁ ଦେଲେ ନାହିଁ। ଏତେଦିନ ମେଡିକାଲରେ ରଖିବା ପରେ ଶେଷରେ ଝିଅର ମୃତ୍ୟୁ ଘଟିଛି।
ସୂଚନାଥାଉ କି, କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମରେ ଗତ ୧୧ ତାରିଖରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲେ। ରାଜନଗର ବ୍ଲକ କଣି ଗ୍ରାମର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ପୂର୍ବାହ୍ନ ୧୧ଟାରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁକୁ ତୁରନ୍ତ ନିକଟସ୍ଥ ଜିଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁ ଏବଂ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ପାଇଁ ୪ ଜଣ ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଏଥିସହ ପେଡିଆଟିକ୍‌ ସର୍ଜନ, ନ୍ୟୁରୋ ସର୍ଜନ ଡାକ୍ତରମାନେ ଆସି ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଦେଖୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିକୁ ହେଲା ଟ୍ରାଫିକ୍‌ମୁକ୍ତ ରାସ୍ତା

କଟକ ଅଫିସ,୧୧। ୧୦: ବିଶ୍ୱସ୍ତରୀୟ ହେବ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲ। ଏହି ପରିପ୍ରେକ୍ଷୀରେ ମେଡିିକାଲକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରଶସ୍ତୀକରଣ...

ସ୍କୁଲ ରୋଷେଇ ଘରେ ତାଲା ପକାଇଲେ ମହିଳା ଗୋଷ୍ଠୀ

ଗୋପ,୨।୧୧(ଡି.ଏନ୍‌.ଏ.): ଦୀର୍ଘବର୍ଷ ଧରି ଗୋପ ବ୍ଲକ ଅନ୍ତର୍ଗତ ପୟରା ପଞ୍ଚାୟତର ହେଲାରି ଜମରା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ରୋଷେଇ କରୁଥିବା ମହିଳା ଗୋଷ୍ଠୀଙ୍କଠାରୁ...

ପିଲାଙ୍କୁ କରିବେ ଉଚ୍ଚଶିକ୍ଷିତ : ମା’ କାନ୍ଧେଇଛନ୍ତି ବାପାର ବୋଝ

ବଅଁରପାଳ, ୧୨।୫- ଦୁର୍ଘଟଣାରେ ସ୍ବାମୀ ଆଖିବୁଜିବା ବେଳେ  କୋଳରେ ଥିଲେ ଦୁଇ କୁନି ସନ୍ତାନ। ନୂଆଣିଆ ଘର ଖଣ୍ଡିକୁ ଛାଡ଼ିଦେଲେ ଆଉ କିଛି ନ ଥିଲା...

ସିମନବାଡ଼ି ବଜାରରେ ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତ୍ୱ: ଅମାନିଆଙ୍କୁ ଅଟକାଇଲେ ଏସ୍‌ଡିପିଓ

ଦାରିଙ୍ଗବାଡ଼ି,୨୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ...

ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ହୋହଲ୍ଲା

ବୁଗୁଡ଼ା,୧୧ା୬(ଡି.ଏନ.ଏ)- ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ବୁଧବାର ରାତିରେ ନୂଆକରି ଆସିଥିବା ୧୬ଜଣ ଅନ୍ତେବାସୀ ହୋହଲ୍ଲା କରିବାରୁ ଉତ୍ତେଜନା...

ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ: ବେକ ଆଉ ଗୋଡ଼ରେ ବନ୍ଧାଯାଇଛି ଚିପ୍ସ ଭର୍ତ୍ତି ଅଖା

ସିମୁଳିଆ,୩୧ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତର ଦୋରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୋରାର କୁନୁଲତା ନାୟକ(୩୫) ନାମକ ଜଣେ...

ସାନିଟାଇଜର ସିଞ୍ଚନ ଆରମ୍ଭ କଲା ବୋରିଗୁମ୍ମା ପ୍ରଶାସନ

ବୋରିଗୁମ୍ମା,୪।୪(ଡି.ଏନ୍. ଏ.): କରୋନା ପାଇଁ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ସଦରରେ ସାନିଟାଇଜର ସିଞ୍ଚନ ଆରମ୍ଭ...

ଖଣି ଦୁର୍ଘଟଣା ମୃତକଙ୍କ ପରିବାରକୁ ସହାୟତା ରାଶି ଦେଲେ ରାଜ୍ୟ ସରକାର: ଅଧିକ କ୍ଷତିପୂରଣ ପାଇଁ ଆଲୋଚନା ହେବ

ଅନୁଗୋଳ ଅଫିସ, ୩୧।୭-ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଶ୍ରମିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା...

Advertisement
Archives

Model This Week