ଆଖି ବୁଜିଲେ ଦୁଇମୁଣ୍ଡିଆ ଶିଶୁକନ୍ୟା

କଟକ ଅଫିସ,୨୦।୪: କଟକ ଶିଶୁଭବନର ପେଡିଆଟ୍ରିକ୍‌ ନ୍ୟୁବର୍ନ ୱାର୍ଡ ଆଇସିୟୁ କ୍ୟାବିନ୍‌ରେ ରହି ୮ ଦିନ ଧରି ଚିକିତ୍ସିତ ହେଉଥିବା କେନ୍ଦ୍ରାପଡାର ଦୁଇମୁଣ୍ଡିଆ ଶିଶୁକନ୍ୟାଙ୍କ ରବିବାର ମୃତ୍ୟୁ ଘଟିଛି। ଶିଶୁକନ୍ୟାର ଦୁଇଟି ହୃତ୍‌ପିଣ୍ଡ, ଗୋଟିଏ ରକ୍ତନଳୀ, ଦୁଇଟି ଫୁସ୍‌ଫୁସ୍‌, ଦୁଇଟି କିଡ୍‌ନୀ, ଦୁଇଟି ଗୋଡ, ତିନୋଟି ହାତ, ଗୋଟିଏ ବ୍ଲାଡର, ଗୋଟିଏ ପରିସ୍ରା ଦ୍ୱାର ରହିଥିଲା। ତେଣୁ ଏଭଳି ଶିଶୁମାନଙ୍କର ବଞ୍ଚିବା ଆଶା ବହୁତ କମ୍‌। ଶିଶୁକନ୍ୟାକୁ ନିଃଶ୍ୱାସ ନେବାରେ ଅସୁବିଧା ହେବା ସହ ଦୁଇଟି ହୃତ୍‌ପିଣ୍ଡ ଠିକ୍‌ ଭାବରେ କାମ କରୁ ନ ଥିଲା। ଏଥିସହ ଶରୀରରେ ଅନେକ ସମସ୍ୟା ରହିଥିବାରୁ ତାହାର ମୃତ୍ୟୁ ଘଟିଛି ବୋଲି ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନେନ୍ଦ୍ର ବେହେରା କହିଛନ୍ତି। ଅପରପକ୍ଷେ ଶିଶୁକନ୍ୟାଙ୍କ ବାପା ଉମାକାନ୍ତ ପରିଡା କହିଛନ୍ତି, ମେଡିକାଲ କର୍ତ୍ତୃପକ୍ଷ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି ବୋଲି କହୁଥିଲେ। କିନ୍ତୁ ଝିଅକୁ ଉନ୍ନତ ଚିକିତ୍ସା ସେବା ଯୋଗାଇଲେ ନାହିଁ। ଶିଶୁଭବନର ଚିକିତ୍ସା ବ୍ୟବସ୍ଥା ଠିକ୍‌ ନ ଲାଗିବାରୁ ଝିଅକୁ ଅନ୍ୟତ୍ର ଚିକିତ୍ସା କରିବା ପାଇଁ ଚାହୁଁଥିଲି। ହେଲେ ସେମାନେ ମତେ ଏଠାରୁ ଯିବାକୁ ଦେଲେ ନାହିଁ। ଏତେଦିନ ମେଡିକାଲରେ ରଖିବା ପରେ ଶେଷରେ ଝିଅର ମୃତ୍ୟୁ ଘଟିଛି।
ସୂଚନାଥାଉ କି, କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମରେ ଗତ ୧୧ ତାରିଖରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲେ। ରାଜନଗର ବ୍ଲକ କଣି ଗ୍ରାମର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ପୂର୍ବାହ୍ନ ୧୧ଟାରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁକୁ ତୁରନ୍ତ ନିକଟସ୍ଥ ଜିଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁ ଏବଂ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ପାଇଁ ୪ ଜଣ ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଏଥିସହ ପେଡିଆଟିକ୍‌ ସର୍ଜନ, ନ୍ୟୁରୋ ସର୍ଜନ ଡାକ୍ତରମାନେ ଆସି ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଦେଖୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri