ବିଳମ୍ବିତ ରାତି ଯାଏ ଚାଲିଥିଲା ରେଭ୍‌ ପାର୍ଟି

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ପାଣିଓରା ଛତାବରସ୍ଥିତ ହାପି ମୋମେଣ୍ଟ୍‌ସ ରିସର୍ଟରେ ବେଆଇନ ଭାବେ ବିଳମ୍ବିତ ରାତିଯାଏ ଚାଲିଥିଲା ରେଭ୍‌ ପାର୍ଟି। ଜମିଥିଲା ବିଦେଶୀ ମଦର ଆସର। ରଙ୍ଗିନ ଆଲୁଅରେ ଡିଜେ ମ୍ୟୁଜିକ୍‌ର ତାଳେ ତାଳେ ନିଶାରେ ଝୁମି ଚାଲିଥିଲେ ୫୦ରୁ ଅଧିକ ଯୁବତୀଯୁବକ। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ରିସର୍ଟ ମାଲିକ ଆୟୋଜନ କରିଥିଲେ ଏହି ରେଭ୍‌ ପାର୍ଟି। ଚନ୍ଦକା ଥାନା ପୋଲିସ ରାତି ପ୍ରାୟ ୪ଟାରେ ଉକ୍ତ ରସର୍ଟରେ ଅତର୍କିତ ଚଢ଼ାଉ କରି ମାଲିକ ଓ ରୋଷେୟାଙ୍କୁ ଗିରଫ କରିଛି। ଏଥିସହ ଘଟଣାସ୍ଥଳରୁ ୪୦ କେନ୍‌ ମଦ (୨୦ ଲିଟର) ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ରିସର୍ଟ ମାଲିକ ତଥା ଶହୀଦନଗର ପ୍ଲଟ୍‌ ନଂ.ଏ-୧୨୦ରେ ରହୁଥିବା ଶିବ ପ୍ରସାଦ ପଟ୍ଟନାୟକ(୫୩)। ଅନ୍ୟଜଣେ ହେଲେ ପୁରୀ ଜିଲା ଗୋପ ଥାନା ଅନ୍ତର୍ଗତ ସୋଲାପୁର ଗ୍ରାମର ରାହୁଲ ମଲ୍ଲିକ (୩୦)। ଏନେଇ ଥାନାରେ ଏକ ମାମଲା ନଂ.୨୬୧/୨୦୨୨ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ପୋଲିସର ଚଢ଼ାଉ ଦେଖି ଯୁବତୀଯୁବକମାନେ ଛତ୍ରଭଙ୍ଗ ଦେଇଥିବାବେଳେ ଅନ୍ୟ କର୍ମଚାରୀମାନେ ଖସି ପଳାଇଥିଲେ।
ଏନେଇ ଚନ୍ଦକା ଥାନା ଅଧିକାରୀ ସୁରେନ୍ଦ୍ର ବଳ କହିଛନ୍ତି, ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି। କୋଭିଡ୍‌ କଟକଣା ଯୋଗୁ ହାପି ମୋମେଣ୍ଟ୍‌ସ ରିସର୍ଟକୁ ବନ୍ଦ କରାଯାଇଥିଲା। ପରେ କିଛି ମାସ ହେବ ସେଠାରେ ବିବାହ ଉତ୍ସବ କରାଯାଉଥିଲା। ହେଲେ ଶୁକ୍ରବାର ରାତିରେ ରେଭ୍‌ ପାର୍ଟି ଓ ମଦ ବେପାର ଚାଲିଥିବା ନେଇ ପାଟ୍ରୋଲିଂ ଟିମ୍‌ ଖବର ପାଇବା ପରେ ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରିଥିଲୁ। ଏହା ଏକ ବେଆଇନ କାମ। ମାଲିକ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ପଦକ୍ଷେପ ନେଇଛୁ। ଯଦି ଆଗାମୀ ଦିନରେ ଏଭଳି କାର୍ଯ୍ୟ କିଏ କରେ ତା’ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ହେଲେ ମିଳିଥିବା ସୂଚନାନୁସାରେ, ଗତ କିଛିଦିନ ହେବ ଏହି ରିସର୍ଟରେ ରେଭ୍‌ ପାର୍ଟି ଚାଲିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦେଶୀ ମଦ ସହ ଅନ୍ୟ ନିଶା କାରବାର ହେଉଥିଲା। ହେଲେ ପୋଲିସ ପୂର୍ବରୁ କିପରି ଜାଣିପାରିଲା ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri