Posted inଖେଳ

‘ସେ ଟଙ୍କା ନୁହେଁ, ଖେଳିବାକୁ ଚାହାନ୍ତି’

ମୁମ୍ବାଇ,୨୮।୧: ଦୀପକ ହୁଡା ଟଙ୍କା ନୁହେଁ, କ୍ରିକେଟ ଖେଳିବାକୁ ଭଲ ପାଆନ୍ତି। ଯେମିତି ଚକୋଲେଟ୍‌ ପ୍ରତି ଲୋକଙ୍କ ଭଲ ପାଇବା ଥାଏ, ଠିକ୍‌ ସେମିତି ସେ ଫିଲ୍ଡରେ ରହିବାକୁ ଭଲ ପାଆନ୍ତି। ୨୬ ବର୍ଷୀୟ ଅଲରାଉଣ୍ଡରଙ୍କ ସମ୍ପର୍କରେ ଏଭଳି କହିଛନ୍ତି ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ। ହୁଡାଙ୍କୁ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ମିଳିଛି। ବରୋଦା ଖେଳାଳିଙ୍କୁ ଏଥି ପୂର୍ବରୁ ୨୦୧୭ରେ ଜାତୀୟ ଦଳରୁ ଡକରା ଆସିଥିଲା। ହେଲେ ଖେଳିବାକୁ ସୁଯୋଗ ପାଇ ନ ଥିଲେ।

ଗତ ବର୍ଷକ ମଧ୍ୟରେ ହୁଡାଙ୍କ ଜୀବନ ସମସ୍ୟାରେ ଭରି ରହିଥିଲା। ୨୦୨୦-୨୧ରେ ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଯୁକ୍ତିତର୍କ ପରେ ବରୋଦା ଦଳର ହୋଟେଲ ଛାଡ଼ି ଚାଲି ଆସିଥିଲେ ହୁଡା। ସାଧାରଣତଃ ଖେଳାଳିମାନେ ନିଜ ରାଜ୍ୟ ବୋର୍ଡରୁ ଅଲଗା ହେବା ପରେ ଘରୋଇ କ୍ରିକେଟରେ ଛୋଟ ଦଳକୁ ଯାଆନ୍ତି। ଯାହାଫଳରେ ସେମାନଙ୍କୁ ମ୍ୟାଚ୍‌ ଫି’ରୁ ଅଧିକ ଟଙ୍କା ମିଳିବ। କିନ୍ତୁ ଦୀପକ ପେଶାଦାର କ୍ରିକେଟ ପାଇଁ ରାଜସ୍ଥାନ ଦଳ ସହ ଯୋଡ଼ି ହୋଇଥିଲେ। ଏଥି ଲାଗି ଆରସିଏକୁ ଅତିରିକ୍ତ ଟଙ୍କା ମାଗି ନ ଥିଲେ। ଯାହାକି ଉଭୟ ପକ୍ଷଙ୍କୁ ସୁହାଇ ଥିଲା।

“ସେ କ୍ରିକେଟ ଖେଳିବାକୁ ଚାହାନ୍ତି। ସାଧାରଣତଃ ପେଶାଦାର କ୍ରିକେଟର ଟଙ୍କା ବାଛନ୍ତି। କିନ୍ତୁ ସେ ସେଭଳି କିଛି ଦାବି କରି ନ ଥିଲେ। ସେ କେଉଁ ଭଳି ପରିସ୍ଥିତିରେ ଆମ ପାଖକୁ ଆସିଥିଲେ ଆମକୁ ଜଣାଥିଲା। ଆମକୁ ତାଙ୍କ ଭଳି ଜଣେ ବ୍ୟାଟିଂ ଅଲରାଉଣ୍ଡରଙ୍କ ଆବଶ୍ୟକତା ଥିଲା, ଯିଏକି ସ୍ଥାନୀୟ ଯୁବ ଖେଳାଳିଙ୍କୁ ଗାଇଡ୍‌ କରିପାରିବ। ସେ ଭଲ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ପାଇଥିବାରୁ ଆମେ ଗର୍ବିତ” ବୋଲି ଆର୍‌ସିଏ ସମ୍ପାଦକ ମହେନ୍ଦ୍ର ଶର୍ମା କହିଛନ୍ତି।

ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟରଙ୍କ ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ଥିଲେ। ୨୦୧୩ରେ ଇର୍ଫାନ ପଠାନ ବରୋଦା ଦଳର ମେଣ୍ଟର ଥିବା ବେଳେ କ୍ୟାରିୟର ଆରମ୍ଭ କରିଥିଲେ ଦୀପକ ହୁଡା।

“ଏହା ସତ କଥା। ଅନେକ ଦଳ ତାଙ୍କୁ ଚାହୁଁ ଥିଲେ। ସେ ଟଙ୍କାକୁ ଖାତିର କରନ୍ତି ନାହିଁ। ସେ କେବଳ ଖେଳିବାକୁ ଚାହାନ୍ତି। ତାଙ୍କ ନିଷ୍ପତ୍ତି ଆରସିଏର ଅଧିକାରୀଙ୍କୁ ଚକିତ କରି ଦେଇଥିଲା। ସେ ଟଙ୍କା କଥା ଉଠାଇ ନ ଥିଲେ” ବୋଲି ଇର୍ଫାନ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri