କନଷ୍ଟେବଳଙ୍କ ଉପରକୁ ଗରମ ପାଣି ପକାଇଲେ ହାବିଲଦାର, ପରେ…

ବାରିପଦା,୨୬ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଛୋଟପିଲା ମାରପିଟ୍‌ ହେଉଥିବା ଆପଣ ଦେଖିଥିବେ। ମାତ୍ର ଉଚ୍ଚପଦସ୍ଥ କର୍ମଚାରୀଙ୍କ ଏଭଳି ଆଚରଣ ଆପଣ କେବେ ଶୁଣି ନ ଥିବେ କି ଦେଖି ନଥିବେ । ମାରପିଟ ତ ଛାଡ଼ ସିଧା ଗରମ ପାଣି ଉପରେ କଥା। ଅଗ୍ନିଶମ କନଷ୍ଟେବଳଙ୍କ ଉପରେ ଗରମ ପାଣି ଫିଙ୍ଗଛନ୍ତି ହାବିଲଦାର। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ। ବିଳମ୍ବରେ କାର୍ଯ୍ୟାଳୟରେ ପହଞ୍ଚିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ହାବିଲଦାର ଜଣଙ୍କ କନଷ୍ଟେବ ଦୁଷ୍ମନ୍ତ କୁନାର ଦେହୁରୀଳଙ୍କ ଉପରକୁ ଗରମ ପାଣି ପକାଇଥିଲେ।

ସୂଚନାଯୋଗ୍ୟ, ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟାରତ ଆଗ୍ନିକ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ଗତ ରବିବାର ବିଳମ୍ବିତ ସମୟରେ କାର୍ଯଳୟ ପରିସରରେ ପହଞ୍ଚିଥିଲେ । ଏଥିନେଇ ସେଠାରେ କାର୍ଯରତ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳିଗୁଲଜ କରିଥିଲେ । ତେବେ ଏଥିରେ ତାଙ୍କ ରାଗ ଶାନ୍ତ ନହେବାରୁ ଫୁଟିଥିବା ଥ‌ିବା ଗରମ ପାଣି ଆଣି ସେ ଦୁଷ୍ମନ୍ତ ଉପରକୁ ଛାଟି ଦେଇଥିଲେ । ଫଳରେ ତାଙ୍କର ଦୁଇ ଜଂଘ ଏବଂ ଗୋଡରେ ଗରମ ପାଣି ପଡିବାରୁ ସେ ଗୁରୁତର ଆହାତ ହୋଇଥିଲେ । ରାତିରେ ଘଟଣା ଘଟିଥିଲେ ମଧ୍ୟ ତାଙ୍କୁ ସକାଳୁ ସାଥି‌ କର୍ମଚାରୀ ମାନେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ପଠାଇ ଦିଆ ଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?