ଭୋଗିବାକୁ ପଡ଼ିବ

ଆକାର ପଟେଲ

୨୦୧୪ର ଠିକ୍‌ ପୂର୍ବରୁ ଭାରତର ଲବ୍ଧପ୍ରତିଷ୍ଠ ଦୁଇଜଣ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ସାଧାରଣରେ ଏକ ବିତର୍କିତ ବିବାଦ ଦେଖିତ୍ବାକୁ ମିଳିଥିଲା। ସେମାନେ ବିଦ୍ୱାନ ଥିବା ହେତୁ ସେମାନଙ୍କ ଭାଷାରେ ପ୍ରାୟତଃ ଶିଷ୍ଟତା ରହିଥିଲା, କିନ୍ତୁ ମତଭେଦ ସାମାନ୍ୟ ନ ଥିଲା। ଗୁଜରାଟ ମଡେଲକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତି ଚାଲିଥିତ୍ଲା। ନରେନ୍ଦ୍ର ମୋଦିଙ୍କ ସପକ୍ଷ ନେଇଥିଲେ ଜଗଦୀଶ ଭଗବତୀ ଏବଂ ଅମର୍ତ୍ତ୍ୟ ସେନ୍‌ ଏହାର ବିପରୀତ ପକ୍ଷ ରଖିଥିଲେ। ଭଗବତୀ ସୋସିଆଲ ସ୍ପେଣ୍ଡିଂ ବା ସାମାଜିକ ବ୍ୟୟ ଠାରୁ ଅର୍ଥନୈତିକ ଅଭିବୃଦ୍ଧିକୁ ବେଶି ପ୍ରାଧାନ୍ୟ ଦେଇଥିଲେ। କିନ୍ତୁ ସାମାଜିକ ବ୍ୟୟ ବିନା ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ନୁହେଁ ବୋଲି ସେନ୍‌ ଯୁକ୍ତି ବାଢ଼ିଥିଲେ। ଉଭୟ ପକ୍ଷର ଯୁକ୍ତି ଥିଲା ନ୍ୟାୟସଙ୍ଗତ, କିନ୍ତୁ ସେନ୍‌ ଉପସ୍ଥାପନ କରିଥିବା ଏକ ପ୍ରଶ୍ନର ଉତ୍ତର ନ ଥିଲା। ଏମିତି ଏକ ଦେଶ ନାମ କେହି କହିପାରିବେ, ଯାହା ସ୍ବାସ୍ଥ୍ୟ ଏବଂ ସୁଶିକ୍ଷିତ ଜନଗଣଙ୍କ ବିନା ହାସଲ କରିପାରିଛି? ଏହାର ଉତ୍ତର ଥିଲା ନା। ଲୋକଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ନିବେଶକୁ ଅଣଦେଖା କରି ବିଶ୍ୱର କୌଣସି ଦେଶ ବିକଶିତ ହୋଇପାରିନାହିଁ। ସାମାଜିକ ବ୍ୟୟ ହିଁ ଅଭିବୃଦ୍ଧିକୁ ବାଟ କଢ଼ାଇ ନିଏ। ଏହା ବ୍ୟତୀତ ଆଉ କୌଣସି ବାଟ ନାହିଁ। ଜନସଂଖ୍ୟାର ଏକ ସିଂହଭାଗ ଶିକ୍ଷିତ, ସୁସ୍ଥ ହୋଇ ନ ଥିଲେ କେବଳ ଶିଳ୍ପପତିମାନେ ଦେଶର ବିକାଶ ପାଇଁ ସବୁ କାମ କରିପାରିବେ ବୋଲି ତୁମେ ଆଶା କରିିବା ବୃଥା। ଏ କ୍ଷେତ୍ରରେ ଦେଶର ତଥା ସରକାରଙ୍କର ଏକ ପ୍ରମୁଖ ଦାୟିତ୍ୱ ରହିଛି। ଭଗବତୀଙ୍କ ମତରେ ଗୁଜରାଟ ମଡେଲ ବିଶ୍ୱାସ କରେ ଯେ, ସରକାର ଯଦି ଶିଳ୍ପପତିମାନଙ୍କୁ ସବ୍‌ସିଡି, ଇଜି ଅଫ୍‌ ଡୁଇଂ, ଶ୍ରମିକ ସଂଘ ସଂକ୍ରାନ୍ତୀୟ ସ୍ବାଧୀନତା ଦେବା ସହ ଭାଇବ୍ରାଣ୍ଟ୍‌ ଗୁଜରାଟ ମେଳାମାନ ଆୟୋଜନ କରିବାରେ ସହଯୋଗ କରନ୍ତି ତେବେ ବିକାଶ ସମ୍ଭବ ହୋଇପାରିବ। ଦୀର୍ଘଦିନ ଧରି ଗୁଜରାଟ ମଡେଲରେ ଯଦି ଏହା କରାଯାଏ ତେବେ ସାଧାରଣ ଲୋକେ ଏହାର ଲାଭ ପାଇବେ। କାରଣ ଏହା ଏମିତି ଏକ ପ୍ରକାର ବିଜ୍‌ନେସ, ଯାହା ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିଥାଏ। ଅପରପକ୍ଷେ ସେନ୍‌ ମଡେଲ ବିଶ୍ୱାସ କରେ ଯେ, ଦେଶର ଉଭୟ ଶିକ୍ଷିତ ଏବଂ ସୁସ୍ଥ ଲୋକମାନେ ଅର୍ଥନୈତିକ ସମୃଦ୍ଧି ହାସଲ କରିବାର ଏକ ଉତ୍ତମ ମାଧ୍ୟମ। ସରକାରଙ୍କ ପାଖରେ ବାସ୍ତବରେ ଯେତେବେଳେ ଅର୍ଥନୈତିକ ଶକ୍ତି ନ ଥିଲା ସେତେବେଳେ ଏକ ସୁସ୍ଥ ଓ ଶିକ୍ଷିତ ଜନସଂଖ୍ୟା ସୃଷ୍ଟି କରିବା ତାଙ୍କ ପକ୍ଷେ ସମ୍ଭବ ଥିଲା। ତାହା ହୋଇପାରିଲା ନାହିଁ। କିନ୍ତୁ ଏଭଳି କରିବାରେ କ୍ୟୁବା ଏକ ଦୃଷ୍ଟାନ୍ତ। ଏହି କାରଣରୁ ଦେଶ ଏକ ମଜଭୁତ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ଗଢ଼ିବା ଏବଂ ଏହି କ୍ଷେତ୍ରଗୁଡ଼ିକରେ ଖର୍ଚ୍ଚ କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ସେନ୍‌ ଏମ୍‌ଜିଏନ୍‌ଆର୍‌ଇଜିଏ ଏବଂ ଖାଦ୍ୟ ଅଧିକାର ଭଳି ଯୋଜନାକୁ ସମର୍ଥନ କରିଥିଲେ। ମୋଦି କିନ୍ତୁ ଏମ୍‌ଜିଏନ୍‌ଆର୍‌ଇଜିଏକୁ ଏକ ସ୍ମାରକ ବୋଲି କହି ବିରୋଧ କରିଥିଲେ। ଚଳିତ ସପ୍ତାହରେ କଂଗ୍ରେସ ପାର୍ଟି କହିଲା ଯେ,ମୋଦିଙ୍କ ୧୨ ବର୍ଷ ଶାସନ ସମେତ ଭାଜପାର ୨୫ ବର୍ଷ ଶାସନ କାଳରେ ଗୁଜରାଟ ଗୋଟିଏ ହେଲେ ବି ସରକାରୀ ହସ୍ପିଟାଲ କରି ପାରି ନ ଥିଲା। ଭାଜପା କଂଗ୍ରେସର ଏଭଳି ଦାବିକୁ ଅସ୍ବୀକାର କରିନାହିଁ, ଅର୍ଥାତ୍‌ କଂଗ୍ରେସର ମନ୍ତବ୍ୟ ସତ ବୋଲି ବୁଝିବାକୁ ହେବ। ଗୁଜରାଟରେ ଅନେକ ଭାଇବ୍ରାଣ୍ଟ୍‌ ଗୁଜରାଟ ସମିଟ୍‌ ଆୟୋଜନ କରାଯାଇଥିତ୍ଲା। ଶେଷରେ ଏଥିରୁ ମିଳିଲା କ’ଣ? ସମିଟ୍‌ ସପକ୍ଷରେ ଆମେ ଯାହା କହିଲେ ବି ଏଥିରେ କିଛି ବିକାଶ ହୋଇନାହିଁ। ହଁ ଏହା ସତ ଯେ, କେତେଜଣ ଗୁଜରାଟୀ ଅତି ଧନୀ ହୋଇଛନ୍ତି। ଏପରି କି ୨୦୨୦ରେ ଭୟଙ୍କର ମହାମାରୀରେ ବହୁ ଲୋକ ଚାକିରି ହରାଇଥିତ୍ବାବେଳେ ଏମାନଙ୍କ ଧନକୁ ଏମାନେ ୩ ଗୁଣ ବଢ଼ାଇବାରେ ସକ୍ଷମ ହୋଇପାରିଛନ୍ତି। କିନ୍ତୁ ଏହାଦ୍ୱାରା ସଂଖ୍ୟାଧିତ୍କ ଲୋକ ଉପକୃତ ହୋଇ ନ ଥିତ୍ଲେ। ଗୁଜରାଟକୁ ଆସିଥିତ୍ବା ବୃହତ୍‌ ଶିଳ୍ପଗୁଡ଼ିକ ଅଧିତ୍କ ଲୋକଙ୍କୁୁ ନିଯୁକ୍ତି ଦେଲେ ନାହିଁ। ଏଥିତ୍ପାଇଁ ଦେଶର ସବୁଠୁ ପ୍ରଭାବଶାଳୀ ରାଜନୈତିକ ଗୋଷ୍ଠୀ କୁହାଯାଉଥିବା ପଟିିଦାରମାନେ ରାସ୍ତାକୁ ଓହ୍ଲାଇ ଚାକିରିରେ ସଂରକ୍ଷଣ ଦାବି କରିଥିଲେ।
ସେନ୍‌ ମଡେଲ କେବଳ ବ୍ୟୟ ଉପରେ ପର୍ଯ୍ୟବସିତ ନୁହେଁ, ଏହା ଦେଶ କୈନ୍ଦ୍ରିକ। ଏକ ସରକାର ବିଶ୍ୱାସ କରନ୍ତି ଯେ, ଏହାର ନାଗରିକମାନଙ୍କର ମଙ୍ଗଳ ସେମାନଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ଦ୍ୱାରା ଆକଳନ କରାଯାଇପାରିବ ଏବଂ ଏକ ନିର୍ଦ୍ଦିଷ୍ଟ ଉପାୟରେ ଏହାକୁ ଗତିଶୀଳ, ସଂଗଠିତ କରିହେବ। କିନ୍ତୁ ବୈଶ୍ୱିକ ମହାମାରୀ ପରେ ଏହା ଗୋଟିଏ ବର୍ଷରେ ହାସଲ କରିହେବ ନାହିଁ। କାରଣ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅମ୍ଳଜାନ କିମ୍ବା ଔଷଧ କି ବେଡ୍‌ ନାହିଁ। ଗୁଜରାଟ ମଡେଲ ଆଶା କରିଥିଲା, ସ୍ବାସ୍ଥ୍ୟ କ୍ଷେତ୍ର ଏକ ବିଜ୍‌ନେସ ଓ ଏହାର ଉପଭୋକ୍ତା ରହିଥିବା ଯୋଗୁ ଘରୋଇ ସେକ୍ଟର ଏହାର ଯତ୍ନ ନେବେ। ବିଶ୍ୱର ଅନ୍ୟ ସବୁ ଦେଶ ଏହା ହାସଲ କରିଥିତ୍ବାବେଳେ ଆମେ କିନ୍ତୁ ଏହା କରିପାରିନାହଁୁ। ଭଗବତୀଙ୍କ ଯୁକ୍ତି ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ଏବେ କହିପାରିବା ନାହିଁ। କାରଣ, ସେ ଚାରିପାଖର ପରିସ୍ଥିତିକୁ ନିରୀକ୍ଷଣ କରିଥିତ୍ଲେ ଓ ଆମେ ଏବେ ତାହା ଜାଣିପାରିବା। ଭାରତ ଏବେ ଭୋଗୁଛି ଏବଂ ଶାସକ ଦଳ ନିଜକୁ ଆତ୍ମରକ୍ଷା କରିବା ମୁଡ୍‌ରେ ରହିଛି। ସତ ହେଉଛି, ଯଦି ଏହି ଭାଇରସର ଘାତକ ବୃଦ୍ଧି ବନ୍ଦ ହୋଇଯିବ ତେବେ ଏହି ଲହର ଆପଣାଛାଏଁ ଚାଲିଯିବ। ସରକାରଙ୍କ ପଦକ୍ଷେପ ଏତେ ଦୁର୍ବଳ ଓ ଏବେ ଅବ୍ୟବସ୍ଥିତ ଯେ, ଏହା ଆମକୁ ବଞ୍ଚାଇବା ପାଇଁ କୌଣସି ଉଲ୍ଲେଖନୀୟ କାର୍ଯ୍ୟ କରିପାରିବେ ନାହିଁ। ଆମକୁ ହିଁ ପରିଣାମ ଭୋଗିବାକୁ ପଡ଼ିବ, ଏହା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।
ପଶ୍ଚିମବଙ୍ଗରେ ଅଚାନକ ନିର୍ବାଚନ ର଼୍ୟାଲି ବନ୍ଦ କରିବା ପରେ ମୋଦି ଲୋକଲୋଚନରୁ ଦୂରେଇ ରହିବାର ଏହା ହିଁ କାରଣ। କରୋନାଜନିତ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମୋଦି ଏବଂ କେଜରିଓ୍ବାଲଙ୍କ ମଧ୍ୟରେ ଆଲୋଚନା ହୋଇଥିତ୍ତ୍ଲା। ଏହାକୁ କେଜରିଓ୍ବାଲା ଆମମାନଙ୍କୁ ଦେଖାଇ ପ୍ରୋଟୋକଲ ଉଲ୍ଲଂଘନ କରିବା ମୋଦିଙ୍କ କ୍ରୋଧର କାରଣ ନ ଥିଲା ବରଂ ପ୍ରକୃତ ସତ ପଦାକୁ ଆସିଲା ଏବଂ ଏହା ଲଜ୍ଜାଜନକ ଥିବାରୁ ସେ କ୍ରୋଧ ପ୍ରକାଶ କଲେ। ସଙ୍କଟ ସମୟରେ ଆମେ ପ୍ରକୃତ ସମସ୍ୟା ଓ ସତଠାରୁ ଦୂରେଇ ଯିବାକୁ ପସନ୍ଦ କରୁଛୁ। ଏହି ସମୟରେ ସରକାର ଯାହା କରିବା ଉଚିତ ଥିଲା ତାହା କରିନାହାନ୍ତି ବୋଲି ପ୍ରମାଣିତ ହୋଇଯାଇଛି ଓ ତାହାକୁ କୋଟି କୋଟି ଲୋକ ବିଶ୍ୱାସ କରୁଛନ୍ତି। ଭଗବତୀ ଏବଂ ସେନ୍‌ଙ୍କ ଡିବେଟ ସମ୍ପର୍କରେ ଆମକୁ ଆଉଥରେ ଏକ ଉଚିତ ଆଲୋଚନା କରି ମଧ୍ୟମ ଏବଂ ଦୀର୍ଘକାଳୀନ ଭିତ୍ତିରେ କ’ଣ କରିବାକୁ ହେବ ତାହା ସ୍ଥିର କରିବାକୁ ପଡ଼ିିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri