ହଟୁନି ଅଳିଆ, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୯।୪: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଶୀର୍ଷ ସ୍ଥାନ ହାସଲ ଲାଗି ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସ୍ବଚ୍ଛ ଭାରତ ସୁସ୍ଥ ଭାରତ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବଚ୍ଛତାର ପୋଷ୍ଟର, ଓ୍ବାଲ୍‌ ପେଣ୍ଟିଂ କରାଯାଇଛି। ରାସ୍ତାରେ ଅଳିଆ ପଡ଼ିବ ନାହିଁ। ସ୍ବଚ୍ଛସାଥୀମାନେ ଘର ଘର ବୁଲି ଅଳିଆ ଉଠାଇବେ। ପ୍ରତ୍ୟେକ ଘରୁ ପୃଥକ୍‌ ଭାବେ ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରିବେ। ଏନେଇ ପୌର ପ୍ରଶାସନ ପକ୍ଷରୁ ସ୍ବଚ୍ଛସାଥୀ, ସାନିଟାଇଜ କର୍ମଚାରୀଙ୍କୁ ୩ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସହରରେ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯିବ। କୌଣସି ସ୍ଥାନରେ ଅଳିଆ ରହିବାକୁ ଦିଆଯିବନାହିଁ ବୋଲି ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡ଼ିରହୁଥିବା ଦେଖିବାକୁ ମିଳିଛି। ସାହି ଗଳିକନ୍ଦିରେ ଅଳିଆ ଜମାହୋଇ ପରିବେଶକୁ ପ୍ରଦୂଷିତ କରୁଛି। ଗୋରୁଗାଈ, କୁକୁର ଖାଦ୍ୟ ଲାଲସାରେ ଅଳିଆକୁ ଏଣେତେଣେ ପକାଉଛନ୍ତି। ଫଳରେ ଅଳିଆ ଜମାହୋଇ ରହୁଥିବା ସ୍ଥାନରେ ଆବର୍ଜନାମୟ ହୋଇ ରହୁଛି। ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାକରେ କପଡ଼ା ନ ଦେଲେ ଯାଇ ହେଉ ନ ଥିବା କହୁଛନ୍ତି। ଫଳରେ ସ୍ବଚ୍ଛତା ପାଇଁ ଲକ୍ଷାଧିକ ଟଙ୍କା ଅର୍ଥଶ୍ରାଦ୍ଧ ହେଉଛି। ସ୍ବଚ୍ଛ ଖୋର୍ଦ୍ଧା ସୁସ୍ଥ ଖୋର୍ଦ୍ଧା ପ୍ରହସନ ପାଲଟିଛି।
ସେହିପରି ଗଳିକନ୍ଦି ରାସ୍ତା ଖାଲଖମାରେ ପରିଣତ ହୋଇଛି। ବର୍ଷ ବର୍ଷ ଧରି ଏହାକୁ ମରାମତି କରାଯାଉନାହିଁ। ବର୍ଷା ହେଲେ ରାସ୍ତାରେ ଯାତାୟାତ କରିବାରେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ସହରର ଟ୍ରାଫିକ୍‌ ଛକଠାରୁ ପୁରୁଣା ବସ୍‌ଷ୍ଟାଣ୍ଡ ଏବଂ ବାଳିକା ସ୍କୁଲ ଭିତର ଦେଇ ଯାଇଥିବା ଡ୍ରେନ୍‌ ପୋତି ହୋଇଥିବା ବେଳେ ପୁରୁଣା ବସ୍‌ଷ୍ଟାଣ୍ଡରେ ଡ୍ରେନ୍‌ ନାହିଁ। ମାର୍‌ଓ୍ବାଡି ପଟିଠାରୁ ଗୋଡ଼ି ପୋଖରୀ ପର୍ଯ୍ୟନ୍ତ ଡ୍ରେନ୍‌ ପୋତି ହୋଇଗଲାଣି। ଡାକ୍ତରସ୍‌ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଉପରସାହି, ବରୁଣେଇ ସାହି, ଖ୍ରୀଷ୍ଟିୟାନ ସାହି, ରାଧାବଲ୍ଲଭ ସାହି ଆଦି ଡ୍ରେନ୍‌ ମଧ୍ୟ ପୋତି ହୋଇଗଲାଣି। ଅନେକ ସ୍ଥାନରେ ଡ୍ରେନ୍‌ ମରାମତି ନ ହେବାରୁ ତାହା ଭୁଶୁଡ଼ିଗଲାଣି। ଡ୍ରେନ୍‌ଗୁଡ଼ିକର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ରହିଛି। ଅନ୍ୟପଟେ ଡ୍ରେନ୍‌ ସଫେଇ ନ ହେବାରୁ ମଶାଙ୍କ ପ୍ରାଦୁର୍ଭାବ ବଢୁଛି। ସାହି, ଗ2ିକନ୍ଦିରେ ଚାଲିଲା ବେଳେ ରାସ୍ତାରେ ମଶା କାମୁଡ଼ୁଛନ୍ତି ବୋଲି ସାମାଜିକ କର୍ମୀ ବସନ୍ତ ଦାସ କହିଛନ୍ତି।
ପ୍ରକାଶ ଯେ, ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ସେଥିରୁ ୨୦ଟି ଓ୍ବାର୍ଡ ଘରୋଇକରଣ କରାଯାଇଛି। ଏଥିଲାଗି ମାସକୁ ଲକ୍ଷାଧିକ ଟଙ୍କା ପୌର ପ୍ରଶାସନ ପକ୍ଷରୁ ପଇଠ କରାଯାଉଛି। ଠିକାସଂସ୍ଥା ଦ୍ୱାରା ଅଳିଆ ଉଠୁଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ସହରର ମୁଖ୍ୟରାସ୍ତାକୁ ବାଦ୍‌ଦେଲେ ଗଳିକନ୍ଦିରେ ଅଳିଆ ଆବଜର୍ନା ଗଦାହୋଇ ରହୁଛି। ସ୍ବଚ୍ଛତା ଆଳରେ ଘରୋଇ ଠିକାସଂସ୍ଥାକୁ ପୋଷାଚାଲିଛି ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଅଳିଆ ଉଠୁଛି କି ନାହିଁ, କେଉଁ ସ୍ଥାନରୁ ଅଳିଆ ଉଠାଯାଉଛି ତାହାର ଖବର ପ୍ରଶାସନ ପକ୍ଷରୁ ରଖାଯାଉନାହିଁ। ଫଳରେ ଠିକାସଂସ୍ଥା କେବଳ ସହର ମୁଖ୍ୟରାସ୍ତାକୁ ଛାଡ଼ି ସାହି ଗଳିକନ୍ଦିରେ ପଡୁଥିବା ଅଳିଆ ସମ୍ପୂର୍ଣ୍ଣ ଉଠାଇବା ପ୍ରତି ଗୁରୁତ୍ୱ ଦେଉ ନ ଥିବା ସାହିବାସିନ୍ଦା କହିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ପୌର ଉପାଧ୍ୟକ୍ଷ ସୌର୍ଯ୍ୟରଞ୍ଜନ ମହାନ୍ତି କୁହନ୍ତି, ପରିମଳ, ରାସ୍ତାଘାଟ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯିବ। ନିର୍ମାଣାଧୀନ ପ୍ରକଳ୍ପ କାମ ତୁରନ୍ତ ସାରିବାକୁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri