୨ ଦଶନ୍ଧିରେ ୮ ବିଜେଡି ବିଧାୟକଙ୍କ ହ୍ୟାଟ୍ରିକ୍‌

ବ୍ରହ୍ମପୁର ଅଫିସ,୨୩।୧୦: ୨୦୦୦ରୁ ୨୦୧୯ ମସିହା ମଧ୍ୟରେ ୫ ବିଧାନସଭା ନିର୍ବାଚନ ହୋଇଛି। ଏହି ସମୟ ଭିତରେ ଗଞ୍ଜାମରୁ ୮ ବିଜେଡି ବିଧାୟକ ଲଗାତର ନିର୍ବାଚିତ ହୋଇ ହ୍ୟାଟ୍ରିକ୍‌ କରିଛନ୍ତି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ଆସନରୁ ବିପୁଳ ଭୋଟରେ ୫ ଥର ଜିତି ୫ମ ପାଳି ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। କେବଳ ରାଜନୀତି ନୁହେଁ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି।
ବର୍ତ୍ତମାନର ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ୨୦୦୦ରୁ ୧୯ ନିର୍ବାଚନ ମଧ୍ୟରେ ୫ଥର ଜିତିଛନ୍ତି। ବିଜେଡି ଗଠନ ପୂର୍ବରୁ ସେ ୧୯୯୫ ନିର୍ବାଚନରେ ସେହି ଆସନରୁ ପ୍ରଥମେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ଲଗାତର ୬ ଥର ବିଧାୟକ ଆରୁଖ ଶାସକ ଦଳ ମୁଖ୍ୟ ସଚେତକ ଏବଂ ୨୦୦୯ରୁ କ୍ରମାନ୍ବୟରେ ୩ ଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସଫଳତାର ସହ ସମ୍ଭାଳିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ବାଚସ୍ପତି ହୋଇଛନ୍ତି।
ସେହିପରି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦ରୁ ୨୦୧୯ ଭିତରେ ହୋଇଥିବା ୭ ନିର୍ବାଚନରେ ପୂର୍ବ ମୋହନା ଓ ବର୍ତ୍ତମାନର ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ଲଗାତର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୯୦ ଓ ୯୫ ନିର୍ବାଚନରେ ସେ ଜନତା ଦଳରୁ ମୋହନା ଆସନରୁ ଜିତିଥିଲେ। ୨୦୦୦ ଓ ୨୦୦୪ ନିର୍ବାଚନରେ ସେହି ଆସନରୁ ବିଜେଡିରୁ ଏବଂ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଦିଗପହଣ୍ଡି କ୍ଷେତ୍ରରୁ ବିଜେଡି ବିଧାୟକ ହୋଇଛନ୍ତି। ପାତ୍ର ଡବଲ ହ୍ୟାଟ୍ରିକ୍‌ କରିଛନ୍ତି। ଏବେ ନଗର ଉନ୍ନୟନ ମନ୍ତ୍ରୀ ଥିବା ଉଷା ଦେବୀ ୨୦୦୦ରୁ ୧୯ ମଧ୍ୟରେ ଚିକିଟି ବିଧାନସଭା କ୍ଷେତ୍ରରୁ ଲଗାତର ୫ ଥର ଜିତି ହ୍ୟାଟ୍ରିକ୍‌ କରିଛନ୍ତି। ସେ ୧୯୯୦ ନିର୍ବାଚନରେ ପ୍ରଥମେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ୩ ଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୨୦୦୯ରୁ ୧୯ ମଧ୍ୟରେ ଲଗାତର ବିଜେଡିରୁ ନିର୍ବାଚିତ ହୋଇ ହ୍ୟାଟ୍ରିକ୍‌ କରିଛନ୍ତି। ପାଣିଗ୍ରାହୀ ପ୍ରାୟ ଦୁଇ ବର୍ଷ ହେବ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ଅପରପକ୍ଷରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ୨୦୦୯ରୁ ୧୯ ମଧ୍ୟରେ ୩ ଥର ବିଜେଡି ବିଧାୟକ ହୋଇ ହ୍ୟାଟ୍ରିକ୍‌ କରିଛନ୍ତି। ପୂର୍ବତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୨୦୦୦ରୁ ୧୪ ନିର୍ବାଚନ ମଧ୍ୟରେ ଲଗାତର ଜିତି ହ୍ୟାଟ୍ରିକ କରିଥିଲେ। ୯୫ ନିର୍ବାଚନରେ ସେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ।
ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓ ୨୦୦୦ରୁ ୨୦୧୪ ମଧ୍ୟରେ ବିଜେଡିରୁ ଲଗାତର ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ଆସନରୁ ନିର୍ବାଚିତ ହୋଇଥିଲେ। ସେ ଏହା ପୂର୍ବରୁ ଖଲ୍ଲିକୋଟରୁ ବିଭିନ୍ନ ଦଳରୁ ୫ ଥର ବିିଧାୟିକା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri