୨ ଦଶନ୍ଧିରେ ୮ ବିଜେଡି ବିଧାୟକଙ୍କ ହ୍ୟାଟ୍ରିକ୍‌

ବ୍ରହ୍ମପୁର ଅଫିସ,୨୩।୧୦: ୨୦୦୦ରୁ ୨୦୧୯ ମସିହା ମଧ୍ୟରେ ୫ ବିଧାନସଭା ନିର୍ବାଚନ ହୋଇଛି। ଏହି ସମୟ ଭିତରେ ଗଞ୍ଜାମରୁ ୮ ବିଜେଡି ବିଧାୟକ ଲଗାତର ନିର୍ବାଚିତ ହୋଇ ହ୍ୟାଟ୍ରିକ୍‌ କରିଛନ୍ତି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ଆସନରୁ ବିପୁଳ ଭୋଟରେ ୫ ଥର ଜିତି ୫ମ ପାଳି ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। କେବଳ ରାଜନୀତି ନୁହେଁ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି।
ବର୍ତ୍ତମାନର ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ୨୦୦୦ରୁ ୧୯ ନିର୍ବାଚନ ମଧ୍ୟରେ ୫ଥର ଜିତିଛନ୍ତି। ବିଜେଡି ଗଠନ ପୂର୍ବରୁ ସେ ୧୯୯୫ ନିର୍ବାଚନରେ ସେହି ଆସନରୁ ପ୍ରଥମେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ଲଗାତର ୬ ଥର ବିଧାୟକ ଆରୁଖ ଶାସକ ଦଳ ମୁଖ୍ୟ ସଚେତକ ଏବଂ ୨୦୦୯ରୁ କ୍ରମାନ୍ବୟରେ ୩ ଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସଫଳତାର ସହ ସମ୍ଭାଳିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ବାଚସ୍ପତି ହୋଇଛନ୍ତି।
ସେହିପରି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦ରୁ ୨୦୧୯ ଭିତରେ ହୋଇଥିବା ୭ ନିର୍ବାଚନରେ ପୂର୍ବ ମୋହନା ଓ ବର୍ତ୍ତମାନର ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ଲଗାତର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୯୦ ଓ ୯୫ ନିର୍ବାଚନରେ ସେ ଜନତା ଦଳରୁ ମୋହନା ଆସନରୁ ଜିତିଥିଲେ। ୨୦୦୦ ଓ ୨୦୦୪ ନିର୍ବାଚନରେ ସେହି ଆସନରୁ ବିଜେଡିରୁ ଏବଂ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଦିଗପହଣ୍ଡି କ୍ଷେତ୍ରରୁ ବିଜେଡି ବିଧାୟକ ହୋଇଛନ୍ତି। ପାତ୍ର ଡବଲ ହ୍ୟାଟ୍ରିକ୍‌ କରିଛନ୍ତି। ଏବେ ନଗର ଉନ୍ନୟନ ମନ୍ତ୍ରୀ ଥିବା ଉଷା ଦେବୀ ୨୦୦୦ରୁ ୧୯ ମଧ୍ୟରେ ଚିକିଟି ବିଧାନସଭା କ୍ଷେତ୍ରରୁ ଲଗାତର ୫ ଥର ଜିତି ହ୍ୟାଟ୍ରିକ୍‌ କରିଛନ୍ତି। ସେ ୧୯୯୦ ନିର୍ବାଚନରେ ପ୍ରଥମେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ୩ ଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୨୦୦୯ରୁ ୧୯ ମଧ୍ୟରେ ଲଗାତର ବିଜେଡିରୁ ନିର୍ବାଚିତ ହୋଇ ହ୍ୟାଟ୍ରିକ୍‌ କରିଛନ୍ତି। ପାଣିଗ୍ରାହୀ ପ୍ରାୟ ଦୁଇ ବର୍ଷ ହେବ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ଅପରପକ୍ଷରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ୨୦୦୯ରୁ ୧୯ ମଧ୍ୟରେ ୩ ଥର ବିଜେଡି ବିଧାୟକ ହୋଇ ହ୍ୟାଟ୍ରିକ୍‌ କରିଛନ୍ତି। ପୂର୍ବତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୨୦୦୦ରୁ ୧୪ ନିର୍ବାଚନ ମଧ୍ୟରେ ଲଗାତର ଜିତି ହ୍ୟାଟ୍ରିକ କରିଥିଲେ। ୯୫ ନିର୍ବାଚନରେ ସେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ।
ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓ ୨୦୦୦ରୁ ୨୦୧୪ ମଧ୍ୟରେ ବିଜେଡିରୁ ଲଗାତର ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ଆସନରୁ ନିର୍ବାଚିତ ହୋଇଥିଲେ। ସେ ଏହା ପୂର୍ବରୁ ଖଲ୍ଲିକୋଟରୁ ବିଭିନ୍ନ ଦଳରୁ ୫ ଥର ବିିଧାୟିକା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri