ଘୃଣା ଡାକିଆଣେ ଘୃଣା

କରୋନା ମହାମାରୀ ଯୋଗୁ ଦୁଇବର୍ଷ ହେବ ଶାରଦୀୟ ଦୁର୍ଗାପୂଜା ହୋଇପାରୁ ନ ଥିଲା। ଭାରତରେ ଏହି ପୂଜା ଲାଗି ପ୍ରସିଦ୍ଧି ଅର୍ଜନ କରିଥିବା କୋଲକାତା ସମେତ ଦେଶସାରା ଏବେ ଏହା ଜାକଜମକରେ ପାଳିତ ହେଉଛି। କିନ୍ତୁ ଏଥର କୋଲକାତାରେ ଅଲ୍‌ ଇଣ୍ଡିଆ ହିନ୍ଦୁ ମହାସଭା ଦ୍ୱାରା ଆୟୋଜିତ ଏକ ପୂଜା ମଣ୍ଡପରେ ଧୋତିପିନ୍ଧା ଜଣେ ଲଣ୍ଡିତ ମସ୍ତକ ବ୍ୟକ୍ତି ହାତରେ ବାଡ଼ି ଧରିଥିବା ଓ ତାଙ୍କୁ ମା’ ଦୁର୍ଗା ବଧ କରୁଥିବାର ଦୃଶ୍ୟ ପ୍ରତିଫଳିତ ହୋଇଛି। ମେଢ଼ ମଧ୍ୟରେ ମହାତ୍ମା ଗାନ୍ଧୀଙ୍କ ପରି ଦେଖାଯାଉଥିବା ସେହି ଚିତ୍ରକୁ ନେଇ ଏବେ ବିବାଦ ଉପୁଜିଛି। ସବୁ ରାଜନୈତିକ ଦଳ ଓ ଦେଖଣାହାରୀ ଗାନ୍ଧିଜୀଙ୍କ ପ୍ରତି ଏପରି ଅସମ୍ମାନକୁ ନିନ୍ଦା କରୁଛନ୍ତି। ଅନ୍ୟପକ୍ଷରେ ହିନ୍ଦୁ ମହାସଭା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ତାହା ସଂଯୋଗବଶତଃ ହୋଇଯାଇଛି। ତଥାପି ଆୟୋଜନକାରୀ କହିଛନ୍ତି, ଦେଶର ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକାକୁ ସମାଲୋଚନା କରାଯିବା ଉଚିତ। ଏଥିରୁ ବୁଝିବାକୁ ହେବ ଯେ ହିନ୍ଦୁ ମହାସଭା ଜାଣିଶୁଣି ଗାନ୍ଧୀଙ୍କୁ ଏଭଳି ଚିତ୍ରଣ କରିବାକୁ ଚେଷ୍ଟା କରିଛି। ତୃଣମୂଳ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ କହିଛନ୍ତି, ଏଭଳି ଅଶିଷ୍ଟତା ପ୍ରଦର୍ଶନ ଭାଜପାର ବାସ୍ତବ ଛବିକୁ ଦର୍ଶାଉଛି। ଘୋଷଙ୍କ ଆକ୍ଷେପ ଏକ ରାଜନୈତିକ ଅଭିବ୍ୟକ୍ତି ହୋଇପାରେ। କିନ୍ତୁ ରାଜନୈତିକ ପରିମଣ୍ଡଳରେ ଏହା ଜଣାଶୁଣା ଯେ ହିନ୍ଦୁ ମହାସଭା ସହ ଭାଜପାର ସମ୍ପର୍କ ଉତ୍ତମ। ଯଦିଓ ଭାଜପା ପକ୍ଷରୁ କୋଲକାତାର ସେହି ମଣ୍ଡପର ଦୃଶ୍ୟକୁ ସମାଲୋଚନା କରାଯାଇଛି, ତଥାପି ସମ୍ପୃକ୍ତ ଦଳର ଶାସକମାନଙ୍କ ଗାନ୍ଧୀଙ୍କ ପ୍ରତି ଥିବା ଅସୂୟାଭାବ ବହୁପୂର୍ବରୁ ପରୀକ୍ଷିତ ହୋଇଛି।
ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ୍‌ ଏକଦା ଗାନ୍ଧୀଙ୍କ ବିଷୟରେ କହିଥିଲେ ଯେ, ଏଭଳି ଜଣେ ବ୍ୟକ୍ତି ପୃଥିବୀପୃଷ୍ଠରେ ବିଚରଣ କରୁଥିଲେ ବୋଲି ପରବର୍ତ୍ତୀ ପିଢ଼ି କମ୍‌ ବିଶ୍ୱାସ କରିବେ। ହେଲେ ଆଜି ଗାନ୍ଧୀଙ୍କ ଦେଶରେ ତାଙ୍କ ଚରିତ୍ରକୁ ତିରସ୍କାର କରାଯାଉଛି। ଯେଉଁମାନେ ତାଙ୍କୁ ଘୃଣା କରୁଛନ୍ତି ଓ ସ୍ବାଧୀନତା ସଂଗ୍ରାମରେ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ମନେହେଉଛି ଯେପରି ସେମାନେ ନିଜ ଅତୀତକୁ ମଧ୍ୟ ଅସ୍ବୀକାର କରୁଛନ୍ତି। ଗାନ୍ଧୀ ସେତେବେଳର ସ୍ଥିତିକୁ ନେଇ ସର୍ବଜନଆଦୃତ ନିଷ୍ପତ୍ତି ନେଉଥିଲେ। ବର୍ତ୍ତମାନ ଯେଉଁମାନେ ଗାନ୍ଧୀଙ୍କୁ ସମାଲୋଚନା କରୁଛନ୍ତି, ସେମାନଙ୍କ ଗୋସିବାପା ଓ ଜେଜେବାପାମାନେ ତାଙ୍କ କଥାରେ ଏକମତ ହୋଇ ସଂଗ୍ରାମରେ ଝାସ ଦେଉଥିଲେ। ଏବେ ଭୋଟ ରାଜନୀତିରେ ମାତିଥିବା ଦଳ ଭିନ୍ନ ଭିନ୍ନ କାରଣ ଦର୍ଶାଇ ଗାନ୍ଧୀଙ୍କ ଅବଦାନ ଓ ଇତିହାସକୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି। ସେଥିରେ କାହାରି ଆପତ୍ତି ରହିବା ଉଚିତ ନୁହେଁ। ମନେରଖିବାକୁ ହେବ ଯେ, ଗଣତନ୍ତ୍ରରେ ଭିନ୍ନ ମତକୁ ସ୍ଥାନ ଓ ସମ୍ମାନ ଦେବା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିସହିତ ଏହା ମଧ୍ୟ କୁହାଯାଇପାରେ ଯେ ଗାନ୍ଧୀ ଜଣେ ମଣିଷ ଥିଲେ, ଯାହାଙ୍କର ଦୋଷତ୍ରୁଟିକୁ ମଧ୍ୟ ଖୁଣି ଦିଆଯାଇପାରେ। ତେବେ ଗାନ୍ଧୀ ଏବଂ ତାଙ୍କ ସହଯୋଗୀମାନେ ତାଙ୍କର ଜୀବନକାଳରେ ସେହି ସମୟର ପରିସ୍ଥିତିରୁ ନିଷ୍ପତ୍ତି ଓ ପଦକ୍ଷେପ ନେଇଥିବେ। ଆଜି ଆମେ ନିଜ ଜୀବନକୁ ଦେଖିଲେ ବୁଝିପାରୁଛୁ ଯେ, ଅନେକ ସମୟରେ ପୂର୍ବରୁ ନେଇଥିବା ନିଜ ନିଷ୍ପତ୍ତିକୁ ପରବର୍ତ୍ତୀ ସମୟରେ ନିଜ ମନରେ ସମାଲୋଚନା କରିଥାଉ। କୌଣସି ମଣିଷ ନିଜକୁ ସମ୍ପୂର୍ଣ୍ଣ ଭାବେ ନିର୍ଭୁଲ ଓ ତ୍ରୁଟିହୀନ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା ହେବ। ଢଗ ଅଛି-‘ମଣିଷ ମାତ୍ରେ ଭୁଲ’। ପରବର୍ତ୍ତୀ ସମୟରେ ସମସ୍ତଙ୍କର ପଛ ବୁଦ୍ଧି ସେହି ସମୟର ବୁଦ୍ଧିଠାରୁ ଅଧିକ ତୀକ୍ଷ୍ଣ ହୋଇଥାଏ। କୁହାଯାଉଛି ଯେ ନେହେରୁଙ୍କ ଅପରାଗତା ଓ ଭୟଭୀତ ଚରିତ୍ର ଯୋଗୁ ଭାରତର ଅନେକ ଅଂଶକୁ ଚାଇନା ମାଡ଼ିବସି ପାରିଥିଲା। ସେହି ମାପକାଠିରେ ଦେଖିଲେ, ଗତ ଦୁଇ ବର୍ଷ ଧରି ଚାଇନା ମଧ୍ୟ ଭାରତର ଅନେକ ଭୂମିକୁ ଅକ୍ତିଆର କରିଚାଲିଛି। ଏବେ ଆମକୁ କୁହାଯାଉଛି ଯେ, କେନ୍ଦ୍ର ସରକାର ଅତ୍ୟନ୍ତ ଶକ୍ତିଶାଳୀ। ସମ୍ଭବତଃ ୭୦ ବର୍ଷ ପରେ ଆଜିର ରାଜନେତାଙ୍କୁ ଯଦି ଭବିଷ୍ୟତ ପିଢ଼ି ମନେରଖିବ, ତେବେ ସେହି ସମୟରେ ହେବାକୁ ଥିବା ଦୁର୍ଗାମେଢ଼ର ମହିଷାସୁରକୁ ଅନୁରୂପ ଚିତ୍ରଣ କରି ଥୋଇବ। ଆଜି ଉଚିତ ଚିନ୍ତା କରୁଥିବା ଲୋକ ଗାନ୍ଧୀଙ୍କୁ ବିକୃତ କରିବାରେ ପ୍ରତିବାଦ କଲାଭଳି ସେତେବେଳେ ଭବିଷ୍ୟତରେ କେହି ପ୍ରତିବାଦ କରିବାକୁ ଥିବେ କି ନ ଥିବେ କହିବା କଷ୍ଟକର। ଏଥିସହିତ ଦେଶର ଇତିହାସକୁ ସବୁବେଳେ ବିକୃତ କରି ଚିତ୍ରଣ କଲେ ଆଜିର ପିଢ଼ିର ପୂର୍ବପୁରୁଷଙ୍କୁ ବିକୃତ କରାଯିବା ଭଳି ମନେହେଉଛି। ଅର୍ଥାତ୍‌ ଏହା ମଧ୍ୟ କୁହାଯାଇପାରେ ଯେ ଆଜି ଯେଉଁମାନେ ପୂର୍ବ ପୁରୁଷଙ୍କ ଛାଲ ଉତାରୁଛନ୍ତି, ଆସନ୍ତା ଦିନଗୁଡ଼ିକରେ ତାଙ୍କର ଛାଲ ଉତାରିବା ଭଳି ସନ୍ତାନ ମଧ୍ୟ ସୃଷ୍ଟି ହୋଇପାରନ୍ତି। କୁହାଯାଏ, ଇତିହାସରୁ ଶିକ୍ଷା ଲାଭ କରି ବର୍ତ୍ତମାନକୁ ସଜାଡ଼ିବା ଉଚିତ। ଯଦି ଶିଖିବା ପରିବର୍ତ୍ତେ କେବଳ ବିକୃତ ସମାଲୋଚନା ସହିତ କ୍ଷମତାର ଅହଂକାର ପ୍ରଦର୍ଶନ କରାଯାଏ, ସମ୍ଭବତଃ ଅନୁରୂପ ପ୍ରକାରର ତ୍ରୁଟି ଆଜିର ପିଢ଼ି ମଧ୍ୟ ଘଟାଇ ବସିବ। ଏହା ସୂଚାଉଛି ଯେ ଆଜିର ପିଢ଼ି ଯଦି ଘୃଣା ପ୍ରଦର୍ଶନ କରିବ, ତେବେ ଭବିଷ୍ୟତର ପିଢ଼ି ପାଇଁ ଘୃଣା ଥୁଆ।

କୁହାଯାଏ, ଇତିହାସରୁ ଶିକ୍ଷା ଲାଭ କରି ବର୍ତ୍ତମାନକୁ ସଜାଡ଼ିବା ଉଚିତ। ଯଦି ଶିଖିବା ପରିବର୍ତ୍ତେ କେବଳ ବିକୃତ ସମାଲୋଚନା ସହିତ କ୍ଷମତାର ଅହଂକାର ପ୍ରଦର୍ଶନ କରାଯାଏ, ସମ୍ଭବତଃ ଅନୁରୂପ ପ୍ରକାରର ତ୍ରୁଟି ଆଜିର ପିଢ଼ି ମଧ୍ୟ ଘଟାଇ ବସିବ। ଏହା ସୂଚାଉଛି ଯେ ଆଜିର ପିଢ଼ି ଯଦି ଘୃଣା ପ୍ରଦର୍ଶନ କରିବ, ତେବେ ଭବିଷ୍ୟତର ପିଢ଼ି ପାଇଁ ଘୃଣା ଥୁଆ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?