ହାସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶରେ ଆଭ୍ୟନ୍ତରୀଣ ଯୁଦ୍ଧଜନିତ ଅପରାଧକୁ ତଦନ୍ତ କରିବା ଲାଗି ୨୦୦୯ରେ ଗଠିତ ଇଣ୍ଟରନ୍ୟାଶନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ (ଆଇସିଟି) ୧୭ ନଭେମ୍ବରରେ ନିର୍ବାସିତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛି। ଗତବର୍ଷ ଛାତ୍ରମାନଙ୍କ ଦ୍ୱାରା କରାଯାଇଥିବା ଆନ୍ଦୋଳନକୁ ଦମନ କରିବା ଲାଗି ସେ ଦେଇଥିବା ନିର୍ଦ୍ଦେଶ ଆଧାରରେ ତାଙ୍କ ବିରୋଧରେ ଅପରାଧ ମାମଲା ଚାଲିଥିଲା ବୋଲି କୁହାଯାଉଛି। ରାୟ ପ୍ରକାଶ ପାଇବା ପରେ ହାସିନା ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ କହିଛନ୍ତି, ୨୦୨୪ରେ ଯେଉଁ ଛାତ୍ର ଆନ୍ଦୋଳନ କରାଯାଇଥିଲା ତାହା କଦାପି ପୂର୍ବକଳ୍ପିତ ନ ଥିଲା। ସେହି ବିକ୍ଷୋଭ ଯୋଗୁ ତାଙ୍କ ସରକାରର ପତନ ଘଟିଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ବାଂଲାଦେଶ ମୁକ୍ତି ସଂଗ୍ରାମରେ ଭାଗ ନେଇଥିବା ମୁକ୍ତି ଯୋଦ୍ଧାଙ୍କ ବଂଶଧରମାନଙ୍କୁ ଦିଆଯାଉଥିବା ସଂରକ୍ଷଣକୁ ରଦ୍ଦ କରିବା ନେଇ ଛାତ୍ର ସମାଜ ସେତେବେଳେ ରାସ୍ତାକୁ ଓହ୍ଲାଇଥିଲା। ସେହି ଆନ୍ଦୋଳନକୁ ଦମନ କରିବା ଲାଗି ହାସିନା ସରକାରଙ୍କ ପୋଲିସ ଅତ୍ୟାଚାରରେ ୨୩୦ ଜଣ ଲୋକଙ୍କ ପ୍ରାଣହାନି ଘଟିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ପ୍ରଶମିତ କରିବା ଲାଗି ସୁପ୍ରିମକୋର୍ଟ ଉକ୍ତ ସଂରକ୍ଷଣକୁ ଉଚ୍ଛେଦ କରିବା ଓ ତାହାକୁ ସରକାର ଗ୍ରହଣ କରିଦେଇଥିଲେ ମଧ୍ୟ ବିକ୍ଷୋଭ ଥମି ନ ଥିଲା। କାରଣ ପରବର୍ତ୍ତୀ ସମୟରେ ସେହି ଆନ୍ଦୋଳନକୁ ଇସ୍‌ଲାମିକ ଗୋଷ୍ଠୀ ଅପହରଣ କରି ନେଇ ହିଂସାକାଣ୍ଡ ଜାରି ରଖିଥିଲେ। ଏହାର ପରିଣତି ଆହୁରି ଭୟଙ୍କର ହୋଇଥିଲା ଯେତେବେଳେ ବିକ୍ଷୋଭକାରୀମାନେ ୫ ଅଗଷ୍ଟ ୨୦୨୪ରେ ହାସିନାଙ୍କ ବାସଭବନକୁ ଧସେଇ ପଶି ଛାରଖାର କରିଥିଲେ। ସ୍ଥିତି ଅଶାନ୍ତ ହେଉଥିବା ଦେଖି ହାସିନା ବାଂଲାଦେଶ ରାଜଧାନୀ ଢାକା ଛାଡ଼ି ସେହି ଦିନ ଭାରତକୁ ପଳାଇଥିଲେ। ଉଲ୍ଲେଖ କରାଯାଇପାରେ ଯେ ହାସିନା ପ୍ରଥମେ ୧୯୯୬ରୁ ୨୦୦୧ ଏବଂ ପରେ ୨୦୦୯ରୁ ୨୦୨୪ ଯାଏ ବାଂଲାଦେଶ ପ୍ରଧାନମନ୍ତ୍ରୀ ରହି ଦୀର୍ଘକାଳ ଶାସନ କରିଥିଲେ।
ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ତାହା ଭାରତ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏବେ ସେ ଭାରତରେ ଆଶ୍ରିତ ଅଛନ୍ତି। ବାସ୍ତବରେ ହାସିନା ଯଦି ଭୁଲ କାର୍ଯ୍ୟ କରିଥିବେ ସେ ଦଣ୍ଡିତ ହେବା ଦରକାର। କିନ୍ତୁ ଯଦି ରାଜନୈତିକ ପରିବେଶ ସହିତ ନ୍ୟାୟିକ ରାୟ ବଦଳିଯାଏ, ତାହା ଆଇନର ଶାସନ ଉପରେ ଲୋକଙ୍କ ବିଶ୍ୱାସକୁ ଦୁର୍ବଳ କରିଦିଏ। ଏକଦା ବାଂଲାଦେଶ ମୁକ୍ତି ସଂଗ୍ରାମରେ ହାସିନାଙ୍କ ପିତା ଶେଖ୍‌ ମୁଜିବୁର ରହେମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ହେଲେ ହାସିନା ସରକାରଙ୍କ ବିରୋଧରେ ଯେଉଁଭଳି ଭାବେ ହିଂସାତ୍ମକ ଆନ୍ଦୋଳନ ଦେଖାଦେଲା ସେଥିରେ ମୁଜିବୁରଙ୍କ ପ୍ରତିମୂର୍ତ୍ତିକୁ ସର୍ବସମ୍ମୁଖରେ ଭାଙ୍ଗି ଦିଆଯାଇଥିଲା। ସେଥିରୁ ଆନ୍ଦୋଳନକାରୀଙ୍କ କ୍ରୋଧର ଉତ୍ତାପ ମାପି ହୋଇଯାଇଥିଲା। ହାସିନାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବାର କିଛି ଘଣ୍ଟା ପରେ ବାଂଲାଦେଶର ଅନ୍ତରୀଣ ସରକାର ଔପଚାରିକ ଭାବେ ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତକୁ ଅନୁରୋଧ କରିଛନ୍ତି। ପୂର୍ବରୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ କହି ଆସୁଥିଲେ ମଧ୍ୟ କୌଣସି ଔପଚାରିକ ନୋଟିସ ଦେଇ ନ ଥିଲା। ଚଳିତ ବର୍ଷ ଏପ୍ରିଲରେ ବ୍ୟାଙ୍କକ୍‌ଠାରେ ହୋଇଥିବା ବିମ୍ସଷ୍ଟେକ୍‌ ସମ୍ମିଳନୀ ପୃଷ୍ଠଭୂମିରେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟ ହୋଇଥିଲେ। ଭାରତରେ ରହି ବାଂଲାଦେଶକୁ ସମାଲୋଚନା କରିବାରୁ ହାସିନା କ୍ଷାନ୍ତ ରହିବା ଉଚିତ ବୋଲି ୟୁନୁସ ସୂଚନା ଦେଇଥିଲେ। କିନ୍ତୁ ଏବେ ହାସିନା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ରାୟ ଦିଆଯାଇଥିବାରୁ ବାଂଲାଦେଶ ତାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ଉପରେ ଚାପ ପକାଇଛି।
ଗଣତାନ୍ତ୍ରିକ ନେତାମାନେ ଯେତେବେଳେ ଏକଚ୍ଛତ୍ରବାଦୀ ହୋଇ ନିଜ ଦେଶର ନାଗରିକଙ୍କ ଉପରେ ଅତ୍ୟାଚାର କରନ୍ତି, ସେତେବେଳେ ସମସ୍ୟା ଜନ୍ମ ନିଏ। ଭୋଟ ମାଧ୍ୟମରେ ଜିତିଆସୁଥିବା ନେତାଙ୍କର ବହୁକାଳ ପର୍ଯ୍ୟନ୍ତ ଅଧିକ ସମର୍ଥକ ଓ ଦଳୀୟ କର୍ମୀ ଦେଶବ୍ୟାପୀ ଖେଦିଯାଇଥାନ୍ତି। ପରବର୍ତ୍ତୀ ସମୟରେ ଯେତେବେଳେ ସାଧାରଣ ଲୋକଙ୍କର ଅସନ୍ତୋଷ ବୃଦ୍ଧି ପାଏ ସେତେବେଳେ ପ୍ରଥମେ ସମର୍ଥକ ଖସିଯାଆନ୍ତି। ତା’ପର ପର୍ଯ୍ୟାୟରେ ଦଳୀୟ କର୍ମୀଙ୍କ ସଂଖ୍ୟା ହ୍ରାସ ପାଇବାକୁ ଲାଗେ। ଯେତେ ସୁଦୃଢ଼ ଦିଶୁଥିଲେ ମଧ୍ୟ ସମୟ ପଡ଼ିଲେ ଗରମ ପାଣିରୁ ବାଷ୍ପ ଉଭାନ ହୋଇଯିବା ଭଳି ଅଧିକାଂଶ ଦଳୀୟ କର୍ମୀ ମଧ୍ୟ ମଞ୍ଚରୁ ଉଭାନ ହୋଇଯାଆନ୍ତି। ସେତେବେଳେ ଆଭ୍ୟନ୍ତରୀଣ ଅସନ୍ତୋଷ ଯେଉଁ ପରିମାଣରେ ବଢ଼େ ବାଂଲାଦେଶରେ ନିକଟ ଅତୀତରେ ହାସିନାଙ୍କ ଘଟଣାରୁ ବୁଝାପଡୁଛି। ଯଦି ଆଭ୍ୟନ୍ତରୀଣ ସମସ୍ୟା ସୃଷ୍ଟି ନ ହୁଏ ତେବେ ଇରାକ୍‌ରେ ବାହ୍ୟ ଶତ୍ରୁ ପ୍ରବେଶ କରି ସଦ୍ଦାମ ହୁସେନଙ୍କୁ ଫାଶୀ ଦେଲାଭଳି ପରିସ୍ଥିତି ସୃଷ୍ଟି ହୁଏ। ଆଜିର ପୃଥିବୀରେ ସବୁ ଗଣତାନ୍ତ୍ରିକ ପଦ୍ଧତିରେ ଜିତି କ୍ଷମତାକୁ ଆସିଥିବା ନେତାମାନେ ବୁଝିବା ଦରକାର ଯେ ତାଙ୍କ ନିଜ ଉପରେ ଏବଂ ତାଙ୍କର ନିକଟତମ ମୁଷ୍ଟିମେୟ ସହଯୋଗୀଙ୍କ ଉପରେ ପ୍ରତ୍ୟେକ ଦିନ ବିପଦର ପରିମାଣ ବୃଦ୍ଧି ପାଉଛି। ଜନସାଧାରଣ ବି ବୁଝିବା ଦରକାର ଯେ ହାସିନାଙ୍କ ଭଳି ଏକଚ୍ଛତ୍ରବାଦୀ ନେତୃତ୍ୱକୁ ଦୀର୍ଘବର୍ଷ କ୍ଷମତାରେ ରଖିଥିବା ହେତୁ ଆଜି ସେହି ଦେଶ ତଳିତଳାନ୍ତ ହୋଇପଡ଼ିଛି। ବାଂଲାଦେଶ ଏବଂ ଇରାକରୁ ଶିକ୍ଷା ନେଇ ସବୁ ଗଣତାନ୍ତ୍ରିକ ନେତାମାନେ ସଜାଗ ହେବା ଦରକାର।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?