ଜୀବିତ ୧୧ଜଣଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ହଡ଼ପ

ରାଜନଗର, ୧୭ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ ବଞ୍ଚତ୍ଥିବା ୧୧ ଜଣ ଲୋକଙ୍କୁ ସରକାରୀ ଦସ୍ତାବିଜରେ ଚଞ୍ଚକତା କରି ମୃତ ଦର୍ଶାଇ ଶବ ସଂସ୍କାର ବାବଦ ହରିଶ୍ଚନ୍ଦ୍ର ଟଙ୍କାକୁ ସରକାରୀ କର୍ମଚାରୀ ନେଇଯାଇଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବିଡିଓ ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି। ସେପଟେ କେନ୍ଦ୍ରାପଡା ଜିଲାପାଳ ଅମୃତ ଋତୁରାଜ ୨୪ ଘଣ୍ଟା ଭିତରେ ପ୍ରକୃତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ରାଜନଗର ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପରି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ରାଜନଗର ବିଡିଓ ପ୍ରଧାନଙ୍କୁ ପଚାରିବାରେ ବୁଧବାର ଘଟଣାର ତଦନ୍ତ କରିବା ପରେ ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ମୃତ୍ୟୁ ପରେ ମୃତଦେହକୁ ସମ୍ମାନ ଦେବାକୁ ସରକାର ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ସଂସ୍କାର ପାଇଁ ୨ ହଜାର ଟଙ୍କା ଲେଖାଏ ଯୋଗାଇ ଦେଉଛନ୍ତି। କୌଣସି ବ୍ୟକ୍ତିର ମୃତ୍ୟୁ ଘଟିଲେ ତତ୍‌କ୍ଷଣାତ୍‌ ସରପଞ୍ଚ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ୨ ହଜାର ଟଙ୍କା ପ୍ରଦାନ କରିଥାନ୍ତି। ମାତ୍ର ରାଜନଗର ବ୍ଲକର କୁରୁଣ୍ଟି ପଞ୍ଚାୟତରେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ସେମାନଙ୍କ ପରିବାର ସଦସ୍ୟଙ୍କୁ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରାଯାଇଥିବା ଦର୍ଶାଇ ସରକାରୀ ଟଙ୍କା ଲୁଟି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ ୱେବ୍‌ସାଇଟ୍‌ରୁ ଏପରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। କୁରୁଣ୍ଟି ଗାଁର ପ୍ରଭାତ କୁମାର ସ୍ବାଇଁ, ଗୋପୀନାଥ ଖଟୁଆ, ଅନନ୍ତ ଚରଣ ଜେନା, ସନ୍ନ୍ୟାସୀ ଖଟୁଆ, ଚକ୍ରଧରପୁରର ଅଲେଖ ବେହେରା, ଚନ୍ଦ୍ରମଣି ବେହେରା, ନୋଧାବସନ୍ତର ଗୋପୀନାଥ ବିଶ୍ୱାଳ, ନରହରି ପ୍ରଧାନ, ଚନ୍ଦ୍ରଶିଖର ଗଁାର ରାମଚନ୍ଦ୍ର ପ୍ରଧାନ, ଗୁହାଳକଣିର ଶ୍ରୀଧର ସାହୁ ପ୍ରମୁଖ ୧୧ଜଣ ଜୀବିତ ଥିବା ବେଳେ ସେମାନଙ୍କୁ ମୃତ ଦର୍ଶାଯାଇଛି। ସେମାନଙ୍କ ମୃତଦେହ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ୨୦୦୦ ଟଙ୍କା ଲେଖାଏ ଦିଆଯାଇଛି ବୋଲି ସରକାରୀ ରେକର୍ଡରେ ଦର୍ଶାଯାଇଛି। ସରକାରୀ ନିୟମ ମୁତାବକ, ଗରିବ ପରିବାରର କେହି ସଦସ୍ୟ ମୃତ୍ୟୁବରଣ କଲେ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ମୃତବ୍ୟକ୍ତିର ମୃତଦେହ ସଂସ୍କାର ପାଇଁ ପରିବାର ସଦସ୍ୟଙ୍କୁ ୨ ହଜାର ଟଙ୍କା ଯୋଗାଇ ଦେଇଥାନ୍ତି। ବ୍ୟକ୍ତି ମୃତ୍ୟୁର ତତ୍‌କ୍ଷଣାତ୍‌ ସରପଞ୍ଚ ସହାୟତା ରାଶି ଯୋଗାଇ ଦେଇଥାନ୍ତି। ବ୍ୟକ୍ତି ମୃତ୍ୟୁବରଣର ୧୫ଦିନ ମଧ୍ୟରେ ମୃତକଙ୍କ ସମ୍ପର୍କିତ ତଥ୍ୟ ୱେବ୍‌ ସାଇଟ୍‌ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦରଜ କରିଥା’ନ୍ତି। ଏହାର ୧୫ଦିନ ମଧ୍ୟରେ ପଞ୍ଚାୟତ ପକ୍ଷରୁ ୱେବ୍‌ ସାଇଟ୍‌ରେ ଦିଆଯାଇଥିବା ମୃତବ୍ୟକ୍ତିର ତଥ୍ୟକୁ ବିଡିଓ ଅଥରାଇଜେଶନ (ପ୍ରମାଣୀକରଣ) କରିବା ପରେ ସରକାର ପଞ୍ଚାୟତ ଆକାଉଣ୍ଟକୁ ଟଙ୍କା ଦେଇଥାନ୍ତି। ଏପରିସ୍ଥଳେ ୧୧ଜଣ ଲୋକ ଜୀବିତ ଥିବା ବେଳେ ସେମାନଙ୍କୁ କିପରି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମୃତ ବୋଲି ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ରାଶି ଲୁଟି ନେଲେ ତାହାକୁ ନେଇ ସମଗ୍ର ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri