ବିବାହ ବନ୍ଧନରେ ବାନ୍ଧିହେଲେ ହରିଶ ସାଲ୍‌ଭେ

ଲଣ୍ଡନ,୨୯ା୧୦: ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍‌ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରୋନା ଗାଇଡ ଲାଇନ ଅନୁସରଣ କରି ଉଭୟେ ଚର୍ଚ୍ଚରେ ରୀତିନୀତି ଭାବେ ଏହି ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ କେବଳ ୧୫ ଜଣ ଅତି ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ।

ଉଭୟ ହରିଶ ସାଲଭେ ଏବଂ କାରୋଲିନଙ୍କର ଏହା ଦ୍ୱିତୀୟ ବିବାହ। ଉଭୟଙ୍କ କଳା ପ୍ରଦର୍ଶନୀରେ ସାକ୍ଷାତ ହୋଇଥିଲା। ଏହା ପରେ ସେମାନଙ୍କର ବନ୍ଧୁତା ବଢ଼ି ପ୍ରେମରେ ପରିଣତ ରୂପାନ୍ତରିତ ହୋଇଥିଲା। ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

୬୪ ବର୍ଷୀୟ ହରିଶ ବ୍ରିଟେନର କୁଇନ୍ସ କାଉନସିଲ। ଗତ ମାସରେ ସେ ତାଙ୍କ ସ୍ତ୍ରୀ ମୀନାକ୍ଷୀ ସାଲଭେଙ୍କୁ ଛାଡ଼ପତ୍ର ଦେଇ ଆଇନଗତ ଭାବରେ ଅଲଗା ହୋଇଥିଲେ। ହରିଶ ଏବଂ ମୀନାକ୍ଷୀଙ୍କ ମଧ୍ୟ ଦୁଇଟି ଝିଅ ଅଛନ୍ତି। କାରୋଲିନଙ୍କୁ ୫୬ ବର୍ଷ। ତାଙ୍କର ମଧ୍ୟ ଏକ ଝିଅ ଅଛି।

ହରିଶ ସାଲଭେ ଭାରତର ଜଣେ ଜଣାଶୁଣା ଓକିଲ। ଭାରତ ସରକାର ତାଙ୍କୁ ସଲିସିଟର ଜେନେରାଲ ଭାବରେ ନିଯୁକ୍ତ କରିଥିଲେ। ସାଲଭେ କୁଳଭୂଷଣ ଯାଦବଙ୍କ ସମେତ ଅନେକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିଛନ୍ତି। କୁଳଭୂଷଣ ମାମଲାର ଶୁଣାଣି ପାଇଁ ସେ ମାତ୍ର ଏକ ଟଙ୍କା ଆଦାୟ କରିଥିଲେ। କେବଳ ଏତିକି ନୁହେଁ, ଭୋଡାଫୋନ, ରିଲାଏନ୍ସ, ମୁକେଶ ଅମ୍ବାନୀ, ରତନ ଟାଟା ଭଳି ବିଶ୍ୱ ପ୍ରସିଦ୍ଧ ଶିଳ୍ପପତି ତଥା କମ୍ପାନୀର ବଡ଼ ବଡ଼ ଆଇନଗତ ମାମଲାରେ ମଧ୍ୟ ଲବି କରୁଛନ୍ତି।

ମହାରାଷ୍ଟ୍ରର ନାଗପୁର ସହରରୁ ଆସିଥିବା ହରିଶ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବବଡେଙ୍କ ସହ ଏକ ବିଶେଷ ସମ୍ପର୍କ ରହିଛି। ଦୁହେଁ ନାଗପୁରର ସମାନ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି।୧୯୭୬ରେ ସାଲଭେ ଦିଲ୍ଲୀ ଏବଂ ବବଡେ ମୁମ୍ବାଇ ହାଇକୋର୍ଟକୁ ଚାଲିଗଲେ। ପରେ ବବଡେ ହାଇକୋର୍ଟରେ ଜଜ୍‌ ହୋଇଥିଲେ ଏବଂ ସାଲଭେ ସିନିୟର ଆଡଭୋକେଟ ଏବଂ ପରେ ସଲିସିଟର ଜେନେରାଲ ହୋଇଥିଲେ। ଗତ କିଛି ବର୍ଷ ଧରି ସେ ଲଣ୍ଡନରେ ରହୁଛନ୍ତି। ଇଂଲଣ୍ଡର ରାଣୀ ଏଲିଜାବେଥ ଦ୍ୱିତୀୟ ଏବଂ ଓ୍ବେଲ୍ସ ଚଳିତ ବର୍ଷ ଜାନୁୟାରୀରେ ହରିଶ ସାଲଭେଙ୍କୁ ତାଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ।

ସୂଚନାଯୋଗ୍ୟ, ପ୍ରତିବର୍ଷ କମନଓ୍ବେଲଥ ଦେଶର କେତେକ ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ସମେତ ରାଣୀ ଏଲିଜାବେଥ୍‌ଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri