ପୋଲିସ ମାଡ଼ରେ ଯୁବକଙ୍କ ଆଖିରୁ ବୋହିଲା ରକ୍ତ

ବାରିପଦା ଅଫିସ,୨୯। ୧୦: ପୋଲିସ ମାଡ଼ରେ ଯୁବକଙ୍କ ଆଖିରୁ ବୋହୁଛି ରକ୍ତ, ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ୨୫ ନଂ. ଓ୍ବାର୍ଡର ରହୁଥିବା ଯୁବକ ସିପୁ ଦାସ(୨୧)ଙ୍କ ସହ । ବୁଧବାର ସକାଳ ୧୦ଟା ସମୟରେ ପାଲବଣି ବାଇପାସ ସ୍ଥିତ ଗୋଲେଇରେ ହେଲ୍‌ମେଟ ଚେକିଂ ଚାଲିଥିଲା । ଏହି ସମୟରେ ସିପୁ ଔଷଧ ଆଣିବାକୁ ବଜାରକୁ ଯାଉଥିଲେ । ହେଲମେଟ ପିନ୍ଧି ନ ଥିବାରୁ ପୋଲିସ ଜଣକ ତାଙ୍କୁ ଆକ୍ରମଣ କରିବା ପରେ ଡାହାଣ ପଟ ଆଖିରେ ଶକ୍ତ ଆଘାତ ଲାଗିଥିଲା । ଫଳରେ ତାଙ୍କ ଆଖିରୁ ରକ୍ତ ସ୍ରାବ ହେବା ଦେଖି ଫାଇନ ଦେବାକୁ ପଡିବ ନାହିଁ ବୋଲି କହି ପଠାଇ ଦେଇଥିଲେ । ଆଖିର ଏଭଳି ଅବସ୍ଥାରେ ସେ ଡାକ୍ତର ପାଖକୁ ଯାଇ ଚିକିତ୍ସା କରିଛନ୍ତି । ଘଟଣା ସମ୍ପର୍କରେ ବାରିପଦା ଟାଉନ ଥାନା ଆଇଆଇସିଙ୍କୁ ଜଣାଇବା ପରେ ଚିକିତ୍ସା ପାଇଁ ଖର୍ଚ୍ଚ ଦିଆଯିବ ବୋଲି କହିଛନ୍ତି । ତେବେ ସିପୁ ଦୀର୍ଘ ୬ମାସ ଧରି କାମ ନ ପାଇ ଘରେ ବସିଛନ୍ତି । ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଇ ଲକ୍‌ଡାଉନ ସମୟରେ ଘରେ ରହୁଥିବା ବେଳେ ଏପରି ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ପୋଲିସର ଏଭଳି ଆଚରଣକୁ ସାଧାରଣରେ ନିନ୍ଦା କରାଯିବା ସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ଏ ନେଇ ଆଇଆଇସି ବୀରେନ୍ଦ୍ର ସେନାପତି କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିବା ସହ ଏସ୍‌ପିଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିକୋଇଲିରେ ଡବଲ ମର୍ଡର

ଯାଜପୁର ଅଫିସ/ ପାଣିକୋଇଲି(ଡି.ଏନ.ଏ.),୪।୯: ଯାଜପୁର ଜିଲା ପାଣିକୋଇଲ ଅଞ୍ଚଳରେ ଘଟିଛି ଡବଲ ମର୍ଡର। ଶୁକ୍ରବାର ସକାଳେ ୧୬ ନମ୍ବର ଜାତୀୟ ରାଜପଥର ସାନସୋତି ଗ୍ରାମ ନିକଟ...

ଅଭିଯୁକ୍ତ ବୋହୂ, ପୁଅ ଗିରଫ

ଯାଜପୁର ଟାଉନ,୫ା୪(ଡି.ଏନ.ଏ.):ଯାଜପୁର ଜିଲା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତ ଦତ୍ତପୁର ଗ୍ରାମର ମଖି ବେହେରା (୮୦) ନାମ୍ନୀ ଜଣେ ବୃଦ୍ଧାଙ୍କୁ ତାଙ୍କ ବୋହୂପୁଅ ନିର୍ଯାତନା ଦେଉଥିଲେ।...

ମୁଗ୍‌ଫଲି ଫସଲରେ ରୋଗ୍‌ପୋକ:କାମ୍‌ ନାଇଁ ଦେବାର୍‌ ଉଷୋ, ଚିଁନ୍‌ତାରେ ଚାଷୀ

ବିଜେପୁର, ୭।୮ (ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ବ୍ଲକରେ ବଛରକୁତା ଦୁଖ୍‌ ଦୁରଦଶା ଚାଷୀକର ପିଛା ନାଇଁ ଛାଡବାର୍‌। କେତେବେଲେ ବରଷା ପାଏନ୍‌ ଅଭାବୁ ତ...

୧୮ ହଜାର ହେକ୍ଟର ଚାଷଜମି ପାଣି ଘେରରେ

ଚାନ୍ଦବାଲି,୩୧ା୮(ଡି.ଏନ୍‌.ଏ.): ଚଳିତ ବନ୍ୟାରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ବୈତରଣୀ, ସାଳନ୍ଦୀ ଓ ଏହାର କେତେକ ଶାଖା ନଦୀର ଉପର...

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାକ୍‌ ଟିମ୍‌

ବାରିପଦା ଅଫିସ,୨୮ା୩: ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଓ ବୌଦ୍ଧିକ ପରିବେଶର ମୂଲ୍ୟାଙ୍କନ ଏବଂ ସ୍ବୀକୃତି ନିମନ୍ତେ ନାକ୍‌ର ଏକ...

ଉମରକୋଟ ଏସ୍‌ଏନ୍‌ସିୟୁ ରାଜ୍ୟରେ ଶ୍ରେଷ୍ଠ

ଉମରକୋଟ,୨୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନିମନ୍ତେ ରହିଥିବା ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ) ସମଗ୍ର...

ଡିଆର୍‌ଏମ୍‌ଙ୍କ ରୂପ୍‌ସା ଜଙ୍କଶନ ପରିଦର୍ଶନ

ରୂପ୍‌ସା, ୨୮।୧୧ (ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ର ନୂତନ ରେଳବାଇ ମ୍ୟାନେଜର ମନୋରଞ୍ଜନ ପ୍ରଧାନ ଗୁରୁବାର ବାଲେଶ୍ୱର ଜିଲାର ରୂପ୍‌ସା ରେଳ ଜଙ୍କଶନ ପରିଦର୍ଶନ କରିଛନ୍ତି।...

ଡରାଇଲାଣି ଲଘୁଚାପ, ୧୧ରୁ ସମୁଦ୍ର ମନା

ଭୋଗରାଇ, ୯।୬(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ୟାସ୍‌’ର ଭୟଙ୍କର ଦୃଶ୍ୟ ମନରୁ ଲିଭି ନ ଥିବା ବେଳ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ବଳୟ ସୃଷ୍ଟି ହୋଇ...

Advertisement
Archives

Model This Week