ନୂଆ ରୂପରେ ହରିଡ଼ାମଡ଼ା ପୋଖରୀ

ଖୋର୍ଦ୍ଧା,୨୮ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ମେଣ୍ଢାଶାଳ ପଞ୍ଚାୟତ ଅନ୍ତର୍ଗତ ହରିଡାମଡ଼ା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଧରିତ୍ରୀ ଏବଂ ଏନ୍‌ଭାଇରନ୍‌ମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଇଏଫ୍‌ଆଇ)ର ମିଳିତ ଆନୁକୂଲ୍ୟରେ ଏହି ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଦିନେ ପରିତ୍ୟକ୍ତ ଅବସ୍ଥାରେ ଅବ୍ୟବହୃତ ହୋଇପଡିଥିବା ଏହି ପୋଖରୀ ଏବେ ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇପାରିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ପୋଖରୀରେ ଜଳ ପରିପୂର୍ଣ୍ଣ ରହିଛି। ଏନେଇ ଗ୍ରାମବାସୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ଏକାଧିକ ଗ୍ରାମବାସୀ ଧରିତ୍ରୀ  ଓ ଇଏଫ୍‌ଆଇକୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରକାଶ ଯେ, ହରିଡାମଡ଼ା ଗ୍ରାମରେ ପ୍ରାୟ ଶହେ ପରିବାର ବସବାସ କରନ୍ତି। ଗ୍ରାମର ଶେଷ ଭାଗରେ ଏହି ପୋଖରୀ ରହିଛି। ନିକଟରେ ରହିଛି ଗ୍ରାମ୍ୟ ଜଙ୍ଗଲ। ଦୀର୍ଘ ଦିନ ଧରି ଏହି ଜଳାଶୟ ପୋତି ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ଏହାର ପୁନରୁଦ୍ଧାର ଲାଗି ଗ୍ରାମବାସୀ ଦାବି କରି ଆସୁଥିଲେ। ଗତ ମେ’ ୨୭ରେ ଧରିତ୍ରୀ ଏବଂ ଇଏଫ୍‌ଆଇର ମିଳିତ ସହଯୋଗରେ ଏହି ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଥିବାରୁ ସ୍ଥାନୀୟ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।  ୨୮ ନମ୍ବର ଜିଲା ପରିଷଦ ସଭ୍ୟ ପ୍ରଭାତ ପରିଡା କହିଛନ୍ତି, ଏହି ପୋଖରୀର ପୁନରୁଦ୍ଧାର ପାଇଁ ବହୁ ଥର ଜିଲା ପରିଷଦ ବୈଠକରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲି। ସବୁଥର କେବଳ ପ୍ରତଶ୍ରୁତି ମିଳିଥିଲା, ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏ ସମ୍ପର୍କରେ ଜାଣିବା ପରେ ଧରିତ୍ରୀ ସହଯୋଗର ହାତ ବଢ଼ାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ।  ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଏହି ପୋଖରୀର ରୂପ ପରିବର୍ତ୍ତନ ହୋଇଛି ବୋଲି ସେ କହିଛନ୍ତି। ସେହିପରି ପୁନରୁଦ୍ଧାର କାର୍ଯ୍ୟ ଦାୟିତ୍ୱରେ ଥିବା ଇଏଫ୍‌ଆଇ ସିଭିଲ ଇଞ୍ଜିନିୟର କୁମାରକାନ୍ତ ଜେନା କହିଛନ୍ତି, ପୋଖରୀ ସମ୍ପୂର୍ଣ୍ଣ ପଙ୍କ କାଦୁଅରେ ପୋତି ହୋଇପଡିଥିଲା। ବହୁ ବାଧାବିଘ୍ନ ସତ୍ତ୍ୱେ ଲକ୍ଷ୍ୟ ଥିଲା ପୁନରୁଦ୍ଧାର। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରତିଦିନ କାର୍ଯ୍ୟ ଜାରି ରହିଥିଲା। ତାହା ଏକ ପ୍ରକାର ସଫଳ ହୋଇଛି। ହିଡକୁ ଚଉଡା କରାଯାଇଛି। ବର୍ଷାଦିନେ ପୋଖରୀ ଜଳ ଭରପୂର ରହିବା ସହ ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇପାରିବ। ଇଏଫ୍‌ଆଇର ଆବାହକ ଅରୁଣ କ୍ରିଷ୍ଣମୂର୍ତ୍ତି କହିଛନ୍ତି, ବୈଜ୍ଞାନିକ ପଦ୍ଧତିରେ ଏହି ପୋଖରୀର ପୁନରୁଦ୍ଧାର କରାଯାଇଛି। ଗ୍ରାମବାସୀ ଏହି ପୋଖରୀ ଉପରେ ନିର୍ଭରଶୀଳ ରହିଥିବା ବେଳେ ଏହା ପୋତି ହୋଇଯାଇଥିଲା। ଓଡ଼ିଶାରେ ଜଳାଶୟ ଗୁଡିକର ଜଳସ୍ତର କମିବାରେ ଲାଗିଛି। ଗ୍ରାମାଞ୍ଚଳଗୁଡିକରେ ବହୁ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ରହି ପୋତି ହୋଇ ସତ୍ତା ହରାଉଛି। ଏହାର ପୁନରୁଦ୍ଧାର ସହ ପୁଣି ଥରେ ଲୋକଙ୍କ ଉପଯୋଗୀ କରିବା ଉଦ୍ଦେଶ୍ୟରେ ଇଏଫ୍‌ଆଇ ସହ ଧରିତ୍ରୀ ର ଏକ ମିଳିତ ପ୍ରୟାସ। ଆଗକୁ ଏଭଳି ଅଭିଯାନ ଜାରି ରହିବ।

Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri