ଭତ୍ତା ପାଇଁ ଛେଳି ବିକିଦେଲେ ହରି

କୋରୁକୋଣ୍ଡା, ୨୬ା୧୨ (ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତର ଘିସିଙ୍ଗିବେଡା ଗ୍ରାମର ହରି ଗୋଲପେଡା (୫୩) ଭତ୍ତା ପାଇବ ଲାଗି ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡି କିଛି ସୁଫଳ ପାଇନାହାନ୍ତି। ଶେଷରେ ସେ ଏନେଇ ଆବେଦନ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳଙ୍କୁ ସାକ୍ଷାତ କରିବାକୁ ଚିନ୍ତା କଲେ। ମାତ୍ର ଏଥିପାଇଁ ପାଖରେ ଅର୍ଥ ନ ଥିବାରୁ ସେ ଯାଇପାରୁ ନ ଥିଲେ। ଶେଷରେ ସେ ନିଜ ଛେଳି ବିକ୍ରି କରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ସାକ୍ଷାତ କରିବାରୁ ଦିବ୍ୟାଙ୍ଗ ଭତ୍ତା ପାଇଛନ୍ତି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତର ଘିସିଙ୍ଗିବେଡା ଗ୍ରାମରେ।
ଏହି ଗ୍ରାମରେ ହରି ଗୋଲପେଡା (୫୩) ପରିବାର ସହ ବସବାସ କରନ୍ତି। ୫୦ବର୍ଷ ତଳୁ ତାଙ୍କ ବାମ ଆଖି ନଷ୍ଟ ହୋଇଯାଇଛି । ସେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଭତ୍ତା ପାଇପରିନାହାନ୍ତି। ନିଜର କିଛି ଜମି ସହ ଅନ୍ୟମାନଙ୍କ ଜମିରେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିବା ହରି ଏଥିପାଇଁ ଅନେକ ଥର ସରକାରୀ କାର୍ଯ୍ୟାଳୟକୁ ଯାଇ ଭତ୍ତାଟିଏ କରି ଦେବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଜଣାଇଛନ୍ତି। ତାଙ୍କ ପାଖରେ ମଧ୍ୟ ଦିବ୍ୟାଙ୍ଗ ହେବାର ପ୍ରମାଣପାତ୍ର ରହିଛି। ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନିରାଶ ହେଉଥିଲେ ସେ। ମାତ୍ର ତାଙ୍କ କଥା କେହି ଶୁଣିଲେନି। ହରି ଜିଲାପାଳଙ୍କୁ ଯାଇ ଭେଟିବାକୁ ନିଷ୍ପତ୍ତି ନେଲେ। ହେଲେ ଜିଲାପାଳଙ୍କ ନିକଟକୁ ଯିବାଲାଗି ତାଙ୍କ ପାଖରେ ଅର୍ଥ ନ ଥିଲା। ଶେଷରେ ସେ ନିଜ ଛେଳି ୨୨୫୦ ଟଙ୍କାରେ ବିକି ଜିଲାପାଳଙ୍କୁ ଯାଇ ଭେଟିଥିଲେ। ଏହା ପରେ ତାଙ୍କର ଦିବ୍ୟାଙ୍ଗ ଭତ୍ତା ହୋଇଥିଲା। କୁଡୁମୁଲୁଗୁମାସ୍ଥିତ ବ୍ଲକ କାର୍ଯ୍ୟାଳୟରେ ହରି ପହଞ୍ଚତ୍ ଜାଣିଲେ ବ୍ଲକ କାର୍ଯ୍ୟାଳୟ ଚିତ୍ରକୋଣ୍ଡା ସ୍ଥାନାନ୍ତରିତ ହୋଇଯାଇଛି। ନାକାମାମୁଡି ପଞ୍ଚାୟତ କୋରୁକୋଣ୍ଡା ବ୍ଲକ ଅଧୀନକୁ ଯାଇଛି। ଏହା ଶୁଣି ହରି ମାଲକାନଗିରିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ଚିନ୍ତା କରିଥିଲେ। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ଥିବାରୁ ଏବଂ ସେ ଘରୁ ଆସିବା ୯ ଦିନ ବିତିଯାଇଥିବାରୁ ପରିବାର ଲୋକେ ବ୍ୟସ୍ତ ହେଉଥିବେ ଭାବି ଘରକୁ ଫେରିଥିଲେ। ବାଲିମେଳା ଛକ ନିକଟରେ ସେ ବସିଥିବା ଦେଖି ନିକଟସ୍ଥ ଅଲେଖଗୁଡା ଗ୍ରାମର ସରାବୁ ଭଟ୍ଟ ହରିଙ୍କୁ କୁଆଡେ ଯିବ ବୋଲି ପଚାରିଥିଲେ। ହରି ଦିବ୍ୟାଙ୍ଗ ଭତ୍ତା ପାଇଁ ଆସିଥିବା ଜାଣି ସରାବୁ ତାଙ୍କୁ ରାତିରେ ନିଜ ଘରେ ଆଶ୍ରୟ ଦେଇଥିଲେ। ସକାଳୁ କୋରୁକୋଣ୍ଡା ବ୍ଲକକୁ ଉଭୟେ ଯାଇଥିଲେ। ବଡଦିନ ପାଇଁ ବ୍ଲକ କାର୍ଯ୍ୟାଳୟ ବନ୍ଦ ଥିବାରୁ କୌଣସି ପ୍ରକରେ ସରାବୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀଙ୍କୁ ଭେଟିଥିଲେ। ସରାବୁ ହରିଙ୍କ ସମ୍ପର୍କରେ ରାଜୀବଙ୍କୁ ଅବଗତ କରାଇଥିଲେ। ପୂଜାରୀ ହରିଙ୍କୁ ଆଶ୍ୱାସନା ଦେଇ ଦିବ୍ୟାଙ୍ଗ ଭତ୍ତା ପାଇଁ ଆବେଦନପତ୍ର ଗ୍ରହଣ କରିଥିଲେ। ହରିଙ୍କୁ ଭତ୍ତାକାର୍ଡ ଦେଇ ଜାନୁୟାରୀରୁ ସେ ଭତ୍ତା ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉଭୟଙ୍କୁ ସେମାନଙ୍କ ଘରେ ଛାଡିବା ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri