Posted inଖେଳ

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟିର ଘଣ୍ଟା ଲୋକଙ୍କ ପସନ୍ଦ ଆସିଲାନି, କହିଲେ ଏମିତି…

ଭାରତୀୟ କ୍ରିକେଟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଘଣ୍ଟା ପିନ୍ଧିବାକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ସେ ଅଧିକାଂଶ ସମୟରେ ଅନେକ ଦାମୀ ଘଣ୍ଟା କିଣିଥାନ୍ତି। କିଛିଦିନ ତଳେ ସେ ତାଙ୍କ ନୂଆ ଘଣ୍ଟାର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଲୋକେ ତାଙ୍କ ଘଣ୍ଟାର ମୂଲ୍ୟ ୫ କୋଟି ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ସତ କିନ୍ତୁ ଘଣ୍ଟାଟି ପସନ୍ଦ ଆସିଲାନି ବୋଲି ଅନେକ କମେଣ୍ଟ କରି କହିଛନ୍ତି।

ଜଣେ ୟୁଜର କହିଛନ୍ତି, ଘଣ୍ଟାର ଦାମ୍‌ ୫ କୋଟି ହେଲେ କ’ଣ ହେଲା ଏହାର ଡିଜାଇନ୍‌ ଭଲ ନୁହେଁ। ଆଉ ଜଣେ ୟୁଜର ଲେଖିଛନ୍ତି, ମୋ’ ପାଖରେ ହିସାବ ନାହିଁ, ଏଥିରେ ଆମର କ’ଣ ଲାଭ? ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, କ’ଣ ଏଲ୍‌ଇଡି ?

କହିରଖୁଛୁ, ଆଇପିଏଲ ୨୦୧୨ର ଅବଶିଷ୍ଟ ମ୍ୟାଚ୍‌ ଖେଳିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ୟୁଏଇରେ ପହଞ୍ଚିଛନ୍ତି। ତେବେ ଅଗଷ୍ଟ ୧୩ରେ ସେ ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଥିଲେ। ସେଥିମଧ୍ୟରୁ ଏହି ମୂଲ୍ୟବାନ ଘଣ୍ଟାର ଫଟୋ ଥିଲା। ଏହି ଘଣ୍ଟାଟି ପାଟେକ ଫିଲିପେ ନାଟିଲସ ପ୍ଲାଟିନମ୍‌ ୫୭୧୧ ବ୍ରାଣ୍ଡର ଅଟେ। ଯାହାର ହୀରା, ପାନ୍ନା ଏବଂ ଅନେକ ରତ୍ନରେ ତିଆରି ହୋଇଛି। ଏହି ଘଣ୍ଟାର ବିଶେଷତ୍ୱ ହେଲା ଏହାର ବେଜେଲ। ଯାହା ୩୨ ବ୍ୟାଗେଟ ପାନ୍ନାରେ ତିଆରି। ଏହା ୪୫ ଘଣ୍ଟା ପର୍ଯ୍ୟନ୍ତ ଶକ୍ତି ସଂରକ୍ଷଣ କରି ରଖିବ। ଏହା ଅଟୋମେଟିକ୍‌ ବା ସ୍ବୟଂଚାଳିତ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମ୍ପାୟର ଟଏଲେଟ୍‌କୁ ନ ଛାଡ଼ିବାରୁ ପ୍ୟାଣ୍ଟରେ ପରିସ୍ରା ଧମକ ଦେଲେ ଖେଳାଳି

ମେଲବୋର୍ନ, ୯ା୨- ଆରମ୍ଭରୁ ହିଁ ବିବାଦ ଘେରରେ ଥିବା ଟେନିସ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ...

ଏହି କାରଣରୁ ମୋଦିଙ୍କୁ ଧନ୍ୟବାଦ ଦେଲେ କେକେଆର୍‌ର ଷ୍ଟାର ଅଲରାଉଣ୍ଡର, ପ୍ରଶଂସାରେ କହିଲେ..

ନୂଆଦିଲ୍ଲୀ,୧୮।୩: ଓ୍ବେଷ୍ଟଇଣ୍ଡିଜ୍‌ ଏବଂ କୋଲକାତା ନାଇଟ୍‌ ରାଇଡର୍ସର ଷ୍ଟାର ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜାମାଇକାକୁ କରୋନା ଟିକା ପଠାଇବାକୁ...

ପାରାଲାଲ ବାର୍ସ ବିଶ୍ୱକପ୍‌ ଫାଇନାଲରେ ଓଡ଼ିଆ ପୁଅ

ନୂଆଦିଲ୍ଲୀ,୧।୬(ପିଟି)- ଓଡ଼ିଆ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ସ୍ଲୋଭାନିଆର କୋପରଠାରେ ଚାଲିଥିବା ଏଫ୍‌ଆଇଜି ବିଶ୍ୱକପ୍‌ର ପାରାଲାଲ ବାର୍ସ ଇଭେଣ୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ...

ପାକିସ୍ତାନର ଟପ୍‌ ଅର୍ଡର ସାଜିପାରେ ଭାରତ ପାଇଁ ଚିନ୍ତାର କାରଣ

ଦୁବାଇ,୨୩।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର...

ଦିଲ୍ଲୀରେ ଡିସି-ଜିଟି ମୁହାଁମୁହିଁ…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମଙ୍ଗଳବାର...

ଆଇପିଏଲ୍‌ ପୂର୍ବରୁ ପୁଣିଥରେ ଭାବୁକ ହୋଇପଡ଼ିଲେ କୋହଲି: ଫଟୋ ଶେୟାର କରି …

ଏପ୍ରିଏ ୯ରୁ ଆଇପିଏଲ୍‌ର ୧୪ତମ ସିଜିନ୍‌ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏଥିପାଇଁ...

ଚିନ୍ତାରେ ରିଷଭ ପନ୍ତ

ମୁମ୍ବାଇ, ୧୪ା୪- ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳର ନେତୃତ୍ୱ ଭାର ସମ୍ଭାଳୁଥିବା ରିଷଭ ପନ୍ତଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦଳର ଅଲରାଉଣ୍ଡର...

ମାତ୍ର ୮ ରନ୍‌ରେ ଅଲଆଉଟ୍‌; ୭ ବଲ୍‌ରେ ମ୍ୟାଚ୍‌ ଜିତିନେଲା ବିରୋଧୀ ଟିମ୍‌

ନୂଆଦିଲ୍ଲୀ,୪।୬: ମାତ୍ର ୮ ରନ୍‌ କରି ଅଲଆଉଟ୍‌ ହେଲା ଟିମ୍‌। ୭ ବଲ୍‌ରେ ବିରୋଧୀ ଟିମ୍‌ ଜିତିନେଲା ମ୍ୟାଚ୍‌। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ।...

Advertisement
Archives

Model This Week