Posted inଖେଳ

ନେଟ୍ସରେ ହାର୍ଦ୍ଦିକଙ୍କ ଜୋରଦାର ଅଭ୍ୟାସ

ଅହମଦାବାଦ,୧୦।୩(ପି.ଟି.): ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନେଟ୍ସରେ ବେଶ୍‌ ଝାଳ ବୁହାଇଛନ୍ତି। ନେଟ୍ସରେ ସାମାନ୍ୟ ଆକ୍ସନରେ ସୁଧାର ଆଣି ବୋଲିଂ କରିଥିଲେ। ହାର୍ଦ୍ଦିକ ନେଟ୍‌ ସେସନର ପ୍ରାକ୍ଟିସ ଭିଡିଓ ନିଜ ଟୁଇଟର ପେଜରେ ଅପ୍‌ଲୋଡ କରିଛନ୍ତି। ଏଥିରେ ସେ ବଡ଼ ବଡ଼ ଶଟ୍‌ମାନ ଖେଳୁଥିବାର ଦେଖାଯାଇଛି। ପ୍ରସ୍ତୁତି ପୂରା ହୋଇଛି ଓ ଟି୨୦ ମ୍ୟାଚ୍‌ ଖେଳିବାକୁ ବେଶ୍‌ ବ୍ୟଗ୍ର ଅଛି ବୋଲି ସେ ଭିଡିଓର କ୍ୟାପସନରେ ଉଲ୍ଲେଖ କରିଛନ୍ତି। ହାର୍ଦ୍ଦିକଙ୍କ ବ୍ୟାଟିଂ ଅଭ୍ୟାସକୁ ଅଧିନାୟକ ବିରାଟ କୋହଲି, କୋଚ୍‌ ରବି ଶାସ୍ତ୍ରୀ, ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଦୂରରେ ଠିଆହୋଇ ଦେଖୁଥିଲେ। ଭିଡିଓ ଶେଷରେ ପାଣ୍ଡ୍ୟା ବୋଲିଂ କରିଥିବାର ଦେଖାଯାଇଛି।
ଗତବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ପାଣ୍ଡ୍ୟା ଶେଷଥର ପାଇଁ ଟି୨୦ ମ୍ୟାଚ୍‌ ଖେଳିଥିଲେ। ୨୦୧୯ରେ ପିଠିରେ ଇଞ୍ଜୁରି (ଷ୍ଟ୍ରେସ୍‌ ଫ୍ରାକ୍‌ଚର) କାରଣରୁ ବୋଲିଂ କରୁ ନ ଥିଲେ। ତେବେ ଗତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସେ କିଛି ଓଭର ବୋଲିଂ କରିବାକୁ ବାଧ୍ୟ ହୋଇଥିଲେ। ଏବେ ପାଣ୍ଡ୍ୟା ତାଙ୍କ ବୋଲିଂ ଆକ୍ସନରେ ପରିବର୍ତ୍ତନ କରିଛନ୍ତି ବୋଲି ପୂର୍ବତନ ଜାତୀୟ ଚୟନକର୍ତ୍ତା ଦେବାଙ୍ଗ ଗାନ୍ଧୀ କହିଛନ୍ତି। ଇଞ୍ଜୁରିକୁ ଦୃଷ୍ଟିରେ ରଖି ସେ ତାଙ୍କ ଜମ୍ପର ଲେନ୍ଥକୁ ଯଥେଷ୍ଟ କମାଇଛନ୍ତି। ଯାହାଫଳରେ ତାଙ୍କ ପିଠି ଉପରେ କମ୍‌ ଚାପ ପଡିବ। ଆଗାମୀ ଅକ୍ଟୋବରରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଓ ଇଂଲଣ୍ଡରେ ଆୟୋଜନ ହେବାକୁ ଥିବା ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଓ ଟେଷ୍ଟ ସିରିଜ ପାଇଁ ପାଣ୍ଡ୍ୟା ଭାରତୀୟ ଦୃଷ୍ଟିକୋଣରୁ ଉପଯୋଗୀ ସାବ୍ୟସ୍ତ ହେବେ।
ଟି୨୦ ସିରିଜରେ ଧାଓ୍ବନ ନ ଖେଳିପାରନ୍ତି
ଟି୨୦ ସିରିଜରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ୍‌ ନ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଯଦି ଲୋକେଶ ରାହୁଲ ଓ ରୋହିତ ଶର୍ମା ଆହତ ହୁଅନ୍ତି ତାଙ୍କୁ ସୁଯୋଗ ମିଳିପାରେ। ସେ ପ୍ରଥମ ପସନ୍ଦର ବ୍ୟାକ୍‌- ଅପ୍‌ ଓପନର ଭାବେ ଦଳରେ ସ୍ଥାନ ବଜାୟ ରଖିପାରନ୍ତି। ତେବେ ଦିନିକିଆ ସିରିଜରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଗାନ୍ଧୀ କହିଛନ୍ତି।
୪ ନଂ.ରେ ପନ୍ତ, ୫ରେ ସୂର୍ଯ୍ୟ ଖେଳିବା ସମ୍ଭାବନା
ଟି୨୦ ସିରିଜରେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୪ ନମ୍ବରରେ ବ୍ୟାଟିଂ କରିବା ଉଚିତ ହେବ ବୋଲି ଦେବାଙ୍ଗ ଗାନ୍ଧୀ କହିଛନ୍ତି। ସେ ଏହି ସ୍ଥାନରେ ତାଙ୍କର ସ୍ବାଭାବିକ ବିସ୍ଫୋରକ ବ୍ୟାଟିଂ କରିବେ। ସେହିପରି ୫ ନଂ.ରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରିପାରନ୍ତି। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସୂର୍ଯ୍ୟକୁମାର ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳି ଜବରଦସ୍ତ ସଫଳତା ପାଇଥିଲେ। ସେ ମଧ୍ୟ ଦିନିକିଆ ଦଳରେ ସ୍ଥାନ ପାଇବା ଉଚିତ ବୋଲି ଗାନ୍ଧୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri