କଠିନ ପରିଶ୍ରମ କେବେ ବୃଥା ଯାଏ ନାହିଁ

ଅନୁଗୋଳ ଅଫିସ,୧୩।୭ – ଅନୁଗୋଳ ଜିଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ଅନୁଗୋଳ ଜିଲାର ୮୬ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ଢେଙ୍କାନାଳ ଏମ୍‌ପି ମହେଶ ସାହୁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ସାହୁ କଠିନ ପରିଶ୍ରମ କେବେ ବୃଥା ଯାଏ ନାହିଁ ବୋଲି ପ୍ରକାଶ କରିଥିଲେ। ଏହି ପରିଶ୍ରମ ବଳରେ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲା ପାଇଁ ଗୌରବ ଆଣିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଅଭିଭାବକଙ୍କୁ ସାଧୁବାଦ ଜଣାଇଥିଲେ। ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପ୍ରଗାଢ଼ ଉଦ୍ୟମ ଓ ଛାତ୍ରୀଛାତ୍ରମାନଙ୍କ ନିଷ୍ଠାପର କାର୍ଯ୍ୟ ସେମାନଙ୍କୁ ଏହି ସଫଳତା ଆଣି ଦେଇଛି। ତେଣୁ ପ୍ରତିଭାକୁ ଠିକ୍‌ ଭାବେ ଚିହ୍ନଟ କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ଉପରେ ଏମ୍‌ପି ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭାପତି ବବିତା ପ୍ରଧାନ, ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେଶ ନାଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ, ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ବେହେରା, ଏମ୍‌ପିଙ୍କ ପ୍ରତିନିଧି ସୁନୀଲ କୁମାର ପ୍ରଧାନଙ୍କ ସମେତ କୃତୀ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ, ଶିକ୍ଷୟିତ୍ରୀ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ। ବିଜୁ ଯୁବ ଜନତା ଦଳ ସଭାପତି ଦିନେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାରେ ମାଟି କାରିଗର,ପରିଶ୍ରମ ଅନୁସାରେ ମିଳୁନି ପାରିଶ୍ରମିକ

ଯାଜପୁର ଅଫିସ,୧୭-୯- ଗଣେଶ ପୂଜା ପରେ ଶିଳ୍ପ ସମୃଦ୍ଧ, ସାଂସ୍କୃତିକ ତଥା ଐତିହ୍ୟ ସମ୍ପନ୍ନ ଯାଜପୁର ଜିଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ପାର୍ବଣ ଋତୁ...

ପରଲୋକରେ ପୂର୍ବତନ ବିଧାୟକ ବିଜୟ ନାୟକ

ଜଗତସିଂହପୁର ଅଫିସ,୨୬।୨: ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ବୁଧବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ...

ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ ଲାବଣ୍ୟା

ପୁରୀ ଅଫିସ, ୧୪ା୮: ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ-୨୦୧୯ର ବିଜେତା ଓଡ଼ିଆ ଝିଅ ଲାବଣ୍ୟା ଦାଶ ମଙ୍ଗଳବାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଶୀର୍ବାଦ...

୨ ବର୍ଷର ଝିଅକୁ କଚାଡ଼ି ମାରିଲେ ବାପା

ଦେବଗଡ଼,୧୬ା୧(ଡି.ଏନ୍‌.ଏ.): ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଛନ୍ତି ବାପା। ଏପରି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜଲା ନବଗଠିତ ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା...

ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଗୋଡାଇଲେ ହାତୀପଲ

କୁଚିଣ୍ଡା,୮ା୭(ଡି.ଏନ୍‌.ଏ.) ସମ୍ବଲପୁର ଜିଲା ମହୁଳପାଲି ଥାନା କୁସୁମୀ ଫାଣ୍ଡି ଅଧୀନ କୁଚିଣ୍ଡା ବ୍ଲକ (କୁ) ଜମନକିରା ପଞ୍ଚାୟତ ଜଲଡିହି(ଲିଟିପଡା)ର ନରେନ୍ଦ୍ର କିଷାନ (୫୦) ହାତୀ ଆକ୍ରମଣରେ...

ପାରିପାରିକ କଳହର କରୁଣ ପରିଣତି: କିରୋସିନ ଢାଳି ହୋଇ ମା’ ମୃତ, ଶିଶୁପୁତ୍ର ଗୁରୁତର

ନାଉଗାଁ,୩୦ା୯(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ତିରୁଆ ପଞ୍ଚାୟତ ତେଣ୍ଟୋଇ ଗ୍ରାମରେ ପାରିବାରିକ କଳହରୁ କିରୋସିନ ଢାଳି ହୋଇ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ...

ଅଶାନ୍ତ ରାଉରକେଲା: ରାତି ଅଧରେ ଫୁଟିଲା ଗୁଳି; ସୁନା ଦୋକାନୀଙ୍କୁ ହତ୍ୟା ପରେ ଲୁଟ୍‌

ରାଉରକେଲା ଅଫିସ,୧୯।୧୨: ଅଶାନ୍ତ ହୋଇ ପଡିଛି ରାଉରକେଲା ସହର। ଲୁଟେରାମାନେ ରାସ୍ତାଘାଟରେ ନିର୍ଭୟରେ ଓ ଅବାଧରେ ବୁଲିବା ସହ ଲୋକମାନଙ୍କୁ ଲୁଟୁଛନ୍ତି ଓ ଗୁଳି ଫୁଟାଇ...

କଡ଼ା ସୁରକ୍ଷାରେ ଭୋଟ ଦେଲେ ମତଦାତା

ବଲାଙ୍ଗୀର ଅଫିସ, ୧୮।୨: ବଲାଙ୍ଗୀର ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀ ତଥା ଆଗଲପୁର, ଲୋଇସିଂହା ଓ...

Advertisement
Archives

Model This Week