Posted inଜାତୀୟ

ଘର ତିଆରି କରିବାକୁ ବାକ୍ସରେ ରଖିଥିଲେ ଲକ୍ଷାଧିକ ଟଙ୍କା, ଖାଇଗଲେ ଉଇ

ଭୋପାଳ,୧୭।୨: କୁହାଯାଏ, କଷ୍ଟ ଅର୍ଜିତ ଧନ ନଷ୍ଟ ହୁଏ ନାହିଁ, ମାତ୍ର ଯେତେବେଳେ ଭାଗ୍ୟ ସାଥ୍‌ ଦେଇ ନ ଥାଏ ତାହା ମଧ୍ୟ ଆପଣଙ୍କ ପାଖରେ ରହେ ନାହିଁ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ। ଏଠାକାର ଜଣେ ବ୍ୟବସାୟୀ ବିଳାସମୟ ଘର ତିଆରି କରିବାକୁ ଲକ୍ଷାଧିକ ଟଙ୍କା ସଞ୍ଚୟ କରିଥିଲେ। ମାତ୍ର ଏହି ଟଙ୍କା ସବୁକୁ ବର୍ତ୍ତମାନ ଉଇ ଖାଇ ଦେଇଛନ୍ତି।

କୃଷ୍ଣା ଜିଲାର ମାଇଲଓ୍ବାରମରେ ବିଜ୍‌ଲୀ ଜମାଳୟ ନାମକ ଜଣେ ବ୍ୟବସାୟୀ ଘୁଷୁରି କିଣାବିକା କରିଥାନ୍ତି। ଏଥିରୁ ତାଙ୍କର ବହୁତ ରୋଜଗାର ହୁଏ। ସେ ଟଙ୍କାକୁ ବ୍ୟାଙ୍କରେ ନ ରଖି ଘରେ ଏକ ବାକ୍ସରେ ରଖିଥିଲେ। ସେ ଏକ ବଡ଼ ଘର ତିଆରି କରିବାକୁ ସ୍ବପ୍ନ ଦେଖୁଥିଲେ। ଦିନେ ସେ ଏହି ବାକ୍ସ ଖୋଲି ଦେଖିବାରୁ ତାଙ୍କର କଷ୍ଟ ଅର୍ଜିତ ଧନ ସବୁ ନଷ୍ଟ ହୋଇଯାଇଛି। ଅର୍ଥାତ୍‌ ସବୁ ଟଙ୍କା ଉଇ ଖାଇଯାଇଛି। ସେ ଏହା ଦେଖି ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେନି। ବ୍ୟବସାୟୀ ଜଣକ ଭାବିଲେ ଏହି ଟଙ୍କା ତ ତାଙ୍କର କୌଣସି କାମରେ ଆସିବନି। ତେଣୁ ୨ ପିଲାଙ୍କ ମଧ୍ୟରେ ଏହାକୁ ବାଣ୍ଟି ଦେଲେ ସେମାନେ ଏଥିରେ ଖେଳିପାରିବେ। ପିଲାମାନେ ଏହି ଟଙ୍କାରେ ଖେଳୁଥିବା ଦେଖି ପୋଲିସକୁ କେହି ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାକ୍ସ ଭର୍ତ୍ତି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଜବତ କରି ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri