Posted inଖେଳ

୭୧ ଶତକ କରିଥିଲେ ବି ହରଭଜନଙ୍କ ବଲ୍‌କୁ ଖେଳିବାକୁ ଡର ଲାଗୁଥିଲା: ପଣ୍ଟିଂ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଂ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୭୧ଟି ଶତକ କରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଦୁଇଥର ଦିନିକିଆ ବିଶ୍ୱକପ୍‌ ଚମ୍ପିଆନ୍‌ ମଧ୍ୟ ହୋଇଛି। ଏସବୁ ସତ୍ତ୍ୱେ ପଣ୍ଟିଂ ହରଭଜନଙ୍କ ବଲ୍‌କୁ ଖେଳିବାକୁ ଡରିଥାନ୍ତି। ଏକଦା ଦଳର ଭାରତ ଗସ୍ତ ସମୟରେ ସେ ଏତେ ମାତ୍ରାରେ ବିବ୍ରତ ହୋଇଯାଇଥିଲେ ଯେ ନିଜର ବ୍ୟାଟିଂ ଉପରେ ତାଙ୍କର ବିଶ୍ୱାସ ଉଠିଯାଇଥିଲା ବୋଲି ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ଅନ୍‌ଲାଇନ୍‌ କଥାବାର୍ତ୍ତାରେ ସେ ଏହା କହିଛନ୍ତି।

ତେବେ କ୍ୟାରିୟରରେ କିଛି ମହାନ ସ୍ପିନରଙ୍କ ସହ ସଂଘର୍ଷ ଦେଖିବାକୁ ମିଳିଛି କି ପ୍ରଶ୍ନରେ ପଣ୍ଟିଂ କହିଥିଲେ, ହରଭଜନ ସେମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସହ ଅନେକ ଥର ଲଢ଼େଇ ହୋଇଛି। ସେଥିରୁ ଅଧିକ ଥର ସେ ଜିତିଛନ୍ତି। ଟେଷ୍ଟ କ୍ରିକେଟରେ ହରଭଜନଙ୍କଠାରୁ ବ୍ୟତିତ ଅନ୍ୟ କେହି ତାଙ୍କୁ ଅଧିକ ଥର ଆଉଟ୍‌ କରିପାରିନାହାନ୍ତି। ୨୦୦୧ରେ ଖେଳାଯାଇଥିବା ସିରିଜ କଥା ମନେପଡେ। ଏଥିରେ ୫ ମ୍ୟାଚ୍‌ରେ ହରଭଜନ ତାଙ୍କୁ ଆଉଟ୍‌ କରିଥିଲେ। ବହୁତ କମ୍‌ ବଲ୍‌ ପକାଇ ସେ ତାହା କରିଥିଲେ। ଏହା ତାଙ୍କୁ ଚିନ୍ତାରେ ପକାଇଦେଇଥିଲା। ଏପରିକି ସେ ଡରି ଯାଇଥିଲେ। ଧିରେ ଧିରେ ତାଙ୍କ ବଲ୍‌କୁ ଖେଳିବା ପାଇଁ ନୂଆ ନୂଆ ପ୍ରୟାସ ଆରମ୍ଭ କରିଥିଲେ ବୋଲି ପଣ୍ଟିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୁପ୍ଲାଣ୍ଟିସ୍‌ଙ୍କ ବିଶ୍ୱ ରେକର୍ଡ

ୟୁଜିନି (ୟୁଏସ୍‌ଏ), ୧୯ା୯:ପ୍ରିଫଣ୍ଟେନ କ୍ଲାସିକ୍‌ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ମିଟ୍‌ରେ ପୋଲ୍‌ଭଲ୍ଟରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି ସ୍ବିଡେନ୍‌ର ପୋଲ୍‌ଭଲ୍ଟର ଆର୍ମାଣ୍ଡ ଡୁପ୍ଲାଣ୍ଟିସ୍‌। ଇଥିଓପିଆ ଡିଷ୍ଟାନ୍ସ...

ପ୍ରଗତି ସ୍ପୋର୍ଟିଂକୁ ହରାଇଲା ରାଇଜିଂ ଷ୍ଟୁଡେଣ୍ଟ୍ସ

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): କେଶୁରାରେ ତୃତୀୟ ପଞ୍ଚାନନ ସ୍ମାରକୀ କ୍ରିକେଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍ସ ୪୬ ରନରେ ଭୁବନେଶ୍ୱରର ପ୍ରଗତି...

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ

ପର୍ଥ,୩୧।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟି-୨୦ ବିଶ୍ୱକପରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ...

‘ତାରକା ଖଚ୍ଚିତ ଟିମ୍‌ ଇଣ୍ଡିଆକୁ ହରାଇପାରିବ ପାକିସ୍ତାନ’

କରାଚୀ,୧୪।୧୦: ବିନା ଚାପ ଓ ବିନା ଡରରେ ଖେଳିଲେ ତାରକା ଖଚ୍ଚିତ ଟିମ୍‌ ଇଣ୍ଡିଆକୁ ଆମେ ହରାଇପାରିବା। ଏଭଳି ମତ ରଖିଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ...

ଦକ୍ଷିଣ ଆଫ୍ରିକା ଦଳକୁ ପାକିସ୍ତାନ ପଠାଇବାକୁ ପିସିବିର ପ୍ରସ୍ତାବ

କରାଚୀ,୨।୧୧(ପି.ଟି.): ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ତା’ର ଜାତୀୟ ଦଳକୁ ଆସନ୍ତା ମାର୍ଚ୍ଚରେ ଟି୨୦ ସିରିଜ୍‌ ପାଇଁ ପଠାଇବାକୁ ପ୍ରସ୍ତାବ...

କୋଭିଡ୍‌- ୧୯ ସବୁ ବିଶ୍ୱକପ୍‌ଠାରୁ ବଡ଼: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୪(ପି.ଟି.): ଭାରତୀୟ କ୍ରିକେଟ କୋଚ୍‌ ରବି ଶାସ୍ତ୍ରୀ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢେଇକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଦେଶରେ ଚାଲିଥିବା ଏହି ଲଢେଇ ସବୁ...

କର ବା ମର ମ୍ୟାଚ୍‌ରେ ଜିତିଲା ଆର୍ଜେଣ୍ଟିନା

କାତାର,୨୭।୧୧: ଫିଫା ବିଶ୍ୱକପ ୨୦୨୨ରେ ଆର୍ଜେଣ୍ଟିନା ଶେଷରେ କର ବା ମର ମ୍ୟାଚ୍‌ ଜିତିଯାଇଛି। ଏକ ମ୍ୟାଚ୍‌ରେ ମେକ୍ସିକୋକୁ ୨-୦ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ...

ପ୍ରଥମ ଟେଷ୍ଟ:ଫଲୋଅନ ଏଡ଼ାଇଲା ପାକିସ୍ତାନ

ମାଉଣ୍ଟ ମାଉଗାନୁଇ,୨୯।୧୨(ଏପି): ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ନୂଆ ଟେଷ୍ଟ ଅଧିନାୟକ ମହମ୍ମଦ ରିଜ୍‌ଓ୍ବାନ ଓ ଫହିମ ଆଶ୍ରଫ ଲଢୁଆ ବ୍ୟାଟିଂ କରି ଘରୋଇ...

Advertisement
Archives

Model This Week