Categories: ଖେଳ

ହୃଦୟ ଜିତିଲେ ହରଭଜନ

ନୂଆଦିଲ୍ଲୀ,୭ା୯: ହୃଦୟ ଜିତିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ। ଓମାନରେ ଫସି ରହିଥିବା ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ସେ ଉଦ୍ଧାର କରିଛନ୍ତି। ଆପ୍‌ ପକ୍ଷରୁ ରାଜ୍ୟ ସଭା ଏମ୍‌ପି ଭାବରେ ମନୋନୀତ ହୋଇଥିବା ହରଭଜନ ବିଦେଶ ମାଟିରେ ଫସି ରହିଥିବା ଭଟିଣ୍ଡାର ଝିଅକୁ ଫେରାଇ ଆଣିବାରେ ବଡ ଭୂମିକା ତୁଲାଇଛନ୍ତି।

ସୂଚନାନୁଯାୟୀ, କମଲଜିତ କୌର ନାମକ ଯୁବତୀଜଣଙ୍କ ଚାକିରି ପାଇଁ ସ୍ଥାନୀୟ ଏଜେଣ୍ଟ ଜରିଆରେ ଓମାନ ଯାଇଥିବା ବେଳେ ସେଠାରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ଯୁବତୀଙ୍କ ପାସପୋର୍ଟ ସହ ସିମ୍‌ କାର୍ଡକୁ ଜବରଦସ୍ତି ଛଡାଇ ନିଆଯାଇଥିଲା। ଏହି ଘଟଣା ନଜରକୁ ଆସିବା ପରେ ହରଭଜନ ଓମାନ ସ୍ଥିତ ରାଷ୍ଟ୍ରଦୂତ ଅମିତ ନାରଙ୍ଗ ଓ ଭାରତୀୟ ଦୂତାବାସ ସହିତ ସମ୍ପର୍କ ସ୍ଥାପନ କରିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

Share