ଶରଣକୁଳ କଲେଜରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ,୨୦।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୨-୨୪ ବ୍ୟାଚ୍‌ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ସମସ୍ତ ଛାତ୍ରୀଛାତ୍ର ବୁଧବାର ଜିଲାପାଳ ଓ ଉପଜିଲାପାଳଙ୍କୁ ଭେଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ କୋଚିଂ ସେଣ୍ଟରରେ ପାଠ ନ ପଢ଼ିବାରୁ ଛାତ୍ରୀଛାତ୍ରଙ୍କୁ ପ୍ରାୟ ୧ବର୍ଷ ହେଲା ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରାଯାଇଛି। ଅନ୍ୟପକ୍ଷେ ଛାତ୍ରୀଛାତ୍ରମାନଙ୍କୁ ମାରପିଟ୍‌ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ କାଢ଼ିଦେବା ପରେ ବାର୍ଷିକ ପରୀକ୍ଷା ଦେବାରୁ ସେମାନେ ବଞ୍ଚତ୍ତ ହୋଇଛନ୍ତି। ଜୀବନ ପ୍ରତି ବିପଦଥିବାରୁ ଟିସି ନେଇ ଅନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଛାତ୍ରୀଛାତ୍ର ନିବେଦନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ନୟାଗଡ଼ ଅଞ୍ଚଳର ୨୪ ଛାତ୍ରୀଛାତ୍ର ୨୦୨୨ରେ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥିଲେ। ସେମାନେ କିନ୍ତୁ ନୟାଗଡ଼ର ଏକ କୋଚିଂ ସେଣ୍ଟରରେ କୋଚିଂ ନେଉଛନ୍ତି। ତେବେ ଶରଣକୁଳରେ ଅଧ୍ୟାପିକା, ଅଧ୍ୟାପକଙ୍କ ରାମକୃଷ୍ଣ କୋଚିଂ ସେଣ୍ଟର ଥାଉ ଥାଉ ନୟାଗଡ଼ରେ କୋଚିଂ ନେବା ଠିକ୍‌ ନୁହେଁ ବୋଲି ବିଭିନ୍ନ ସମୟରେ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକମାନେ କହିଥିଲେ। ଛାତ୍ରୀଛାତ୍ରମାନେ କୋଚିଂ ସେଣ୍ଟର ନ ବଦଳାଇବାରୁ ସେମାନଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା, ଅଶ୍ଳୀଳ ବ୍ୟବହାର, ମାରପିଟ୍‌ କରାଯାଇଥିଲା। ପ୍ରାକ୍ଟିକାଲରେ ନମ୍ବର କାଟି ଦେବେ, ପରୀକ୍ଷା ନ ଦେବା ପାଇଁ ବ୍ୟବସ୍ଥା କରିବେ ଓ କଲେଜ କ୍ୟାମ୍ପସରେ ପୂରାଇ ଦେବୁନି ବୋଲି ଧମକ ଦେଲେ। ଏନେଇ ବିଭିନ୍ନ ସମୟରେ ଅଧ୍ୟକ୍ଷଙ୍କୁ ଅଭିଯୋଗ ପରେ ସୁଫଳ ମିଳିଲା ନାହିଁ। ଅଧ୍ୟକ୍ଷ କୋଚିଂ ସେଣ୍ଟରରେ ସାମିଲଥିବାରୁ କାର୍ଯ୍ୟାନୁଷ୍ଠାନ ଫାଇଲ ଅଟକିଗଲା। ପରେ ଗତ ୧୩ ତାରିଖରେ ୧୫ ଜଣ ଛାତ୍ରଙ୍କୁ ମାରପିଟ୍‌ କରାଗଲା। ୧୫ ତାରିଖରେ ପୁଣି ୧୫ ଜଣ ଛାତ୍ରଙ୍କୁ ମାରପିଟ୍‌ କରାଗଲା। ବାର୍ଷିକ ପରୀକ୍ଷା ନ ଦେବା ପାଇଁ ଚାପ ପଡ଼ିଲା। କେତେଜଣ ଛାତ୍ର ଅଧ୍ୟାପିକା ଅଧ୍ୟାପକଙ୍କ ନିର୍ଦ୍ଦେଶ ଅନୁସାରେ ମାରପିଟ୍‌ କରି କାଢ଼ି ଦେବାରୁ ୨୪ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହେଲୁ। ଘଟଣା ଶରଣକୁଳ ଥାନାକୁ ଗଲା। ଭବିଷ୍ୟତକୁ ଆଖି ଆଗରେ ରଖି ଚୁପ ରହିଲୁ। ତେବେ ଜୀବନ ପ୍ରତି ବିପଦ ଥିବା ଓ ପାଠପଢ଼ା ସମ୍ଭବ ନ ହେବାରୁ ଜିଲାପାଳ, ଉପଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛୁ। ଘଟଣାର ନିରପେକ୍ଷ ତଦନ୍ତ କରି ପଦକ୍ଷେପ ନେବା ସହ ଛାତ୍ରୀଛାତ୍ରଙ୍କୁ ଅନ୍ୟ କଲେଜରେ ପାଠ ପଢ଼ାଇବାର ବ୍ୟବସ୍ଥା କରିବାକୁ ନିବେଦନ କରିଛୁ ବୋଲିି ସେମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଓ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ କହିଛନ୍ତି ଅଭିଯୋଗ ପାଇଛୁ। ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ତେବେ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଯେପରି ଅସୁବିଧା ନ ହେବ, ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଉପଜିଲାପାଳ ଶକ୍ତିକାନ୍ତ ରାୟ କୁହନ୍ତି, ଅଭିଯୋଗ ପାଇଛି। କାହିଁକି ଏଭଳି ଘଟଣା ଘଟିଛି, କେଉଁମାନେ ଏଥିରେ ଦାୟୀ ସେନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛାତ୍ରୀଛାତ୍ରମାନେ ନିଜ ପସନ୍ଦ ମୁତାବକ କଲେଜରେ ପାଠ ପଢ଼ିପାରିବେ ବୋଲି କହିଛନ୍ତି। ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ ରଥ କୁହନ୍ତି, ନୟାଗଡ଼ର ୨୪ ଛାତ୍ରୀଛାତ୍ର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ। ସେମାନେ ବିଦ୍ୟାଳୟକୁ ଆସୁ ନ ଥିଲେ। ସେମାନଙ୍କୁ କୌଣସି ଅଧ୍ୟାପିକା, ଅଧ୍ୟାପକ ନିର୍ଯାତନା ଦେଇନାହାନ୍ତି। ପୁଣି ଅଧ୍ୟାପିକା, ଅଧ୍ୟାପକଙ୍କ କୋଚିଂ ସେଣ୍ଟରରେ ପାଠ ପଢ଼ାଇବାକୁ ବାଧ୍ୟ କରାଇବା ପ୍ରସଙ୍ଗ ମଧ୍ୟ ମିଥ୍ୟା ବୋଲି କହିଛନ୍ତି। ରାମକୃଷ୍ଣ କୋଚିଂ ସେଣ୍ଟରର ମାଲିକ ଆଲୋକ ପ୍ରଧାନ କୁହନ୍ତି, ଛାତ୍ରୀଛାତ୍ର ଯେଉଁ ଅଭିଯୋଗ ଜିଲାପାଳ ଓ ଉପଜିଲାପାଳଙ୍କ ନିକଟରେ କରିଛନ୍ତି ସେଥିରେ ଆମ ଅନୁଷ୍ଠାନର କୌଣସି ସମ୍ପୃକ୍ତି ନାହିଁ। ଆମ କୋଚିଂ ସେଣ୍ଟରରେ କୌଣସି ଛାତ୍ରୀଛାତ୍ରଙ୍କୁ ଆସିବାକୁ ବାଧ୍ୟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri