କାର୍ଯ୍ୟକ୍ଷମ ହୋଇପାରୁନି କ୍ଲଷ୍ଟର ପ୍ରକଳ୍ପ

ଖଣ୍ଡପଡ଼ା,୨୦ା୪(ସ୍ବ.ପ୍ର.): ନୂତନ ଜ୍ଞାନକୌଶଳ ତଥା ପ୍ରଶିକ୍ଷଣ ମାଧ୍ୟମରେ କଂସା ପିତଳ ଏବଂ କାଠ ଖୋଦେଇର ବିଭିନ୍ନ ସୌଖୀନ ସାମଗ୍ରୀ ଉପତ୍ାଦନ କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲା କଣ୍ଟିଲୋରେ ଏକ ପ୍ରଶିକ୍ଷଣ ପ୍ରକଳ୍ପ ନିର୍ମାଣ ହୋଇଛି। ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦ୍ରୀୟ ଅନୁଦାନ ତଥା ପିପିପି ମୋଡରେ ପ୍ରତିଷ୍ଠିତ ଏହି ପ୍ରକଳ୍ପର କାମ ସମ୍ପ୍ରତି ଶେଷ ହୋଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। କାରିଗରମାନେ ଉକ୍ତ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ ବୋଲି ଆଶା କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେଥିରେ ସଫଳତା ମିଳିନାହିଁ। ଅନ୍ୟପକ୍ଷେ ଭୁବନେଶ୍ୱର ସିଟିଟିସି ପକ୍ଷରୁ ହୋଇଥିବା ଉଦ୍ୟମ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ବ୍ରହ୍ମପୁର ଆମ୍ବପୁଆ ଅଞ୍ଚଳର ସ୍ବେଚ୍ଛାସେବୀ ସଙ୍ଗଠନ ରଘୁନନ୍ଦନ ପାଠାଗାର ମାଧ୍ୟମରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ପାଣୁସାହୁପାଟଣାସ୍ଥିତ ବାପୁଜୀ କଂସା ପିତଳ ସମବାୟ ସମିତି ପରିସରରେ ପ୍ରତିଷ୍ଠା ହୋଇଛି କଂସା ପିତଳ ଓ କାଠ ନିର୍ମାଣ କ୍ଳଷ୍ଟର ପ୍ରକଳ୍ପ। କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳର କାରିଗରମାନେ ସୌଖୀନ ସାମଗ୍ରୀ ନିର୍ମାଣ କରି କିପରି ସ୍ବାବଲମ୍ବୀ ହୋଇ ପାରିବେ ଓ ନୂତନ କାରିଗର ସୃଷ୍ଟି କରାଯାଇ ଆଗାମୀ ଦିନରେ ଏକ ସ୍ବତନ୍ତ୍ର ବିପ୍ପଣୀ କେନ୍ଦ୍ର ସୃଷ୍ଟି କରିବା ଥିଲା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ଏହି ପ୍ରକଳ୍ପକୁ ତତ୍କାଳନୀ ନୟାଗଡ଼ ଜିଲାପାଳ ଡ. ପୋମା ଟୁଡୁ ୨୦୨୨ ଅଗଷ୍ଟ ୮ରେ ପରିଦର୍ଶନ କରି ସେଠାରେ ସ୍ଥାନୀତ ହୋଇଥିବା ଯନ୍ତ୍ରପାତି ଓ ମେଶିନର ପ୍ରାଥମିକ ସର୍ବେକ୍ଷଣ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଖୁବ୍‌ଶୀଘ୍ର ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆୟୋଜିତ ବୈଠକରେ ଭୁବନେଶ୍ୱରରୁ ଆସିଥିବା ବିଭାଗୀୟ ଅଧିକାରୀ ଓ ଅଭିଜ୍ଞ ତଥା କୁଶଳୀ କାରିଗରମାନେ ନୂତନ ଭାବେ ସ୍ଥାପିତ ହୋଇଥିବା ମେଶିନକୁ ଚଳାଇ ପରୀକ୍ଷା ନିରୀକ୍ଷା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ କାଠର ସୌଖୀନ ସାମଗ୍ରୀ ଉପତ୍ାଦନ ପାଇଁ ମେଶିନ ସବୁ ସ୍ଥାନିତ ହେବ ବୋଲି ସଂସ୍ଥାର ପରିଚାଳକ ତଥା ନୋଡାଲ ଏଜେନ୍ସି ନିର୍ମଳ ନାୟକ ପ୍ରକାଶ କରିଥିଲେ। ତେବେ କେଉଁ କାରଣ ପାଇଁ ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇତିମଧ୍ୟରେ ୮ମାସ ଅତିବାହିତ ହୋଇଗଲାଣି। କଣ୍ଟିଲୋରେ ପ୍ରତିଷ୍ଠା ହୋଇଥିବା ପ୍ରକଳ୍ପଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟାଳୟ ରହିଥିବାରୁ କୌଣସି ତଥ୍ୟ ଜାଣିବାରେ ସମସ୍ୟା ସୃଷ୍ଟି ହେଉଛି। ପ୍ରକଳ୍ପରେ ଜଣେ ବେତନଭୋଗୀ(କ୍ଳଷ୍ଟର ପ୍ରୋଜେକ୍ଟ ଏକ୍‌ଜିକ୍ୟୁଟିଭ)କର୍ମଚାରୀ ନିଯୁକ୍ତି ପାଇଥିଲେ ମଧ୍ୟ ତାଙ୍କ ପାଖରୁ ପ୍ରକଳ୍ପ ସମ୍ପର୍କରେ ଠିକ ତଥ୍ୟ ମିଳିବା ସମ୍ଭବ ହେଉନାହିଁ। ଅପରପକ୍ଷେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ଥିଲେ ମଧ୍ୟ ପ୍ରତି ମାସରେ ବିଦ୍ୟୁତ୍‌ ବିଲ ବାବଦରେ ୭ରୁ ୮ ହଜାର ଟଙ୍କା ପୈଠ କରିବାକୁ ପଡୁଛି। ଏହି ପ୍ରକଳ୍ପରେ ବହୁ କାରିଗର ନୂତନ ପ୍ରଣାଳୀରେ ସୌଖୀନ ସାମଗ୍ରୀ ଉପତ୍ାଦନ କରିବାର ପ୍ରଶିକ୍ଷଣ ନେଇ କଂସା ପିତଳ ବାସନ ଓ ଖୋଦେଇ କାଷ୍ଠ ଶିଳ୍ପର ବିକାଶ କରିପାରିବେ ବୋଲି ନାୟକ ସୂଚନା ଦେଇଛନ୍ତି। ହେଲେ ବହୁ କାରିଗରଙ୍କ ଆଶା କେବେ ପୂରଣ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଞ୍ଚଳର ବିକାଶ ସାଙ୍ଗକୁ କାରିଗରମାନଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲାପାଳ ହସ୍ତ ଓ କୁଟୀର ଶିଳ୍ପ ବିଭାଗ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଏ ସମ୍ପର୍କରେ ସଂସ୍ଥାର ପରିଚାଳକ ନାୟକଙ୍କ ସହ ଯୋଗାଯୋଗ କରିବାରେ କେନ୍ଦ୍ର ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାୟୀ, ଉକ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ପଡୁଥିବା କଞ୍ଚାମାଲ ପାଇବାର ଟେଣ୍ଡର ପ୍ରକ୍ରିୟା କାମ ସମ୍ପନ୍ନ ହୋଇଛି। ଅପରପକ୍ଷେ ତାଲିମ ପାଇବାକୁ ଥିବା କାରିଗରମାନଙ୍କୁ ନୂତନ ପ୍ରଣାଳୀରେ କଂସା ପିତଳ ସାମଗ୍ରୀ ଉପତ୍ାଦନ ପାଇଁ ମୋରାଦାବାଦରୁ ମାଷ୍ଟର କ୍ରାଫ୍ଟସ୍‌ମ୍ୟାନ୍‌ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଏସ୍‌ଏଚ୍‌ଡିସି ବିଭାଗକୁ ଆବେଦନ କରାଯାଇଥିଲା। ମାତ୍ର ଏତେ ଦୂରରୁ କ୍ରାଫ୍ଟସମ୍ୟାନ୍‌ ଆସି ପ୍ରଶିକ୍ଷଣ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ତେବେ ଏ ଦିଗରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ଖୁବ୍‌ଶୀଘ୍ର ଉକ୍ତ ପ୍ରକଳ୍ପ କାମ ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?