ସ୍ବାମୀଙ୍କୁ ବିରୋଧକରି ରୋଗଣା ସ୍ତ୍ରୀଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ,୧୭।୩: ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିବାଦ କରିବାରୁ ସ୍ବାମୀଙ୍କୁ ଦୋଷ ଦେଇ ରୋଗିଣା ସ୍ତ୍ରୀ ଉପରେ ନିର୍ଯାତନା ଦେବା ପରି ଘଟଣା ନୟାଗଡ଼ ଜିଲା ଓଡ଼ଗଁା ବ୍ଲକର ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଘଟିଛି। ପ୍ରତିଶୋଧ ପରାୟଣ ହୋଇ ନିଦାନ ବିଭାଗର କେତେଜଣ କର୍ମଚାରୀ ସମ୍ପୃକ୍ତା ମହିଳାଙ୍କ ରକ୍ତ ଓ ପରିଶ୍ରା ପରୀକ୍ଷା କଲେନି। ବରଂ ବାହାରେ ଟଙ୍କା ଦେଇ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଲେ। ସେହିପରି ନିରାମୟରୁ ମାଗଣା ଔଷଧ ନ ଦେଇ ଡାକ୍ତର ବାହାରୁ ଔଷଧ କିଣିବାକୁ ଲେଖିଲେ। ଏପରି କି ବେଡ୍‌ ନ ଥିବା ଦର୍ଶାଇ ତାଙ୍କୁ ଆଡ୍‌ମିଶନ କରା ନ ଯାଇ ଘରକୁ ଫେରାଇ ଦିଆଯାଇଥିଲା। ଏହାକୁ ନେଇ ସମ୍ପୃକ୍ତା ମହିଳା ମେଡିକାଲ ଅଫିସରଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, କରଡା ବ୍ରାହ୍ମଣ ଶାସନର ବସନ୍ତ ପ୍ରଧାନ ନାମ୍ନୀ ଜଣେ ମହିଳା ଜ୍ୱରରେ ପୀଡ଼ିତ ହୋଇ ଗୁରୁବାର ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଓପିଡିରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର ରକ୍ତ ଓ ପରିଶ୍ରା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ରୋଗୀ ନିଦାନ ବିଭାଗକୁ ଯାଇ ଡାକ୍ତରଙ୍କ ପ୍ରେସ୍‌କ୍ରିପଶନ ଦେଖାଇଥିଲେ। ନିଦାନ ବିଭାଗର କର୍ମଚାରୀ ଡାକ୍ତରଙ୍କ ଲେଖା ଦେଖି ବାହାରେ ପରୀକ୍ଷା କରିବାକୁ କହିଥିଲେ। ତୁମ ସ୍ବାମୀ ଆମ ବିରୋଧରେ ବିଭିନ୍ନ ସମୟରେ ଅଭିଯୋଗ କରୁଥିବାରୁ ଆମେ ପରୀକ୍ଷା କରି ପାରିବୁ ନାହିଁ କହି ସମ୍ପୃକ୍ତ ମହିଳାଙ୍କୁ ଏଣୁତେଣୁ କଥା କହିଥିଲେ। ନିଦାନ ବିଭାଗ କର୍ମଚାରୀଙ୍କ ଜୁଲମ ବିରୋଧରେ ସେ ପ୍ରତିବାଦ ନ କରି ବାହାରେ ପରୀକ୍ଷା କରାଇ ଡାକ୍ତରଙ୍କୁ ରିପୋର୍ଟ ଦେଖାଇଲେ। ଏପରି ସମୟରେ ଡାକ୍ତର ବାହାରୁ ଔଷଧ କିଣିବାକୁ ପ୍ରେସକ୍ରିପଶନ ଲେଖିଥିଲେ। ମହିଳା ଜଣକ ନିରାମୟରୁ ଔଷଧ ନେବେ ବୋଲି ବାରମ୍ବାର କହୁଥିଲେ ମଧ୍ୟ ଡାକ୍ତର ତାଙ୍କ କଥା ଶୁଣି ନ ଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଏତିକିରେ ମହିଳଙ୍କ ଉପରେ ନିର୍ଯାତନା କମି ନ ଥିଲା। ଶେଷରେ ସେ ହଟହଟା ହୋଇ ୮୧୦ ଟଙ୍କାର ଔଷଧ କିଣି ଘରକୁ ଫେରିଥିଲେ। ରୋଗୀଙ୍କ ଅଭିଯୋଗ ଓ ସ୍ବାସ୍ଥ୍ୟକେନ୍ଦ୍ରର ସେବାକୁ ଦେଖିଲେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିବାଦ କରିବା କେତେ ଯେ ଭୟଙ୍କର ବସନ୍ତ ପ୍ରଧାନ ନାମକ ଏହି ମହିଳା ରୋଗୀଙ୍କ ଘଟଣାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇ ଯାଉଛି।
ଏନେଇ ବସନ୍ତଙ୍କ ସ୍ବାମୀ ଋଷି ପ୍ରଧାନ କୁହନ୍ତି, ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିସତ୍ାଳୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ଚାଷୀ ଓ ଶ୍ରମିକଙ୍କ ସମସ୍ୟା, ଦୁଃଖି ଦରିଦ୍ର ଲୋକଙ୍କ ଅସୁବିଧାକୁ ଦେଖିଲେ ମୁଁ ପ୍ରତିବାଦ କରି ଏହାର ସମାଧାନ କରିବାକୁ ଚେଷ୍ଟା କରେ। ଏଥିପାଇଁ ଅନେକ ଥର ଆନ୍ଦୋଳନ କରିଛୁ। ଅନେକ କିଛି ପରିବର୍ତ୍ତନ ହୋଇଛି। ଏଭଳିସ୍ଥଳେ ନିଦାନ ବିଭାଗରେ ରୋଗୀ ଫେରିବା, ଠିକ ସମୟରେ ପରୀକ୍ଷଣ ନ ହେବା, କର୍ମଚାରୀ କାର୍ଯ୍ୟାଳୟକୁ ନ ଆସିବା ନେଇ ପ୍ରତିବାଦ କରିଛି। ପୁଣି କାୟାକଳ୍ପ ଟିମ୍‌ ସମ୍ମୁଖରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସମ୍ପର୍କରେ ଅଭିଯୋଗ କରିଛି। ସ୍ବାସ୍ଥ୍ୟସେବାରେ ସୁଧାର ଆଣିବାକୁ ମୋର ପ୍ରଚେଷ୍ଟା ଯୋଗୁ ରାଗ ରଖି ମୋର ସ୍ତ୍ରୀକୁ ସେବା ମିଳିବନି କେବେ ଭାବି ନ ଥିଲି। ଡାକ୍ତର ଓ ନିଦାନ ବିଭାଗରେ ମୋ ସ୍ତ୍ରୀ ଜ୍ୱରରେ ପୀଡ଼ିତ ହୋଇ ବାରଣ୍ଡାରେ ପଡି ରହିଥିଲେ। ଘରୁ ଟଙ୍କା ଆଣିବା ପରେ ଔଷଧ କିଣି ଘରକୁ ଫେରିଲି। ମୋ ଅଭିଯୋଗକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ହେଲେ ମୁଁ ଠିକ୍‌ରେ ଅଛି, ମୋ ସ୍ତ୍ରୀଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରହିଛି। ସିଡିଏମ୍‌ଓ ମକରନ୍ଦ ବେଉରା କୁହନ୍ତି, ଅଭିଯୋଗ ମିଳିଛି। ଘଟଣାର ତଦନ୍ତ ପାଇଁ ମେଡିକାଲ ଅଫିସରଙ୍କୁ କୁହାଯାଇଛି। ଚିକିତ୍ସା କରୁଥିବା ଡାକ୍ତର, ନିଦାନ ବିଭାଗର କର୍ମଚାରୀ ଓ ଅଭିଯୋଗକାରୀଙ୍କୁ ଡକାଇ ଘଟଣାର ତଦନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri