ସ୍ବାମୀଙ୍କୁ ବିରୋଧକରି ରୋଗଣା ସ୍ତ୍ରୀଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ,୧୭।୩: ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିବାଦ କରିବାରୁ ସ୍ବାମୀଙ୍କୁ ଦୋଷ ଦେଇ ରୋଗିଣା ସ୍ତ୍ରୀ ଉପରେ ନିର୍ଯାତନା ଦେବା ପରି ଘଟଣା ନୟାଗଡ଼ ଜିଲା ଓଡ଼ଗଁା ବ୍ଲକର ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଘଟିଛି। ପ୍ରତିଶୋଧ ପରାୟଣ ହୋଇ ନିଦାନ ବିଭାଗର କେତେଜଣ କର୍ମଚାରୀ ସମ୍ପୃକ୍ତା ମହିଳାଙ୍କ ରକ୍ତ ଓ ପରିଶ୍ରା ପରୀକ୍ଷା କଲେନି। ବରଂ ବାହାରେ ଟଙ୍କା ଦେଇ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଲେ। ସେହିପରି ନିରାମୟରୁ ମାଗଣା ଔଷଧ ନ ଦେଇ ଡାକ୍ତର ବାହାରୁ ଔଷଧ କିଣିବାକୁ ଲେଖିଲେ। ଏପରି କି ବେଡ୍‌ ନ ଥିବା ଦର୍ଶାଇ ତାଙ୍କୁ ଆଡ୍‌ମିଶନ କରା ନ ଯାଇ ଘରକୁ ଫେରାଇ ଦିଆଯାଇଥିଲା। ଏହାକୁ ନେଇ ସମ୍ପୃକ୍ତା ମହିଳା ମେଡିକାଲ ଅଫିସରଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, କରଡା ବ୍ରାହ୍ମଣ ଶାସନର ବସନ୍ତ ପ୍ରଧାନ ନାମ୍ନୀ ଜଣେ ମହିଳା ଜ୍ୱରରେ ପୀଡ଼ିତ ହୋଇ ଗୁରୁବାର ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଓପିଡିରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର ରକ୍ତ ଓ ପରିଶ୍ରା ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ରୋଗୀ ନିଦାନ ବିଭାଗକୁ ଯାଇ ଡାକ୍ତରଙ୍କ ପ୍ରେସ୍‌କ୍ରିପଶନ ଦେଖାଇଥିଲେ। ନିଦାନ ବିଭାଗର କର୍ମଚାରୀ ଡାକ୍ତରଙ୍କ ଲେଖା ଦେଖି ବାହାରେ ପରୀକ୍ଷା କରିବାକୁ କହିଥିଲେ। ତୁମ ସ୍ବାମୀ ଆମ ବିରୋଧରେ ବିଭିନ୍ନ ସମୟରେ ଅଭିଯୋଗ କରୁଥିବାରୁ ଆମେ ପରୀକ୍ଷା କରି ପାରିବୁ ନାହିଁ କହି ସମ୍ପୃକ୍ତ ମହିଳାଙ୍କୁ ଏଣୁତେଣୁ କଥା କହିଥିଲେ। ନିଦାନ ବିଭାଗ କର୍ମଚାରୀଙ୍କ ଜୁଲମ ବିରୋଧରେ ସେ ପ୍ରତିବାଦ ନ କରି ବାହାରେ ପରୀକ୍ଷା କରାଇ ଡାକ୍ତରଙ୍କୁ ରିପୋର୍ଟ ଦେଖାଇଲେ। ଏପରି ସମୟରେ ଡାକ୍ତର ବାହାରୁ ଔଷଧ କିଣିବାକୁ ପ୍ରେସକ୍ରିପଶନ ଲେଖିଥିଲେ। ମହିଳା ଜଣକ ନିରାମୟରୁ ଔଷଧ ନେବେ ବୋଲି ବାରମ୍ବାର କହୁଥିଲେ ମଧ୍ୟ ଡାକ୍ତର ତାଙ୍କ କଥା ଶୁଣି ନ ଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଏତିକିରେ ମହିଳଙ୍କ ଉପରେ ନିର୍ଯାତନା କମି ନ ଥିଲା। ଶେଷରେ ସେ ହଟହଟା ହୋଇ ୮୧୦ ଟଙ୍କାର ଔଷଧ କିଣି ଘରକୁ ଫେରିଥିଲେ। ରୋଗୀଙ୍କ ଅଭିଯୋଗ ଓ ସ୍ବାସ୍ଥ୍ୟକେନ୍ଦ୍ରର ସେବାକୁ ଦେଖିଲେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିବାଦ କରିବା କେତେ ଯେ ଭୟଙ୍କର ବସନ୍ତ ପ୍ରଧାନ ନାମକ ଏହି ମହିଳା ରୋଗୀଙ୍କ ଘଟଣାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇ ଯାଉଛି।
ଏନେଇ ବସନ୍ତଙ୍କ ସ୍ବାମୀ ଋଷି ପ୍ରଧାନ କୁହନ୍ତି, ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିସତ୍ାଳୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ଚାଷୀ ଓ ଶ୍ରମିକଙ୍କ ସମସ୍ୟା, ଦୁଃଖି ଦରିଦ୍ର ଲୋକଙ୍କ ଅସୁବିଧାକୁ ଦେଖିଲେ ମୁଁ ପ୍ରତିବାଦ କରି ଏହାର ସମାଧାନ କରିବାକୁ ଚେଷ୍ଟା କରେ। ଏଥିପାଇଁ ଅନେକ ଥର ଆନ୍ଦୋଳନ କରିଛୁ। ଅନେକ କିଛି ପରିବର୍ତ୍ତନ ହୋଇଛି। ଏଭଳିସ୍ଥଳେ ନିଦାନ ବିଭାଗରେ ରୋଗୀ ଫେରିବା, ଠିକ ସମୟରେ ପରୀକ୍ଷଣ ନ ହେବା, କର୍ମଚାରୀ କାର୍ଯ୍ୟାଳୟକୁ ନ ଆସିବା ନେଇ ପ୍ରତିବାଦ କରିଛି। ପୁଣି କାୟାକଳ୍ପ ଟିମ୍‌ ସମ୍ମୁଖରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସମ୍ପର୍କରେ ଅଭିଯୋଗ କରିଛି। ସ୍ବାସ୍ଥ୍ୟସେବାରେ ସୁଧାର ଆଣିବାକୁ ମୋର ପ୍ରଚେଷ୍ଟା ଯୋଗୁ ରାଗ ରଖି ମୋର ସ୍ତ୍ରୀକୁ ସେବା ମିଳିବନି କେବେ ଭାବି ନ ଥିଲି। ଡାକ୍ତର ଓ ନିଦାନ ବିଭାଗରେ ମୋ ସ୍ତ୍ରୀ ଜ୍ୱରରେ ପୀଡ଼ିତ ହୋଇ ବାରଣ୍ଡାରେ ପଡି ରହିଥିଲେ। ଘରୁ ଟଙ୍କା ଆଣିବା ପରେ ଔଷଧ କିଣି ଘରକୁ ଫେରିଲି। ମୋ ଅଭିଯୋଗକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ହେଲେ ମୁଁ ଠିକ୍‌ରେ ଅଛି, ମୋ ସ୍ତ୍ରୀଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରହିଛି। ସିଡିଏମ୍‌ଓ ମକରନ୍ଦ ବେଉରା କୁହନ୍ତି, ଅଭିଯୋଗ ମିଳିଛି। ଘଟଣାର ତଦନ୍ତ ପାଇଁ ମେଡିକାଲ ଅଫିସରଙ୍କୁ କୁହାଯାଇଛି। ଚିକିତ୍ସା କରୁଥିବା ଡାକ୍ତର, ନିଦାନ ବିଭାଗର କର୍ମଚାରୀ ଓ ଅଭିଯୋଗକାରୀଙ୍କୁ ଡକାଇ ଘଟଣାର ତଦନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri