Posted inଫୁରସତ

ଖୁସି ମନ

ଏକ ଭଲ ମାନସିକ ସ୍ଥିତି ମଣିଷର କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ, ଏହା ଯେକୌଣସି କାର୍ଯ୍ୟ ଲାଗି ଉର୍ଜା ଯୋଗାଇଥାଏ। ହେଲେ କେବେ କେବେ ଦୁଃଖ, ଚିନ୍ତା ଭଳି ଅନେକ କାରଣ ଭାରାକ୍ରାନ୍ତ କରିଦିଏ ମନକୁ। ଆଉ ଧୀରେ ଧୀରେ ମନ ଭିତରେ ଏହି ଭାର ବଢି ବଢି ଜଟିଳ ମାନସିକ ରୋଗର ରୂପ ନିଏ । ଯାହାଦ୍ୱାରା ମଣିଷ ସବୁଠାରୁ ବେଶି ଅଭିଶାପଗ୍ରସ୍ତ ହୋଇଯାଏ ଏବଂ ସବୁ ଥାଇ ମଧ୍ୟ ସେ ସବୁକିଛି ହରାଇବସେ। ତେଣୁ ଏକ ସୁଖୀ ଜୀବନ ଜିଇବାକୁ ହେଲେ ମନକୁ ଖୁସି ଏବଂ ସୁସ୍ଥ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ…

ଜଣେ ମଣିଷ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ମଣିଷର ଦେହ ଖରାପ ହେଲେ ଶରୀରକୁ କଷ୍ଟ ହୁଏ, କିନ୍ତୁ ମନ ଠିକ୍‌ ଥାଏ। ହେଲେ ଥରେ ମାନସିକ ରୋଗାକ୍ରାନ୍ତ ହେଲେ ମଣିଷ ସବୁଠାରୁ ବେଶି ଅଭିଶାପଗ୍ରସ୍ତ ହୋଇଯାଏ ଏବଂ ସବୁ ଥାଇ ମଧ୍ୟ ସେ ସବୁକିଛି ହରାଇବସେ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଆକଳନ ଅନୁଯାୟୀ, ପୃଥିବୀର ପ୍ରାୟ ୪୫ କୋଟିରୁ ଅଧିକ ଲୋକ ଭିନ୍ନ ଭିନ୍ନ ପ୍ରକାରର ମାନସିକ ରୋଗରେ ପୀଡ଼ିତ। ଭାରତ ଏକ ବିକାଶଶୀଳ ଦେଶ ହେଲେ ମଧ୍ୟ ଏଠାରେ ମାନସିକ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ପରିତାପର ବିଷୟ ଯେ, ଆମ ଦେଶରେ ଦିନକୁ ଦିନ ଯୁବାବସ୍ଥାରେ ଅନେକେ ଏହି ରୋଗରେ ବେଶି ଆକ୍ରାନ୍ତ ହେଉଛନ୍ତି, ଏମିତି କି ଏଥିଯୋଗୁ ନିକଟରେ ଅନେକ ଆତ୍ମହତ୍ୟା ଘଟଣା ନଜରକୁ ଆସିଛି।
ଏହାର କାରଣ: ଯୁବ ବୟସରେ ପାଠପଢ଼ା, ଜବ୍‌ ଆଦିର ଚାପ, ଆର୍ଥିକ ଚାପ, ପ୍ରେମରେ ବିଫଳ, ପାରିବାରିକ ପରିସ୍ଥିତି ହେଉ କିମ୍ବା ଆଜିକାଲି ଅନେକେ ଫେସ୍‌ବୁକ୍‌, ଟ୍ବିଟର୍‌ ଓ ହ୍ବାଟସ୍‌ଆପ୍‌ ଭଳି ସୋସିଆଲ ମିଡ଼ିଆରେ ଘଣ୍ଟା ଘଣ୍ଟା ସମୟ ବିତାଇବା ଦ୍ୱାରା ପରିବାର ଏବଂ ଅନ୍ୟମାନଙ୍କଠାରୁ ଦୂରେଇଯିବା ଭଳି ବିଭିନ୍ନ କାରଣରୁ ମାନସିକ ଅବସାଦଗ୍ରସ୍ତ ବା ଡିପ୍ରେଶନ୍‌ର ଶିକାର ହେଉଛନ୍ତି। ବେଳେବେଳେ ଅଳ୍ପ କିଛି ଘଟଣାରେ ମଧ୍ୟ ସେମାନେ ନିଜ ମନ ଉପରେ ଆୟତ୍ତ ରଖି ନ ପାରି ନିଜର ହିତାହିତ ଜ୍ଞାନ ଭୁଲିଯାଆନ୍ତି ଏବଂ ମାନସିକ ଭାରସାମ୍ୟ ହରାଇ ‘ଆମତ୍ହତ୍ୟା’ ଭଳି ଜଘନ୍ୟ କାମ କରିବାକୁ ପଛାଉ ନାହାନ୍ତି। ବେଳେବେଳେ ଘରେ ମାନସିକ ରୋଗର ଇତିହାସ ଥିଲେ ବି କେହି କେହି ମାନସିକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
କିପରି ଜାଣିବେ: ମନ ବି ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ। ଏହାର ଛୋଟ ଛୋଟ ସମସ୍ୟାକୁ ଅଣଦେଖା କରିବା ଦ୍ୱାରା ଏହା ପରବର୍ତ୍ତୀ ସମୟରେ କୌଣସି ବଡ଼ ମାନସିକ ରୋଗର କାରଣ ସାଜିପାରେ। ଯଦି ବାରମ୍ବାର ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରନ୍ତି ତେବେ ମନସ୍ତତ୍ତ୍ୱବିତ୍‌ଙ୍କ ପରାମର୍ଶ ନେବା ଆବଶ୍ୟକ। ତେବେ ମଣିଷ ନିଜର ମାନସିକ ସମସ୍ୟା ସହଜରେ ଚିହ୍ନି ପାରି ନ ଥାଏ। ଏଥିପାଇଁ କେତେକ ମାନସିକ ସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ। ଯେଉଁମାନଙ୍କ ମନରେ କାହା ପ୍ରତି ବିଶ୍ୱାସ ନ ଥାଏ, ସେମାନେ ସବୁ କଥା ଏବଂ ବ୍ୟକ୍ତିଙ୍କୁ ସନ୍ଦେହ ଏବଂ ଅବିଶ୍ୱାସ ଦୃଷ୍ଟିରେ ଦେଖନ୍ତି। ସେମାନଙ୍କୁ ଲାଗେ ଅନ୍ୟମାନେ ତାଙ୍କ ବିରୋଧରେ କଥା ହେଉଛନ୍ତି ଅବା ଷଡ଼ଯନ୍ତ୍ର କରୁଛନ୍ତି। ଏହା ଏକ ପ୍ରକାର ମାନସିକ ସମସ୍ୟା, ଯାହାକୁ ଯଥା ସମୟରେ ଦୂର କରିବା ଲାଗି ଚେଷ୍ଟା କରିବା ଦରକାର। ଏପରି ଭାବନା ଆସୁଥିଲେ ସକାରାତ୍ମକ ଚିନ୍ତା କରିବା ସହ କୌଣସି ବିଶ୍ୱସ୍ତଙ୍କୁ ଏ ସମ୍ପର୍କରେ ଜଣାଇ ସମାଧାନର ବାଟ ଖୋଜିବା ଆବଶ୍ୟକ। ଦରକାର ହେଲେ ମାନସିକରୋଗ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ। ନଚେତ୍‌ ଏହା ଧୀରେ ଧୀରେ ସ୍କ୍ରିଜୋଫେନିଆ ଭଳି ଗମ୍ଭୀର ମାନସିକ ରୋଗର ରୂପ ନେଇପାରେ। ଏହା ବ୍ୟତୀତ ଯଦି ମନରେ କୌଣସି ଚିନ୍ତା ଅଧିକ ରହେ ତାହା ଶରୀରକୁ ମଧ୍ୟ ହାନି ପହଞ୍ଚାଇଥାଏ। କାରଣ ଚିନ୍ତା ମନରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଯାହା କି ରହି ରହି ଏଙ୍ଗ୍‌ଜାଇଟି ଡିସ୍‌ଅର୍ଡ଼ର ରୋଗର କାରଣ ସାଜିଥାଏ। ଏହା ଫଳରେ କାର୍ଯ୍ୟକ୍ଷମତା ହ୍ରାସ ପାଇଥାଏ। ଏମିତି କି ଧୀରେ ଧୀରେ ଏହା ଯୋଗୁ ବିଭିନ୍ନ ପ୍ରକାର ଫୋବିଆ ବି ଜାତ ହୋଇଥାଏ। ତଥାପି ମାନସିକ ସ୍ଥିତି ନ ସୁଧୁରିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଆବଶ୍ୟକ। କୌଣସି କାରଣ ଲାଗି ମନ ଉଦାସ ଲାଗୁଥିଲେ ଯଦି ଏହା ଅଧିକ ଦିନ ଲାଗି ରହେ ତେବେ ତାହା ଡିପ୍ରେଶନ୍‌ର ରୂପ ନେଇଥାଏ। ତେଣୁ ଉଦାସ ଲାଗିଲେ ପ୍ରଥମେ ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ। ଏହାକୁ ଭିତରେ ଦୀର୍ଘଦିନ ଚାପି ନ ରଖି କୌଣସି ବିଶ୍ୱସ୍ତଙ୍କ ନିକଟରେ ପ୍ରକାଶ କରନ୍ତୁ, ମନ ହାଲୁକା ହୋଇଯିବ। ସେହିପରି ବାରମ୍ବାର ଭୁଲିବା ଯେମିତି କି ଚିହ୍ନା ମୁହଁ ହଠାତ୍‌ ନ ଜାଣି ପାରିବା, ଘର ଠିକଣା କିମ୍ବା ଅନ୍ୟାନ୍ୟ ଜିନିଷ ଭୁଲିବା, କେଉଁ ସ୍ଥାନରେ କେଉଁ ଜିନିଷ ରଖିଦେଇ ଭୁଲିଯିବା ଆଦି କ୍ଷତିକାରକ ହୋଇପାରେ। ବାର୍ଦ୍ଧକ୍ୟରେ ସାଧାରଣତଃ ଅନେକଙ୍କଠାରେ ଏପରି ଲକ୍ଷଣ ଦେଖାଦେଇଥାଏ, ହେଲେ ଯୁବାବସ୍ଥାରେ ଏଭଳି ଲକ୍ଷଣ ଦେଖାଦେବା ଏକ ପ୍ରକାର ମାନସିକ ରୋଗ, ଯାହାକୁ ଡିମେନ୍ସିଆ କୁହାଯାଏ। ତେଣୁ ଏଭଳି ଲକ୍ଷଣ ଦେଖା ଦେଲେ ତୁରନ୍ତ ଚିକିତ୍ସା କରାଇନେବା ଆବଶ୍ୟକ।
ପ୍ରତିକାର: ଯୁବାବସ୍ଥା ଏକ ସ୍ପର୍ଶକାତର ସମୟ। ତେଣୁ ଏ ସମୟରେ ପାଠପଢ଼ା ସହ ବ୍ୟକ୍ତିତ୍ୱ ଗଠନ ଓ ସକାରାମତ୍କ ମନୋଭାବ ଉପତ୍ନ୍ନ ପାଇଁ ଚେଷ୍ଟା କରିବା ଆବଶ୍ୟକ। ଏ ସମୟରେ ମାନସିକ ସ୍ତରରେ ଫିଟ୍‌ ରହିବା ଲାଗି ନିଶାଦ୍ରବ୍ୟ ସେବନ, କୌଣସି ଅନୈତିକ କାର୍ଯ୍ୟ ଆଦିରୁ ଦୂରେଇ ରହିବା ସହ କୌଣସି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ ଆଡ଼ିକ୍ସନ ଠାରୁ ଦୂରେଇ ରହିବା ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ ମାନସିକ ଅବସାଦ କିମ୍ବା ଚିନ୍ତା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ମନକୁ ଏଥିରୁ ମୁକ୍ତ କରିବା ଲାଗି ବୁଲାବୁଲି, ଫିଲ୍ମ ଦେଖିବା, ସଙ୍ଗୀତ ଶୁଣିବା, ଆଧ୍ୟାତ୍ମିକ ବହି କିମ୍ବା ମହାପୁରୁଷଙ୍କ ଆତ୍ମଜୀବନୀ ପଢିବା ଆଦି ଉପାୟ ଆପଣାନ୍ତୁ। ଏହା ବ୍ୟତୀତ ପରିବାର, ସାଙ୍ଗସାଥୀଙ୍କ ସହ ସମୟ ବିତାଇଲେ ମଧ୍ୟ ମନ ଖୁସି ରହିପାରିବ। ତଥାପି ମାନସିକ ସ୍ଥିତି ନ ସୁଧୁରିଲେ ଏହା କୌଣସି ଜଟିଳ ମାନସିକ ରୋଗର ରୂପ ନେବା ପୂର୍ବରୁ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞ ବା ଡାକ୍ତରଙ୍କ ପରାମର୍ଶ ନେବା ଦରକାର। ତେବେ ଯୁବାବସ୍ଥାରେ ମାନସିକ ସମସ୍ୟାରୁ ଦୂରେଇ ରଖିବା ଲାଗି ପରିବାର ସଦସ୍ୟ ଏବଂ ବନ୍ଧୁପରିଜନଙ୍କର ସହଯୋଗ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?