Posted inଖେଳ

ଡାଇବେଟିସର ଶିକାର ହୋଇ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅନେକ ରେକର୍ଡ କରିଥିଲେ ଏହି ବୋଲର୍‌

ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ଆକ୍ରାମଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍‌ ୧୯ ବର୍ଷ ଧରି ଚାଲିଥିଲା, କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କୁ ଡାଇବେଟିସର ମଧ୍ୟ ସାମ୍ନା କରିବାକୁ ପଡିଥିଲା। ଆକ୍ରାମ ମାତ୍ର ୩୦ ବର୍ଷ ବୟସରେ ଏହି ରୋଗର ଶିକାର ହୋଇଥିଲେ। ସେ ଟାଇପ -୧ ଡାଇବେଟିସର ଶିକାର ହୋଇଥିଲେ। ଏହି ସମୟରେ ସେ କ୍ରିକେଟ୍‌ ଛାଡିବାକୁ ଚିନ୍ତା କରିଥିଲେ। କିନ୍ତୁ ସେ ହାର୍‌ ନ ମାନି ନିଜ କ୍ୟାରିୟରରେ ୯୧୬ ଉଇକେଟ ନେବାରେ ସଫଳ ହୋଇଥିଲେ। ଅନେକଥର ଇନ୍‌ସୁଲିନ୍‌ ନେଇ ତାଙ୍କୁ ପଡିଆକୁ ଓହ୍ଲାଇବାକୁ ପଡୁଥିଲା। ପ୍ରତିଦିନ ସେ ୧୦ କିଲୋମିଟର ଦୌଡ଼ୁଥିଲେ।
ମଧୁମେହ ସହିତ ଆକ୍ରାମ ଖେଳିବା ଜାରି ରଖିଥିଲେ। ପଡ଼ିଆରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ଇନସୁଲିନ ସନ୍ତୁଳନ କରିବା ପାଇଁ ଆକ୍ରାମ କୌଶଳ ଶିଖିଲେ। ସେ କହିଥିଲେ ଯେ ଅସୁସ୍ଥତା ପରେ ମଧ୍ୟ ମୁଁ ଏକଦିବସୀୟ ଏବଂ ଟେଷ୍ଟ କ୍ରିକେଟରେ ୧୫୦ରୁ ଅଧିକ ଉଇକେଟ ପାଇଛି। ୱାସିମ ପାକିସ୍ତାନ ପାଇଁ ୧୦୪ ଟେଷ୍ଟ ଖେଳି ୪୧୪ ଉଇକେଟ ନେଇଥିବାବେଳେ ୩୫୬ଟି ଦିନିକିଆରେ ୫୦୨ ଉଇକେଟ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଆକ୍ରମ ଚାରୋଟି ହ୍ୟାଟ୍ରିକ ନେଇଛନ୍ତି, ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ବୋଲର। ଅକ୍ରାମ ଦୁଇଥର ଏକଦିବସୀୟରେ ଏବଂ ଦୁଇଥର ଟେଷ୍ଟରେ ଏହି ସଫଳତା ହାସଲ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?