Posted inଖେଳ

ସମ୍ପର୍କୀୟ ଭଉଣୀଙ୍କୁ ପ୍ରେମ କରି ବସିଥିଲେ ମୁଲ୍‌ତାନର ସୁଲତାନ୍‌

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍‌ରେ ସେ ଯେମିତି ଚର୍ଚ୍ଚିତ ପ୍ରେମରେ ବି ସେ ବେଶ୍‌ ମାହିର୍‌। ତାଙ୍କ ପ୍ରେମ କାହାଣୀ କୌଣସି ବଲିଉଡ ଚଳଚ୍ଚିିତ୍ରଠାରୁ କମ ନୁହେଁ। ସେହ୍ବାଗ କୌଣସି ଅଭିନେତ୍ରୀ କିମ୍ବା ସହପାଠୀ ନୁହେଁ ସମ୍ପର୍କୀୟ ଭଉଣୀ ଆରତୀ ଅଗ୍ରଓ୍ବାଲଙ୍କ ପ୍ରେମରେ ପଡିଥିଲେ। ଆରତୀଙ୍କ ବଡ ଭଉଣୀ ଏକ ସାକ୍ଷାତକାରରେ କହିଥିଲେ, ସେହ୍ବାଗ ଓ ଆରତୀଙ୍କ ଦେଖା ସାକ୍ଷାତ ଏକ ବିବାହ ଭୋଜିରେ ହୋଇଥିଲା। ଆରତିଙ୍କ ପିଉସୀ ସେହ୍ବାଗଙ୍କ ଜଣେ ସମ୍ପର୍କୀୟଙ୍କୁ ବିବାହ କରିଥିଲେ। ସେହି କାରଣରୁ ଦୁହଁିଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା ଓ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ଉଭୟ ସମ୍ପର୍କରେ ଭାଇ, ଭଉଣୀ ଥିଲେ। ଏହା ଜାଣିଥିଲେ ସୁଦ୍ଧା ଦୁହେଁ ଦୁହିଁଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଡେଟ୍‌ କରିଥିଲେ। ଥରେ ସେହ୍ବାଗ ମଜାକରେ ଆରତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସେ ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ। ୨୦୦୪ରେ ଦୁହେଁ ବିବାହ କରିଥିଲେ। ତାଙ୍କ ଚମତ୍କାର କ୍ୟାରିୟରରେ ବୀରୁ ୧୦୪ଟି ଟେଷ୍ଟ ଏବଂ ୨୫୧ଟି ଏକଦିବସୀୟ ଖେଳି ଯଥାକ୍ରମେ ୮୫୮୬ ଏବଂ ୮୨୭୩ ରନ ସ୍କୋର କରିଛନ୍ତି। ସେ ୧୯ ଟି -୨୦ରେ ୩୯୪ ରନ ସ୍କୋର କରିଥିଲେ। ସେହ୍ବାଗ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୩୮ ଶତକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ ଓପନ ଛଡ଼ା ୨୦୨୦ରେ କ୍ଲେ କୋର୍ଟରେ ଖେଳିବେ ନାହିଁ ଫେଡରର

ବାସେଲ,୧୪।୨- ସୁଇଜରଲାଣ୍ଡର କିମ୍ବଦନ୍ତୀ ରୋଜର ଫେଡରର ଚଳିତ ବର୍ଷ କ୍ଲେ କୋର୍ଟରେ କେବଳ ଥରେ ରୋଲାଣ୍ଡ ଗାରୋସରେ ଖେଳିବେ। ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୨୦୧୭...

ଟି୨୦: ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌: ହାସରଙ୍ଗା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ୍‌

ଲାହୋର,୧୦।୧୦- ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ଭ୍ରମଣକାରୀ ଶ୍ରୀଲଙ୍କା ସବୁ ୩ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି। ଏଥିସହିତ ଦିନିକିଆ...

ଜାତୀୟ ଦଳକୁ ଫେରିବା ପାଇଁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୨: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରଣ୍‌ଜୀ ଟ୍ରଫିରେ ଅଂଶ ଗ୍ରହଣ କରିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ କେବଳ...

ଜାହିର ଖାନଙ୍କୁ ପଛରେ ଛାଡ଼ିଲେ ଅଶ୍ୱିନ

ଅହମ୍ମଦାବାଦ,୨୪।୨: ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୂର୍ବତନ ଭାରତୀୟ ପେସର ଜାହିର ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଟିମ୍‌ ଇଣ୍ଡିଆ ପାଇଁ...

ହକି ତାରକା ପ୍ରବୋଧଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ହକି ପଦକ ବି ଛାଡ଼ିଲେନି…

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଜାତୀୟ ହକି ତାରକାଙ୍କ ସରକାରୀ କ୍ୱାର୍ଟର୍ସରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ରହୁଥିବା ପ୍ରବୋଧ ତିର୍କୀଙ୍କ ଘରୁ...

୭୦ ଶତକ ମାରିବା କ୍ୟାଣ୍ଡି କ୍ରସ୍‌ ନୁହେଁ: କୋହଲିଙ୍କୁ ନେଇ ଏମିତି କହିଲେ…

ନୂଆଦିଲ୍ଲୀ,୧୭।୭: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ବିତର୍କ ଚାଲିଛି। ଏବେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଶୋଏବ ଅଖତର...

ଦିନକରେ ୩୦୯ ରନ୍‌ କରି ଚକିତ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୨୭।୮: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ...

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ...

Advertisement
Archives

Model This Week