ନିଜଠାରୁ ୧୪ ବର୍ଷ ବଡ଼ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଗାୟିକା, ବର୍ଷେ ପରେ ଘଟିଥିଲା ଏମିତି…

ମୁମ୍ବାଇ: ଆଜି ବଲିଉଡ୍‌ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ସୁନିଧିଙ୍କ ବିଷୟରେ କିଛି କଥା…


ସୁନିଧି ତାଙ୍କର ନିଆରା କଣ୍ଠସ୍ବରରେ ଶ୍ରୋତାଙ୍କୁ ବାନ୍ଧି ରଖିଛନ୍ତି। ସେ ବଲିଉଡ୍‌ରେ ଅନେକ ହିନ୍ଦୀ ଗୀତ ଗାଇଥିବା ବେଳେ ମରାଠୀ, କନ୍ନଡ, ତେଲୁଗୁ, ତାମିଲ, ପଞ୍ଜାବୀ, ବଙ୍ଗାଳୀ, ଆସାମ, ନେପାଳୀ ଏବଂ ଊର୍ଦ୍ଦୁ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ସେ ଜଣେ ଫ୍ୟାଶନ ଆଇକନ ମଧ୍ୟ।


ସୁନିଧିଙ୍କ ପିତା ଜଣେ ଥିଏଟର କଳାକାର ଥିଲେ। ସୁନିଧି ୪ ବର୍ଷ ବୟସରୁ ଷ୍ଟେଜ ଶୋ’ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ। ୧୬ ବର୍ଷ ବୟସରେ ସୁନିଧିଙ୍କୁ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ତାଙ୍କ ଫିଲ୍ମ ‘ମସ୍ତ’ରେ ସୁଯୋଗ ଦେଇଥିଲେ। ଏହି ଫିଲ୍ମର ସମସ୍ତ ଗୀତ ସୁପରହିଟ୍‌ ହୋଇଥିଲା। ୨୦୧୩ରେ ଏସିଆର ଟପ୍‌ ୫୦ ସେକ୍ସିଏଷ୍ଟ ଲେଡିଜରେ ସୁନିଧି ସ୍ଥାନ ପାଇଥିଲେ। ସୁନିଧିଙ୍କ ପ୍ରକୃତ ନାମ ନିଧି ଚୌହାନ କିନ୍ତୁ କଲ୍ୟାଣଜୀଙ୍କ ଏକାଡେମୀରୁ ବାହାରିଥିବା ସମସ୍ତଙ୍କ ନାମ‘S’ ରୁ ଆରମ୍ଭ ହୋଇଥିବାରୁ ସେ ସୁନିଧି ହୋଇଥିଲେ।

‘ରୁକି ରୁକି ସି ଜିନ୍ଦେଗୀ’ ପାଇଁ ସୁନିଧିଙ୍କୁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା। ସୁନିଧି ବର୍ତ୍ତମାନ ୩୦୦୦ରୁ ଅଧିକ ଗୀତ ଗାଇଛନ୍ତି। ସୁନିଧିଙ୍କ କ୍ୟାରିୟର ବହୁତ ଭଲ ଥିଲା। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତ୍ତନ ଘଟିଥିଲା। ସୁନିଧି ତାଙ୍କଠାରୁ ୧୪ ବର୍ଷ ବଡ଼ ନିର୍ଦ୍ଦେଶକ ବବି ଖାନ୍‌ଙ୍କୁ ୧୮ ବର୍ଷ ବୟସରେ ବିବାହ କରିଥିଲେ। ମାତ୍ର ଦୁଇ ଜଣଙ୍କ ବୈବାହିକ ଜୀବନ ବେଶୀଦିନ ତିଷ୍ଠି ନ ଥିଲା। ବିବାହର ୧ ବର୍ଷ ପରେ ଦୁଇଜଣଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା।

ପୁଣି ଥରେ ୯ ବର୍ଷ ପରେ ସଙ୍ଗୀତ ନିର୍ଦ୍ଦେଶକ ହିତେଶ ସୋନିକଙ୍କୁ ବିବାହ କରିଥିଲେ। ସୁନିଧିଙ୍କଠାରୁ ହିତେଶ ମଧ୍ୟ ୧୪ ବର୍ଷ ବଡ଼। ହିତେଶ ସୁନିଧିଙ୍କର ପିଲାଦିନର ବନ୍ଧୁ ଥିଲେ। ଉଭୟ ୧୫ ବର୍ଷ ଧରି ପରସ୍ପରକୁ ଜାଣିଥିଲେ। ତାଙ୍କ ସହ ହିତେଶଙ୍କ ସମ୍ପର୍କ ଠିକ୍‌ ନୁହେଁ ବୋଲି କୁହାଯାଉଥିଲା କିନ୍ତୁ ପରେ ହିତେଶ ସମସ୍ତ ଗୁଜବକୁ ବନ୍ଦ କରିଦେଇଥିଲେ। ୧ ଜାନୁୟାରୀ ୨୦୧୮ରେ ସୁନିଧି ପୁଅ ତେଗ୍‌ଙ୍କୁ ଜନ୍ମ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ପୋଲିସ -ଗ୍ରାମବାସୀ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri